ସ୍ଵାମୀ ଓ ସ୍ତ୍ରୀଙ୍କ ସମ୍ପର୍କ ସଂସାରରେ ଏକ ମହତ୍ବପୂର୍ଣ୍ଣ ଓ ପବିତ୍ର ସମ୍ପର୍କ । କିନ୍ତୁ ଆଜିକାଲି ଅନେକ ସ୍ଵାମୀ ସ୍ତ୍ରୀ ସମ୍ପର୍କରେ ଫାଟ ଦେଖାଦେଉଛି ଓ ଭଲପାଇବା ରହୁନି । ଏନେଇ ଆମେ ଆପଣଙ୍କୁ ଏକ ସୁନ୍ଦର କାହାଣୀଟିଏ କହିବୁ । ଥରେ ଜଣେ ସନ୍ନ୍ୟାସୀ ଧ୍ୟାନ କରୁଥିବା ବେଳେ ଜଣେ ମହିଳାଙ୍କ କ୍ରନ୍ଦନର ସ୍ଵର ଶୁଣିବାକୁ ପାଇଲେ । ସନ୍ନ୍ୟାସୀ ଯେତେ ଚେଷ୍ଟା କଲେ ମଧ୍ୟ ଧ୍ୟାନରେ ମନ ଲଗାଇ ପାରିଲେ ନାହିଁ । ତେଣୁ ସେ ବାହାରକୁ ଯାଇ ଏଣେତେଣେ ଦେଖିଲେ ।

ଆଉ ଦେଖିବାକୁ ପାଇଲେ କି, ପାଖରେ ଥିବା ଏକ ରେଳଧାରଣା ଉପରେ ଜଣେ ସ୍ତ୍ରୀଲୋକ ବସିକି କାନ୍ଦୁଛି । ତେଣୁ ସନ୍ନ୍ୟାସୀ ଜଣକ ସ୍ତ୍ରୀଙ୍କ ପାଖକୁ ଯାଇ ତାଙ୍କୁ ପଚାରିଲେ, କିଏ ତୁମେ ? କିନ୍ତୁ ମହିଳା କୌଣସି ଉତ୍ତର ଦେଲେନି । ସନ୍ନ୍ୟାସୀ ଆଉ ଥରେ ପଚାରିଲେ, କିଏ ତୁମେ ଏଠାରେ ବସି କାହିଁକି କାନ୍ଦୁଛ ? ଏଠାରୁ ଉଠିଯାଅ ଆଉ କିଛି ସମୟ ମଧ୍ୟରେ ଟ୍ରେନ ଆସିଯିବ ।
ଏଭଳି ବାରମ୍ବାର ପଚାରିବା ପରେ ମହିଳାଜଣକ ପାଟି ଖୋଲି କହିଲେ, ମୁଁ ଜାଣିନି ଆପଣ କିଏ ତଥାପି ରାତିର ନିସ୍ତବ୍ଧ ପ୍ରହରରେ ଆପଣ ଯଦି ମୋ ପାଖରେ ଠିଆ ହୋଇଛନ୍ତି ମାନେ ମୁଁ ଆପଣଙ୍କୁ କହିବି । ମୋ ବାପା ଜଣେ ଉଚ୍ଚ ଇଶଖିତ ଯୁବକଙ୍କ ସହ ମୋର ବିବାହ କରିଦେଲେ । ସେହି ଘରେ ଟଙ୍କାର ଓ ସୁଖ ସୁବିଧାର କୌଣସି ଅଭାବ ନାହିଁ । ମୋ ପାଖେ ଭଲ ଘର, ଟଙ୍କା ପଇସା, ଧନ ସମ୍ପତ୍ତି ସବୁକିଛି ଅଛି । କିନ୍ତୁ ଆମ ଭିତରେ ଭଲପାଇବା ନାହିଁ ।

ସ୍ଵାମୀ ଠାରୁ ଟିକେ ସ୍ନେହ ଓ ଭଲପାଇବା ପାଇଁ ମୁଁ ବିବାହ କରିଥିଲି । କିନ୍ତୁ ତାହା ନ ପାଇବାରୁ ମୁଁ ଭାବିଲି ଏ ଜୀବନଟା ରଖିବି କାହିଁକି ! ଏକଥା ଶୁଣି ବାବାଜଣକ ତାକୁ ଯାହା କହିଲେ ସେହି ସ୍ତ୍ରୀଙ୍କର ହୃଦୟ ଜିଣି ନେଲେ । ସେ କହିଲେ, ମା’ ତୁ ଯଦି ମୋତେ ପୁତ୍ର ବୋଲି ଭାବିବୁ ତେବେ ମୁଁ ଗୋଟେ ଛୋଟ ପିଲା ଭଳି କହୁଛି ।
ଆଉ ଯଦି ମୋତେ ତୁ ବାପା ଭଳି ଭାବିବୁ ତେବେ ମୁଁ ତୋତେ ବାପା ଭାବେ କହୁଛି । ଯଦି ତୁମକୁ ଜଣେ ପ୍ରେମ କରୁନି ତେବେ ସେ ତୁମର କେହି ନୁହେଁ । ଜଣେ ପରଲୋକ ପାଇଁ ତୁମେ କାହିଁକି ମରିବାକୁ ଆସିଛ ? ଏକଥା ଶୁଣି ମହିଳା ପଚାରିଲେ, ବାବା ମୁଁ କଣ କରିବି କୁହ ?

ବାବା କହିଲେ, ଆଜିର ସମାଜରେ ଲୋକେ ଏଭଳି ହୋଇଗଲେଣି ଯେ ଲୋକଙ୍କ ପାଖରେ ସବୁକିଛି ଅଛି କିନ୍ତୁ ଭଲପାଇବା ନାହିଁ । ଯଦି ଆମେ ଚାହୁଁଛୁ ଆମ ସ୍ଵାମୀ ରାମଚନ୍ଦ୍ର ଭଳି ଆମକୁ ପ୍ରେମ କରୁ ତେବେ ଆମକୁ ମଧ୍ୟ ସୀତା ହେବାକୁ ପଡିବ । କେବଳ ଆଶା ରଖିବା ହିଁ ମଣିଷ ଜୀବନରେ ଦୁଃଖର ସବୁଠୁ ମୂଳ କାରଣ ।
ଆଶା ନରଖି ନିଃସ୍ଵାର୍ଥପର ଭାବେ ସମସ୍ତଙ୍କୁ ପ୍ରେମ ଓ ସ୍ନେହ ଦେଇଚାଲ । କାରଣ ଆମେ ଯେପରି କର୍ମ କରିବା ସେପରି ଫଳ ପାଇବା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।