ଜୀବନକୁ ସରଳ ଓ ସୁଖମୟ କରିବାକୁ ହେଲେ ଶାସ୍ତ୍ର ବର୍ଣ୍ଣିତ କିଛି ନିୟମମାନ ପାଳନ କରିବା ଜରୁରୀ ଅଟେ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ସକାଳେ ଠାକୁର ପୂଜା କରିବା ସମୟରେ ଦୀପାରେ ଦୁଇଟି ଲବଙ୍ଗ ପକାଇ ଜଳାଇବା ଦ୍ଵାରା ଘରୁ ନକରାତ୍ମକ ଶକ୍ତି ଦୂର ହୋଇଥାଏ । ଯଦି ଧନ ଏବଂ ଟଙ୍କା ସମସ୍ଯା ଦେଖା ଦେଉଥାଏ ତେବେ ଆପଣଙ୍କ ମନିପର୍ସରେ ଶ୍ରୀରାମ ଜନ୍ତ୍ର କିମ୍ବା କୁବେର ଜନ୍ତ୍ର ରଖିବା ଦ୍ଵାରା ଶୁଭ ଏବଂ ମଙ୍ଗଳକାରୀ ହୋଇଥାଏ ।
ଗୁରୁବାର ଦିନ କଦଳୀ ଗଛ ପୂଜା କରିବା ଦ୍ଵାରା ଶୁଭ ହୋଇଥାଏ ଓ ବିଷ୍ଣୁ କୃପା ଏବଂ ସୁଖଶାନ୍ତି ପ୍ରାପ୍ତ ହୋଇଥାଏ । ଘରେ କିମ୍ବା ରୋଷେଇ ଘରେ କେବେବି ହଳଦୀ ଶେଷ ହେବା ଉଚିତ ନୁହେଁ, ଏହାଦ୍ଵାରା ଗୁରୁ ଗ୍ରହ ଦୋଷ ଲାଗିଥାଏ ଏବଂ କାର୍ଯ୍ୟରେ ବିଭିନ୍ନ ସମସ୍ଯା ଦେଖା ଦେଇଥାଏ । ଘରେ କେବେବି ଚାଉଳ ସରିବା ଅନୁଚିତ ଓ ଶେଷ ହେବା ପୂର୍ବରୁ ମହଜୁଦ ରଖିବା ଉଚିତ, ଏହା ଶୁକ୍ର ଗ୍ରହ ଦୋଷ ଉତ୍ପନ୍ନ କରି ଧନ ଆଗମନରେ ସମସ୍ଯା ସୃଷ୍ଟି କରିଥାଏ ।
ଘରୁ କେବେବି ଅଟା ଶେଷ ହେବା ଉଚିତ ନୁହେଁ, ଏହା ଆର୍ଥିକ ସ୍ଥିତିକୁ ପ୍ରଭାବିତ କରିଥାଏ ଏବଂ କାର୍ଯ୍ୟରେ ବାଧା ସୃଷ୍ଟି ହେବାସହ ଧନହାନି ହେବାର ସମ୍ଭାବନା ସୃଷ୍ଟି ହୋଇଥାଏ । ରୋଷେଇ ଘରେ କେବେବି ଲୁଣ ସାରିବାକୁ ଦେବା ଉଚିତ ନୁହେଁ, ଏହା ଅଶୁଭ ହୋଇଥାଏ । ତେଣୁ ଲୁଣ ଶେଷ ହେବା ପୂର୍ବରୁ ମହଜୁଦ ରଖିବା ଉଚିତ, ଏହା ଘରୁ ନକରାତ୍ମକ ଶକ୍ତି ଦୂର କରିବା ସହ ରାହୁକେତୁଙ୍କ ପ୍ରଭାବ କମ୍ କରିଥାଏ ।
ଘରର ବୈଠକ ଘରେ ଅଥବା ଡ୍ରଇଂ ରୁମ୍ ରେ ବସିବା ସ୍ଥାନର ପଛପଟେ ପାହାଡ, ପର୍ବତର ଚିତ୍ର ଲଗାଇବା ଦ୍ଵାରା ଶୁଭପ୍ରଦ ହୋଇଥାଏ ଏବଂ ଆତ୍ମବିଶ୍ବାସ ବୃଦ୍ଧି ହୋଇଥାଏ । ଘରର ଗାଧୋଇବା ଘରେ କେବେବି ଖାଲି ବାଲଟି ରଖିବା ଉଚିତ ନୁହେଁ, ପାଣି ଭର୍ତ୍ତି ରଖିବା ଦ୍ଵାରା ନକରାତ୍ମକ ଶକ୍ତି ଦୂର ହେବାରେ ସାହାଯ୍ୟ କରେ ।
ଖଟ ଉପରେ ବସି କେବେ କୌଣସି ଖାଦ୍ଯ ଖାଇବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହେବାସହ ସହ ବିଘ୍ନକାରକ ହୋଇଥାଏ ଏବଂ ଦାରିଦ୍ର୍ୟତା ମଧ୍ୟ ଆସିଥାଏ । ଘରର ମୁଖ୍ୟଦ୍ଵାରରେ କେବେବି କୌଣସି ଅଳିଆ ଆବର୍ଜନା କିମ୍ବା ଡଷ୍ଟବିନ ରଖିବା ଉଚିତ ନୁହେଁ, ଏହା ଅଶୁଭ ହେବାସହ ଦାରିଦ୍ର୍ୟତା ବୃଦ୍ଧି କରିଥାଏ ।
ସନ୍ଧ୍ୟା ସମୟରେ କେବେବି ଶୋଇବା ଉଚିତ ନୁହେଁ, ଏହା ଅମଙ୍ଗଳକାରୀ ହୋଇଥାଏ ଏବଂ ଆର୍ଥିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ । ସନ୍ଧ୍ୟା ସମୟରେ କେବେବି ପଇସା ଧାର କରଜ ଦେବା କିମ୍ବା ନେବା ଉଚିତ ନୁହେଁ, ଅଶୁଭ ହେବାସହ ପଇସା ଫେରି ପାଇବାର ସମ୍ଭାବନା କମ୍ ହୋଇଥାଏ । ସନ୍ଧ୍ୟା ସମୟରେ କେବେ କାହାକୁ ରସୁଣ, ପିଆଜ କିମ୍ବା ଖଟା ଜିନିଷ ଦେବା ଉଚିତ ନୁହେଁ, ଏହାଦ୍ଵାରା ଅଶୁଭ ଓ ଅମଙ୍ଗଳ ହୋଇଥାଏ ।
ଘରର ଉତ୍ତର-ପୂର୍ବ କୋଣରେ ଗୋଟିଏ ସୁରେଇ କିମ୍ବା ମାଟିର ମାଠିଆରେ ପାଣି ଭର୍ତ୍ତି କରି ରଖିବା ଉଚିତ, ଏହା ଶୁଭପ୍ରଦ ଓ ମଙ୍ଗଳକାରୀ ହେବାସହ ଘରେ ଧନର ଅଭାବ ଦୂର ହୋଇଥାଏ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।