ଅଧିକ ଶୋଇଲେ ନଷ୍ଟ ହୁଏନି ସମୟ, ବିଶେଷଜ୍ଞମାନେ ନିଦକୁ ନେଇ ଦେଲେ ବଡ ତଥ୍ୟ, ନିଦରେ ସମସ୍ଯା ହେଉଥିଲେ ନିଶ୍ଚୟ ଥରେ ଦେଖନ୍ତୁ

ଆଜିକାଲି ରାତିରେ ନିଦ ନହେବା ଲୋକଙ୍କର ସବୁଠୁ ବଡ ସମସ୍ଯା । ଏହାର ଅନେକ କାରଣ ସବୁ ରହିଛି । ହେଲେ ଶୋଇବା ଯେ ଆମ ପାଇଁ କେତେ ବଡ ମହୋଷଧି ଅଟେ ସେନେଇ ଆଜି ଆମେ ଆପଣଙ୍କୁ କହିବୁ । ବିଶେଷଜ୍ଞମାନେ କୁହନ୍ତି କି, ଆପଣ ଯେତେ ଶୋଇବେ ସେତେ ଆପଣଙ୍କ ପାଇଁ ଭଲ । ଅନେକ ଲୋକ କୁହନ୍ତି ଆପଣ ଯଦି ଶୋଉଛନ୍ତି ତେବେ ଆପଣ ସମୟ ନଷ୍ଟ କରୁଛନ୍ତି । କିନ୍ତୁ ଏକଥା ସଂପୂର୍ଣ୍ଣ ଭୁଲ ଅଟେ । ଆଜିର ସମୟରେ ଆଜି ଯଦି ଆପଣ ଭଲରେ ନିଦ୍ରା ଯାଉଛନ୍ତି ତେବେ ଆପଣ ପୃଥିବୀର ସବୁଠୁ ଖୁସି ବ୍ୟକ୍ତି ।

ଏନେଇ ଭାରତରେ କରାଯାଇଥିବା ଏକ ସର୍ଭେରୁ ଜଣାପଡିଛି ଯେ, ପ୍ରତି 10 ଜଣରେ 2ଜଣ ଲୋକଙ୍କୁ ରାତିରେ ନିଦ ଆସୁନି । 10 ରୁ 9 ଜଣଙ୍କର ରାତିଆରେ 2-3 ଥର ନିଦ ଭାଙ୍ଗୁଛି । 10ରୁ 3 ଜଣଙ୍କୁ କମ୍ ସମୟ ନିଦ ହେଉଛି । ଏହି ସର୍ଭେ ଅଢେଇ ଲକ୍ଷ ଲୋକଙ୍କୁ ନେଇ କରାଯାଇଥିଲା । ଯାହାର ତଥ୍ୟ ଏକ ଜାତୀୟ ଗଣମାଧ୍ୟମରେ ପ୍ରକାଶ ପାଇଛି । ତେବେ ଜାଣି ରଖନ୍ତୁ ଯେ ଶୋଇଲେ ବିଲକୁଲ ବି ସମୟ ନଷ୍ଟ ହୁଏନି । 2022 ରେ ନୀଡର ଅଭାବ ଏ କଥାକୁ ମିଛ ପ୍ରମାଣିତ କରିଛି ।

ମୋବାଇଲ ହ୍ୟାଙ୍ଗ ହେଲେ ଆମେ କିଛି ଅଦରକାରୀ ଡାଟା ଡ଼ିଲିଟ କରି ଦେଇଥାଉ । ହି ସେପରି ଶୋଇଲେ ଆମର ମୁଣ୍ଡର ମେମୋରୀ ଖାଲି ହୁଏ ଯାହା ଆମକୁ ଅଧିକ କାମ କରିବା ପାଇଁ ଶକ୍ତି ଯୋଗାଏ । ଶୋଇବା ଦ୍ଵାରା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢେ ଓ କମ୍ ଶୋଇଲେ ଶରୀର ମୋଟା ହୋଇଥାଏ ଏବଂ ଅନେକ ରୋଗ ମଧ୍ୟ ହୋଇଥାଏ । ଖାସ କଥା ହେଲା ନିଦ ଅଧିକ ହେଲେ ଦେଶର ଅର୍ଥନୀଦ୍ଧି ପାଏ ।

ତେବେ ଏହାକୁ ନେଇ 5ଟି ଦେଶରେ ସର୍ଭେ କରାଯାଇଥିଲା । ଏଥିରୁ ଦେଖାଯାଇଛି କି ଦେଶବାସୀ ଭଲରେ ଶୋଇବା ଦ୍ଵାରା ଆଫ୍ରିକା, ଆମେରିକା, ୟୁଏଇ ଓ ଅଷ୍ଟ୍ରେଲିଆ ଭଳି ଦେଶର ଜିଡିପି ବୃଦ୍ଧି ପାଇଛି । କାରଣ ଶୋଇବା ଦ୍ଵାରା ଲୋକଙ୍କ କାର୍ଯ୍ୟକ୍ଷମତା ବୃଦ୍ଧି ପାଇଥାଏ । ଅନ୍ୟପଟେ ନିଦ ଲାଗୁ ନଥିବା ଲିଷ୍ଟରେ ଦ୍ଵିତୀୟ ସ୍ଥାନରେ ରହିଛି ଭାରତ ଏବଂ ଜାପାନ ରହିଛି ପ୍ରଥମ ସ୍ଥାନରେ ।

ଛୋଟ ଛୁଆ ତିନିମାସ ମଧ୍ୟରେ ଦିନକୁ 20 ଘଣ୍ଟା ଶୋଉଥିବା ବେଳେ ଅର୍ଦ୍ଧ ବୟସ୍କ ଅର୍ଥାତ 25 ରୁ 40 ବର୍ଷର ଲୋକମାନେ ଦିନକୁ 10 ଘଣ୍ଟା ଶୋଇବା ଆବଶ୍ୟକ ରହିଛି । ବୃଦ୍ଧାବସ୍ଥାରେ 6-7 ଘଣ୍ଟା ନିଦ ହୋଇଥାଏ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି, ବିଶ୍ବରେ ନିଦକୁ ନେଇ ବ୍ୟବସାୟ ମଧ୍ୟ ବୃଦ୍ଧି ପାଇବାରେ ଲାଗିଛି ।

କାରଣ ଦୁନିଆରେ 2020ରେ ନିଦ ସମ୍ପର୍କିତ 31 ଲକ୍ଷ କୋଟିର ବ୍ୟବସାୟ ହୋଇଛି । ସ୍ଳିପିଙ୍ଗ ଥେରାପି ଶିଖିବା ପାଇଁ ଲୋକେ ଫରେନ ୟୁନିଭର୍ସିଟି ଯାଉଛନ୍ତି । ଭାରତରେ ପ୍ରତିବର୍ଷ 50 ଲକ୍ଷରୁ ଅଧିକ ଲୋକ ନିଦ ଥେରାପି ଉପରେ ନିର୍ଭର କରୁଛନ୍ତି । ନିଦ ଆସିବା ପାଇଁ ନୂତନ ପ୍ରଣାଳୀର ଖଟ, ତକିଆ ଓ ଗଦି ମଧ୍ୟ ତିଆରି କରାଯାଉଛି । ଲୋକେ କୋଟି କୋଟି ଟଙ୍କା ଦେଇ ଏହିସବୁ ଜିନିଷ କିଣୁଥିଲେ ମଧ୍ୟ ସେମାନେ ଜାଣିରଖିବା ଉଚିତ କି ମାନସିକ ଶାନ୍ତି ହିଁ ମଣିଷକୁ ଭଲ ନିଦ ଦେଇଥାଏ ।

ନିଦ ଆସିବା ପାଇଁ ସକାଳେ ପ୍ରତିଦିନ କିଛି ସମୟ ବ୍ୟାୟାମ କରନ୍ତୁ ଓ ଦିନ ସମୟରେ 30 ମିନିଟରୁ ଅଧିକ ଶୁଅନ୍ତୁ ନାହିଁ । ଶୋଇବାର 1 ଘଣ୍ଟା ପୂର୍ବରୁ ମୋବାଇଲ ଦେଖିବା ବନ୍ଦ କରିଦିଅନ୍ତୁ । କାରଣ ମୋବାଇଲର ନୀଳ ଆଲୋକ ନିଦକୁ ନଷ୍ଟ କରିଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।