ଭାରତରେ କାହିଁକି ତିନୋଟି ବ୍ଲେଡ ଥିବା ଫ୍ୟାନ ଏବଂ ଆମେରିକାରେ କାହିଁକି ଚାରୋଟି ବ୍ଲେଡ ଥିବା ଫ୍ୟାନ ବ୍ୟବହାର କରାଯାଏ ? କାରଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ !

ଆମ ଭାରତୀୟ ସିଲିଙ୍ଗ ଫ୍ୟାନ ମାନଙ୍କରେ ତିନୋଟି ବ୍ଲେଡ ରହିଥିବା ବେଳେ ଆମେରିକୀୟ ଫ୍ୟାନ ମାନଙ୍କରେ ଚାରୋଟି ବ୍ଲେଡ ରହିଥାଏ । ତେବେ ଏପରି କାହିଁକି ହୋଇଥାଏ ? ଏହା ପଛରେ କିଛି ବୈଜ୍ଞାନିକ କାରଣ ରହିଛି କି ? ସମସ୍ତଙ୍କ ଘରେ ଘରେ ଫ୍ୟାନଟିଏ ନିଶ୍ଚିତ ଭାବେ ଥାଏ । ଗରମରୁ ଆରାମ ପାଇବାକୁ ହେଲେ ଆମେ ଫ୍ୟାନ ତଳେ ବସିଥାଉ । ଆଉ ଆମ ଦେଶର ଅଧିକାଂଶ ଫ୍ୟାନ ମାନଙ୍କରେ ତିନୋଟି ବ୍ଲେଡ ଦେଖିବାକୁ ମିଳିଥାଏ ।

ହେଲେ ଆପଣ କେବେ ଏହାର କାରଣ ଖୋଜିବାକୁ ଚେଷ୍ଟା କରିଛନ୍ତି କି ? ଏହା ପଛରେ ଏକ ବଡ ବୈଜ୍ଞାନିକ ଦୃଷ୍ଟିକୋଣ ରହିଛି । ଆମେରିକାରେ ଥିବା ଫ୍ୟାନ ଗୁଡିକ ଚାରି ପଙ୍ଖା ବିଶିଷ୍ଟ ହୋଇଥାଏ । ତେବେ ଫ୍ୟାନରେ ଏଭଳି ବିବିଧତା ଯେତିକି ରୋଚକ ସେତିକି ଆଶ୍ଚର୍ଯ୍ୟଜନକ ମଧ୍ୟ । ସାଧାରଣତଃ ଆମେରିକା ଅପେକ୍ଷା ଭାରତର ଜଳବାୟୁ ଟିକେ ଅଧିକ ଗରମ ଅଟେ ।

ତେଣୁ ସେହି ଅନୁପାତରେ ଗରମରୁ ରକ୍ଷା ପାଇବା ପାଇଁ ଅଧିକ ପବନ ମଧ୍ୟ ଆବଶ୍ୟକ ହୋଇଥାଏ । ବିଜ୍ଞାନ ଅନୁସାରେ ପଙ୍ଖାରେ ଯେତେ ଅଧିକ ସଂଖ୍ୟକ ବ୍ଲେଡ ରହିଥାଏ ତାହା ସେହି ଅନୁପାତରେ ସେତେ କମ ପବନ ଦେଇଥାଏ । ଆଉ ପଙ୍ଖାରେ କମ୍ ବ୍ଲେଡ ରହିଲେ ଏହା ଅଧିକ ପବନ ଦେଇଥାଏ । କେବଳ ଏହି କାରଣ ପାଇଁ ଜଳବାୟୁ ଅଧିକ ଗରମ ଥିବା ଦେଶଏ ତିନି ପଙ୍ଖା ବିଶିଷ୍ଟ ବ୍ଲେଡ ଦେଖିବାକୁ ମିଳିଥାଏ ।

କାରଣ ଏଭଳି ଦେଶରେ ଟିକିଏ ଅଧିକ ଥଣ୍ଡା ପବନ ଆବଶ୍ୟକ ହୋଇଥାଏ । ତେଣୁ ଭାରତରେ ତିନି ପଙ୍ଖା ବିଶିଷ୍ଟ ଫ୍ୟାନ ଅଧିକ ଦେଖିବାକୁ ମିଳେ । ଠିକ ଏହାର ଓଲଟା ଆମେରିକାରେ ଜଳବାୟୁ ଯଥେଷ୍ଟ ଥଣ୍ଡା ହୋଇଥିବାରୁ ସେଠାରେ କମ୍ ପବନର ଆବଶ୍ୟକ ରହିଥାଏ । ତେଣୁ ସେହି ହିସାବରେ ଆମେରିକାରେ ଚାରି ପଙ୍ଖା ବିଶିଷ୍ଟ ଫ୍ୟାନ ଅଧିକ ପରିମାଣରେ ଦେଖିବାକୁ ମିଳେ ।

ସାଧାରଣତଃ ଥଣ୍ଡା ଦେଶ ମାନଙ୍କରେ ଚାରି ପଙ୍ଖା ବିଶିଷ୍ଟ ଫ୍ୟାନ ବହୁଳ ଭାବେ ବ୍ୟବହାର କରାଯାଏ । ଆଉ ବିଶେଷ କରି ଭେଣ୍ଟିଲେସନ ବା ପବନ ଘର ଭିତରକୁ ଭଲରେ ଯିବା ଆସିବା କରିବା ପାଇଁ ଏହି ପଙ୍ଖାର ଆବଶ୍ୟକତା ପଡିଥାଏ । ଥଣ୍ଡା ଦେଶ ମାନଙ୍କରେ ଯେହେତୁ କମ୍ ପବନ ଆବଶ୍ୟକ ତେଣୁ ୟୁରୋପ ଓ ଆମେରିକାର ଅଧିକାଂଶ ଦେଶରେ ଚାରି ବ୍ଲେଡ ବିଶିଷ୍ଟ ପଙ୍ଖା ବ୍ୟବହାର କରାଯାଏ ।

କେବଳ ସିଲିଙ୍ଗ ଫ୍ୟାନ ନୁହେଁ ବରଂ ଆମେରିକାରେ ବ୍ୟବହାର ହେଉଥିବା ଟେବୁଲ ଫ୍ୟାନ ମାନଙ୍କରେ ମଧ୍ୟ ଚାରୋଟି ବ୍ଲେଡ ଲାଗିଥାଏ । କାରଣ ମଟରରେ ଅଧିକ ଲୋଡ ଦେଲେ ତାହା ଧୀରେ ଧୀରେ ବୁଲିବା ଆରମ୍ଭ କରେ ଆଉ ପବନ କମ୍ ବାହାରେ ।

ଏହି ଛୋଟିଆ କାରଣରୁ ଭାରତରେ ତିନି ପଙ୍ଖା ବିଶିଷ୍ଟ ଫ୍ୟାନ ବ୍ୟବହାର କରା ଯାଉଥିବା ବେଳେ ଆମେରିକାରେ ଚାରି ପଙ୍ଖା ବିଶିଷ୍ଟ ଫ୍ୟାନ ବ୍ୟବହାର କରାଯାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।