ଆଜିର ପ୍ରତିଯୋଗୀତା ମୂଳକ ଯୁଗରେ ଯୁବପିଢିଙ୍କ ମଧ୍ୟରେ ସାମାନ୍ଯ ଜ୍ଞାନ ରହିବା ଅତ୍ୟନ୍ତ ଜରୁରୀ । ଆଜିକାଲି ଯେକୌଣସି ସରକାରୀ ଓ ବେସରକାରୀ ଚାକିରି ପାଇବାକୁ ହେଲେ ସାଧାରଣ ଜ୍ଞାନ ଥିବା ନିହାତି ଜରୁରୀ । ଏପରିକି ବେପାର କରୁଥିବା ବ୍ୟକ୍ତିଙ୍କର ମଧ୍ୟ ସାଧାରଣ ଜ୍ଞାନ ଥିବା ଅତ୍ୟନ୍ତ ଜରୁରୀ ହୋଇଗଲାଣି । ଏଭଳି ସ୍ଥଳେ ଆପଣଙ୍କ ସାଧାରଣ ଜ୍ଞାନ ପରୀକ୍ଷା ପାଇଁ ଆଜି ଆମେ ଆପଣଙ୍କ ପାଇଁ କିଛି ମଜାଦାର ସାଧାରଣ ଜ୍ଞାନ ପ୍ରଶ୍ନ ଓ ଉତ୍ତର ନେଇ ଆସିଛୁ ।
1- ଦୁନିଆର ସବୁଠାରୁ ବିଷାକ୍ତ ମାଛ କିଏ ?
ଉ: ଷ୍ଟୋନ ଫିଶ ସବୁଠୁ ବିଷାକ୍ତ ମାଛ ।
2- ଲିପଷ୍ଟିକରେ କେଉଁ ପଶୁର ଚର୍ବି ମିଶ୍ରିତ ହୁଏ ?
ଉ: ଘୁଷୁରୀ ର ଚର୍ବି ମିଶେ ।
3- ଭାରତର ପ୍ରଥମ କମ୍ପ୍ୟୁଟର ର ସ୍ଥାପନ କେଉଁଠି କରା ଯାଇଥିଲା ?
ଉ: କଲିକତା ରେ ପ୍ରଥମ କମ୍ପ୍ୟୁଟର ସ୍ଥାପନ ହୋଇଥିଲା ।
4- କେଉଁ ପଶୁ ନିଜର ନାକ ଦ୍ଵାରା ପାଣି ପିଏ ?
ଉ: ହାତୀ ନାକ ଦ୍ଵାରା ପାଣି ପିଏ ।
5- ମନୁଷ୍ୟ ସର୍ବ ପ୍ରଥମେ କେଉଁ ଫଳ କୁ ଖାଇଥିଲା ?
ଉ: ଖଜୁରୀ ଖାଇଥିଲା ।
6- କେଉଁଟିକୁ ଭାରତର ସବୁଠାରୁ ପରିଷ୍କାର ସହର ଭାବେ ଘୋଷଣା କରାଯାଇଛି ?
ଉ: ଇନ୍ଦୋର ସବୁଠୁ ପରିଷ୍କାର ସହର ।
7- କାହାକୁ ଧଳା ବାଘର ରାଜ୍ୟ ବୋଲି କୁହାଯାଏ ?
ଉ: ମଧ୍ୟପ୍ରଦେଶକୁ କୁହାଯାଏ ।
8- ଦୁନିଆର କେଉଁ ପକ୍ଷୀ ସବୁଠୁ ବଡ ଅଣ୍ଡା ଦେଇଥାଏ ?
ଉ: ଓଟପକ୍ଷୀ ।
9- ମେଘାଳୟର ରାଜଧାନୀ କେଉଁଠାରେ ଅଛି ?
ଉ: ଶିଲଂ ମେଘାଳୟର ରାଜଧାନୀ ।
10- ଆଗ୍ରା ର ତାଜମହଲ ଭାରତର କେଉଁ ରାଜ୍ୟରେ ଅବସ୍ଥିତ ?
ଉ: ଉତ୍ତରପ୍ରଦେଶ ରେ ଅବସ୍ଥିତ ।
11- କେଉଁ ପ୍ରାଣୀ ଗୋଟିଏ ଆଖି ମେଲା କରି ଶୋଇଥାଏ ?
ଉ: ଡଲଫିନ ମାଛ ଗୋଟିଏ ଆଖି ମେଲା କରି ହୁଏ ।
12- ଆଇରନ ଲେଡି ଭାବରେ କିଏ ଜଣାଶୁଣା ?
ଉ: ଇନ୍ଦିରା ଗାନ୍ଧୀ ।
13- କେଉଁ ଫୁଲ ଶହେ ବର୍ଷରେ ଥରେ ଫୁଟିଥାଏ ?
ଉ: ନାଗପୁଷ୍ପ ଶହେ ବର୍ଷରେ ଥରେ ଫୁଟେ ।
14- କେଉଁ ଦେଶର ଜାତୀୟ ଚିହ୍ନ କଙ୍ଗାରୁ ଅଟେ ?
ଉ: ଅଷ୍ଟ୍ରେଲିଆର ଜାତୀୟ ଚିହ୍ନ ।
15- ଆଧାର କାର୍ଡ କେଉଁ ରାଜ୍ୟରେ ପ୍ରଥମେ ତିଆରି ହୋଇଥିଲା ?
ଉ: ମହାରାଷ୍ଟ୍ର ରେ ।
16- ଇଂରେଜ ମାନେ କେତେ ବର୍ଷ ଭାରତକୁ ଶାସନ କରିଥିଲେ ?
ଉ: 200 ବର୍ଷ ।
17- ପୋଙ୍ଗଲ କେଉଁ ରାଜ୍ୟର ମୁଖ୍ୟ ପର୍ବ ?
ଉ: ତାମିଲନାଡୁ ।
18- ରାତିରେ ଆକାଶରେ ସବୁଠୁ ଅଧିକ ଚମକୁଥିବା ତାରା କେଉଁଟି ?
ଉ: ସିରିୟସ ।
19- ରୁଟି କେଉଁ ଗ୍ଯାସ ଯୋଗୁଁ ଫୁଲିଥାଏ ?
ଉ: କାର୍ବନ ଡାଇଅକ୍ସାଇଡ ।
20- ଝିଅଟି ବର୍ଷକୁ ଥରେ କିନେ, ପୁରା ବର୍ଷ ବ୍ୟବହାର କରିଥାଏ ଓ ପରେ ଫୋପାଡି ଦିଏ ? କହିଲ ଦେଖି ତାହା କଣ ?
ଉ: କ୍ଯାଲେଣ୍ଡର ।
ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।