Pintu Nanda ଙ୍କୁ ମିଳିଥିବା ଲକ୍ଷ ଲକ୍ଷ ଟଙ୍କା କିଏ ରଖିବ ? ସ୍ତ୍ରୀ ଓ ଦୁଇ ପୁଅ ନା ବଡ ଭାଇ Abhiram Nanda ରଖିବେ ଟଙ୍କା ? ଉଠିଲାଣି ବିବାଦ !

ସମସ୍ତଙ୍କ ପ୍ରିୟ ଅଭିନେତା ପିଣ୍ଟୁ ନନ୍ଦ ଆଉ ଏ ଦୁନିଆରେ ନାହାନ୍ତି । ସବୁଦିନ ପାଇଁ  ସ୍ଵର୍ଗଦ୍ଵାରରେ ପଞ୍ଚଭୂତରେ ଲୀନ ହୋଇ ଯାଇଛନ୍ତି ଓଲିଉଡ ଜଗତର ଏହି ପ୍ରତିଭାବାନ ଅଭିନେତା । ଆଉ ସେ ଚାଲିଯିବା ପରେ ଏବେ ତାଙ୍କୁ ନେଇ ଅନେକ ଚର୍ଚ୍ଚା ଆଲୋଚନା କରୁଛନ୍ତି ଲୋକେ । ପିଣ୍ଟୁ ନନ୍ଦଙ୍କୁ ମିଳିଥିବା ସାହାଯ୍ୟ ରାଶି ଏବେ କିଏ ରଖିବ ଏହାକୁ ନେଇ ଜୋର ଧରିଲାଣି ଚର୍ଚ୍ଚା । ପିଣ୍ଟୁ ନନ୍ଦ ଲିଭର ସିରୋସିସ ରୋଗରେ ଆକ୍ରାନ୍ତ ହେବା ପରେ ଡାକ୍ତର ତାଙ୍କୁ ଲିଭର ଟ୍ରାନ୍ସପ୍ଳାଣ୍ଟ ପାଇଁ ଦିଲ୍ଲୀ ଯିବାକୁ ପରାମର୍ଶ ଦେଇଥିଲେ ।

ଏହି ଚିକିତ୍ସା ଅତ୍ୟନ୍ତ ବ୍ୟୟବହୁଳ ହୋଇଥିବା ବେଳେ ପିଣ୍ଟୁଙ୍କ ପାଖରେ ଆବଶ୍ୟକ ଅର୍ଥ ନଥିଲା । ତେଣୁ ପିଣ୍ଟୁ ନନ୍ଦଙ୍କୁ ଅନେକ ଲୋକ ସାହାଯ୍ୟ କରୁଥିଲେ । ଏନେଇ ପିଣ୍ଟୁ ଓ ତାଙ୍କର କିଛି କଳାକାର ବନ୍ଧୁ ମିଶି ସାହାଯ୍ୟ ପାଇଁ ଲୋକଙ୍କୁ ପ୍ରାର୍ଥନା କରିଥିଲେ । ପିଣ୍ଟୁ ନନ୍ଦଙ୍କ ବଡ ଭାଇ ଅଭିରାମ ନନ୍ଦଙ୍କ ବ୍ଯାଙ୍କ ଆକାଉଣ୍ଟକୁ ଅନେକ ଟଙ୍କା ଆସୁଥିଲା । ପିଣ୍ଟୁଙ୍କର ନୂଆ ଲିଭର ଲାଗିବ ବୋଲି ପୁରା ଓଡିଶା ତାଙ୍କ ପାଇଆନ ଅର୍ଥ ଯୋଗାଡ କରିବାରେ ଲାଗି ପଡିଥିଲା ।

ଯାତ୍ରା ଓ ଫିଲ୍ମ କଳାକାରଙ୍କ ଠାରୁ ଆରମ୍ଭ କରି ବଡ ବଡ ବିଜନେସମ୍ୟାନଙ୍କ ପର୍ଯ୍ୟନ୍ତ ସମସ୍ତେ ପିଣ୍ଟୁ ନନ୍ଦଙ୍କ ଭାଇଏନକେ ଆକାଉଣ୍ଟକୁ ଟଙ୍କା ଛାଡିବା ଆରମ୍ଭ କରି ଦେଇଥିଲେ । ଓଲିଉଡ ଅଭିନେତା ଅର୍ଦ୍ଧେନ୍ଦୁ ଏକା 10 ଲକ୍ଷ ଟଙ୍କା ପିଣ୍ଟୁଙ୍କୁ ସାହାଯ୍ୟ କରିଥିଲେ । ଦରକାର ପଡିଲେ ତାଙ୍କୁ ଆହୁରି ଅର୍ଥ ଦେବା ପାଇଁ ସେ ପ୍ରତିଶ୍ରୁତି ଦେଇଥିଲେ । ପିଣ୍ଟୁଙ୍କୁ ସାହାଯ୍ୟ କରିଥିବା ଅନେକ ଲୋକ ଏବେବି ନିଜ ପରିଚୟ ଲୁଚାଇ ରଖିଛନ୍ତି ଓ ନିଃସ୍ଵାର୍ଥପର ଭାବେ ପିଣ୍ଟୁଙ୍କ ଚିକିତ୍ସା ପାଇଁ ସାହାଯ୍ୟ କରିଥିଲେ ।

ସେଥିରୁ ଅନେକ ଅର୍ଥ ପିଣ୍ଟୁ ନନ୍ଦଙ୍କ ଚିକିତ୍ସାରେ ଲାଗି ସାରିଥିବା ବେଳେ ଏବେବି ତାଙ୍କ ବଡ ଭାଇ ଅଭିରାମ ନନ୍ଦଙ୍କ ଆକାଉଣ୍ଟରେ ପିଣ୍ଟୁଙ୍କ ପାଇଁ ଆସିଥିବା ଲକ୍ଷ ଲକ୍ଷ ଟଙ୍କା ରହିଛି । ସେହି ଟଙ୍କା ଆଉ ପିଣ୍ଟୁଙ୍କ ପାଇଁ ଖର୍ଚ୍ଚ ହୋଇପାରିଲା ନାହିଁ । ଉଚିତ ସମୟରେ ଲିଭର ମିଳିଥିଲେ ଓ ସେହି ଅର୍ଥ ଲାଗିଥିଲେ ପିଣ୍ଟୁ ହୁଏତ ସୁସ୍ଥ ହୋଇ ଆଜି ଆମ ଗହଣରେ ଥାଆନ୍ତେ ବୋଲି ଅନେକ ଲୋକ କହୁଛନ୍ତି । ଅନ୍ୟପଟେ ଅଭିନେତା ବବି ମିଶ୍ର ମଧ୍ୟ କହୁଛନ୍ତି କି, ପିଣ୍ଟୁ ନନ୍ଦ କାହିଁକି ଚାଲିଗଲେ ଏକଥା ଖୁବ ଶୀଘ୍ର ଜଣାପଡିବ ।

ଆଉ ଗୋଟିଏ ପଟେ ପିଣ୍ଟୁଙ୍କ ପାଇଁ ଦିଆଯିବା ଟଙ୍କା ଅଭିରାମ ସବୁ ରଖିବେ ନା ତାଙ୍କ ସ୍ତ୍ରୀ ଓ ଦୁଇ ପୁଅଙ୍କୁ ଦିଆଯିବ ଏନେଇ ଲୋକେ ଚର୍ଚ୍ଚା କରୁଛନ୍ତି । କିଛି ଲୋକ ମଧ୍ୟ କହୁଛନ୍ତି କି, ପିଣ୍ଟୁଙ୍କୁ ଅର୍ଥ ଦେଇଥିବା ଲୋକଙ୍କୁ ସେହି ଟଙ୍କା ଫେରାଇ ଦେବା ଉଚିତ ହେବ । ତେବେ ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।