ସତ ହୋଇଗଲା ଦିଲ୍ଲୀ ଡାକ୍ତରଙ୍କ ଚେତାବନୀ ! ଯାହା କହିଥିଲେ Pintu Nanda ଙ୍କ ସହ ସେଇଆ ହିଁ ହେଲା…

ପିଣ୍ଟୁ ନନ୍ଦ ଭୁବନେଶ୍ବରରୁ ଦିଲ୍ଲୀ ଯିବା ପରେ ସେଠାକାର ଡାକ୍ତର କଥା ଦେଇଥିଲେ କି ଶୀଘ୍ର ମିଳିଗଲେ ପିଣ୍ଟୁ ସୁସ୍ଥ ହୋଇଯିବେ । ହେଲେ ଲିଭର ମିଳିବାରେ ଡେରି ହେବାରୁ ସେହି ଡାକ୍ତର ଯାହା କହିଥିଲେ ତାହା ହିଁ ଏବେ ସତ ହେଲା । ହାଇଦ୍ରାବାଦ ଆସିବାର ମାତ୍ର 5 ଦିନ ଭିତରେ ଚାଲିଗଲା ପିଣ୍ଟୁ ନନ୍ଦଙ୍କ ଜୀବନ । ପିଣ୍ଟୁଙ୍କ ଜୀବନ ସୀମା ପ୍ରତି ମିନିଟ ମିନିଟରେ କମି ଆସୁଥିଲା କହିଲେ ଭୁଲ ହେବନାହିଁ ।

ଦିଲ୍ଲୀରେ ଥିବାବେଳେ ପିଣ୍ଟୁ ନନ୍ଦଙ୍କ ଚିକିତ୍ସା ପାଇଁ ସମସ୍ତ ବ୍ୟବସ୍ଥା କରା ଯାଇଥିବା ବେଳେ ହଠାତ ତାଙ୍କ ଲିଭରରୁ ର-କ୍ତ-ସ୍ରା-ବ ହେବା ଆରମ୍ଭ ହୋଇ ଯାଇଥିଲା । ଯାହା ଦେଖି ଡାକ୍ତର ମଧ୍ୟ ଚିନ୍ତାରେ ପଡି ଯାଇଥିଲେ ଓ ତୁରନ୍ତ ତାଙ୍କ ଲିଭର ଟ୍ରାନ୍ସପ୍ଳାଣ୍ଟ କରାଯାଉ ବୋଲି ସେ ଚାହିଁଥିଲେ । ଏଥିପାଇଁ ପରିବାରର ସମସ୍ତ ସଦସ୍ୟଙ୍କ ଟେଷ୍ଟ ମଧ୍ୟ କରା ଯାଇଥିଲା । ହେଲେ ପିଣ୍ଟୁଙ୍କ ସହ କାହା ଲିଭର ବ୍ଲଡ଼ଗ୍ରୁପ ନ ମିଶିବାରୁ ଏକ ବଡ ସମସ୍ଯା ଠିଆ ହେଲା ।

ଆଉ ଗୋଟିଏ ପଟେ ଅନେକ କଷ୍ଟ ସହି ଜୀବନ ସହ ସଂଘର୍ଷ କରୁଥିବା ପିଣ୍ଟୁ ନନ୍ଦ ବାରମ୍ବାର ପଚାରି ବୁଝୁଥିଲେ ତାଙ୍କ ସହ କାହା ଲିଭର ମ୍ଯାଚ ହେଲା କି ନାହିଁ । ହେଲେ ଡାକ୍ତର ବଡ ଦୁଃଖରେ ପିଣ୍ଟୁଙ୍କ ହାତ ଧରି କହୁଥିଲେ କାହାର ମଧ୍ୟ ଲିଭର ମିଶୁନାହିଁ । ଆଉ ପିଣ୍ଟୁଙ୍କ ଅବସ୍ଥା ଗୁରୁତର ହେବାରୁ ଆହୁରି ଭଲ ଚିକିତ୍ସା ପାଇଁ ତାଙ୍କୁ ହାଇଦ୍ରାବାଦ ଚାଲିଯିବାକୁ କହିଥିଲେ ଡାକ୍ତର ।

ଅନେକ ଦିନରୁ ବଞ୍ଚିବାର ଆଶା ନେଇ ମୃ-ତ୍ୟୁ ସହ ସଂଗ୍ରାମ କରୁଥିବା ପିଣ୍ଟୁ ନନ୍ଦ ଡାକ୍ତରଙ୍କ ଏକଥା ଶୁଣିବା ପରେ ଏକଦମ ଭାଙ୍ଗି ପଡିଥିଲେ । ପୂର୍ବରୁ ପିଣ୍ଟୁଙ୍କ ଲିଭର 80 ପ୍ରତିଶତ ଖରାପ ହୋଇ ଯାଇଥିବା ବେଳେ ଯେକୌଣସି ମୂହୁର୍ତ୍ତରେ ତାଙ୍କ ଲିଭର ଫେଲ୍ଯୁର ହେବାର ସମ୍ଭାବନା ଆହୁରି ବଢି ଯାଇଥିଲା । ପିଣ୍ଟୁଙ୍କ ହାତରେ ସମୟ ବହୁତ କମ୍ ଅଛି ବୋଲି କହି ଦେଇଥିଲେ ଡାକ୍ତର । ଆଉ ସମୟ ଗଡିବା ଆଗରୁ ହାଇଦ୍ରାବାଦ ଯିବା ପାଇଁ ପରାମର୍ଶ ଦେଇଥିଲେ ।

ନଚେତ ପିଣ୍ଟୁଙ୍କ ଜୀବନ ପ୍ରତି ବିପଦ ଅଛି ବୋଲି ସ୍ପଷ୍ଟ କହି ଦେଇଥିଲେ ଦିଲ୍ଲୀ ଡାକ୍ତର । ପିଣ୍ଟୁ ହାଇଦ୍ରାବାଦ ତ ଗଲେ ସତ କିନ୍ତୁ ଦିଲ୍ଲୀ ଡାକ୍ତର ଯାହା କହିଥିଲେ ତାହା ହିଁ ଘଟିଯିବ ବୋଲି କେହି କେବେ ସ୍ଵପ୍ନରେ ବି ଭାବି ନଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।