ଗୋରା ଛୁଆ କେମିତି ଜନ୍ମ ହୋଇଥାଏ ? ଯଦି ଚାହୁଁଛନ୍ତି କି ଆପଣଙ୍କ ଛୁଆ ଗୋରା ହେଉ ତେବେ ଥରେ ନିଶ୍ଚୟ ଦେଖନ୍ତୁ, Dr Supriya Puranik

ଆମ ଭାରତୀୟ ମା’ ମାନେ ଚାହିଁଥାନ୍ତି କି ତାଙ୍କ ଛୁଆ ଗୋରା ହୋଇ ଜନ୍ମ ନେଉ । ଯୁଗ ଯୁଗ ଧରି ଭାରତୀୟ ମା’ ମାନଙ୍କ ମନରେ ଏଭଳି ଇଚ୍ଛା ରହି ଆସିଛି । ଏଥିପାଇଁ ମା’ ମାନେ ଗର୍ଭବତୀ ଥିବା ସମୟରେ ଅନେକ ପ୍ରକାର ଜିନିଷ ଖାଇଥାନ୍ତି ଓ ଅନେକ ରୀତିନୀତି ପାଳନ କରିଥାନ୍ତି । ତେବେ ଆପଣଙ୍କ ପିଲା ଗୋରା କେମିତି ହେବ ? ପିଲା ଗୋରା ହେବା କେତେ ଜରୁରୀ ? ଏନେଇ ଆସନ୍ତୁ ଜାଣିବା ଡାକ୍ତର ସୁପ୍ରିୟା ପୁରାଣିକଙ୍କ ଠାରୁ ।

ସମସ୍ତେ ନିଜ ଛୁଆକୁ ଖୁବ୍ ପ୍ରେମ କରିଥାନ୍ତି । ନିଜ ଛୁଆ ଗୋରା ହେଉ କି କଳା ହେଉ କିମ୍ବା ଲମ୍ବା ହେଉ କି ଛୋଟ ହେଉ ସମସ୍ତେ ନିଜ ଜନ୍ମ କଲା ଛୁଆକୁ ଭଲ ପାଇଥାନ୍ତି । ଯେମିତି ହେଇଥାନ୍ତୁ ପଛେ ମା’ ଓ ଛୁଆ ପରସ୍ପରକୁ ସମାନ ଭଲ ପାଇଥାନ୍ତି । ଏସବୁ ବିଷୟ ସେମାନଙ୍କ ଉପରେ କୌଣସି ପ୍ରଭାବ ପକାଇ ନଥାଏ । ତେବେ ଅନେକ ମା ତାଙ୍କ ପରିବାର ଲୋକେ କିନ୍ତୁ ଚାହିଁଥାନ୍ତି କି ତାଙ୍କ ଛୁଆ ଗୋରା ହେଉ ।

ତେବେ ଆପଣଙ୍କୁ କହି ରଖୁଛି ଯେ, ଜଣେ ଶିଶୁ ଉଭୟ ଶାରୀରିକ ଓ ମାନସିକ ଭାବେ ସୁସ୍ଥ ରହିବା ତା’ର ଗୋରା ହେବାଠୁ ସବୁଠୁ ଅଧିକ ଗୁରୁତ୍ୱପୂର୍ଣ୍ଣ ପଟେ । ଦେଖିବାକୁ ଗଲେ ଆମ ତ୍ଵଚାର ରଙ୍ଗ, କେଶ ଓ ଆଖିର ରଙ୍ଗ ଏବଂ ଆମ ଉଚ୍ଚତା ଏସବୁ ବଂଶଗତ କାରଣ ଉପରେ ନିର୍ଭର କରିଥାଏ ।

କୌଣସି ପିଲାଠାରେ ଯଦି ତା’ ବାପାଙ୍କ ଜିନ୍ ଅଧିକ ମାତ୍ରାରେ ରୁହେ ତେବେ ସେ ବାପାଙ୍କ ଭଳି ଦିଶେ । ସେହିପରି ମା’ଙ୍କ ଜିନ୍ ଅଧିକ ଥିଲେ ସେ ମା’ଙ୍କ ଭଳି ଦିଶେ । ଆଉ କିଛି ଉଭୟ ବାପା ଓ ମା’ଙ୍କ ଭଳି ମିଶାମିଶି ଦିଶିଥାନ୍ତି । ଏପରିକି ଦେଖିବାକୁ ମିଳେ କିଛି ପିଲାଙ୍କ ଠାରେ ଜେଜେବାପା, ଜେଜେମା, ଅଜା ଓ ଆଈଙ୍କ ରୂପ ଏବଂ ଗୁଣ ମଧ୍ୟ ରହିଥାଏ । ଆମେ ଗୋରା ରଙ୍ଗ ପାଇଁ ବହୁତ ଉତ୍ସୁକ ରହିଥାଉ ।

କିନ୍ତୁ ଜାଣି ରଖନ୍ତୁ ଯେ ଗୋରା ହେବା ଦ୍ଵାରା ଆମ ଚର୍ମ ତଳେ ଥିବା ମେଲାନିନ ନାମକ ପିଗମେଣ୍ଟ ଖୁବ କମ୍ ରହିଥାଏ । କିନ୍ତୁ କଳା ରଙ୍ଗର ଲୋକଙ୍କ ଠାରେ ଏହି ପିଗମେଣ୍ଟ ଅଧିକ ରହିଥାଏ । ଏହି ମେଲାନିନ ଆମକୁ ସୂର୍ଯ୍ୟକିରଣରୁ ଆସୁଥିବା ବିପଦପୂର୍ଣ୍ଣ ରଶ୍ମିରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ ।

ତେଣୁ କଳା ରଙ୍ଗର ଲୋକଙ୍କ ଠାରେ ଚର୍ମ କର୍କଟ ଭଳି ରୋଗ ହେବାର ସମ୍ଭାବନା ଖୁବ କମ୍ ଦେଖାଯାଏ । ତେବେ ଗୋରା ଛୁଆ ଜନ୍ମ ହେବା ପାଇଁ କେଶର, ଘିଅ, କ୍ଷୀର, ଫଳମୂଳ, ନଡିଆ ପାଣି ଓ ଡ୍ରାଇ ଫୃଟ୍ସ ଆଦି କେତେ କଣ ଖାଇବା ପାଇଁ ଆମ ଗୁରୁଜନ ମାନେ ପରାମର୍ଶ ଦେଇଥାନ୍ତି । ଯାହାଦ୍ୱାରା ଛୁଆର ରଙ୍ଗ ଗୋରା ହେବ ବୋଲି ସେମାନେ କୁହନ୍ତି । ଆପଣଙ୍କୁ କହି ରଖୁଛୁ ଯେ, ଏହିସବୁ ଖାଦ୍ଯ ଆପଣ ନିହାତି ଖାଇବା ଆବଶ୍ୟକ ଏହା ଆପଣଙ୍କ ସ୍ୱାସ୍ଥ୍ୟ ପକ୍ଷେ ଖୁବ ହିତଜନକ ।

କିନ୍ତୁ ଏସବୁ ଦ୍ଵାରା ଯେ ଆପଣଙ୍କ ଛୁଆ ଗୋରା ରଙ୍ଗ ନେଇ ଜନ୍ମ ନେବ ଏହାର କୌଣସି ପ୍ରମାଣ ନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ସେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।