କମ୍ପିଲା ବାରବାଟୀ ! ଏଣ୍ଟରଟେନମେଣ୍ଟ ର ପାୱାର ହାଉସ୍ Ranveer Singh ଙ୍କ ବାରବାଟୀ ଗ୍ରାଉଣ୍ଡରେ ଦମଦାର ଏଣ୍ଟ୍ରି, ଦେଖନ୍ତୁ video

ଶେଷ ହୋଇଛି ବହୁ ପ୍ରତିକ୍ଷିତ ହକି ବିଶ୍ଵକପର ଓପନିଂ ସେରିମନି । କଟକ ବାରବାଟୀ ଷ୍ଟାଡିୟମରେ ହକି ବିଶ୍ଵକପର ଶୁଭାରମ୍ଭ ପାଇଁ ଭବ୍ୟ ଆୟୋଜନ ହୋଇଥିଲା । ଓଡିଶା ସରକାର ଦ୍ଵିତୀୟ ଥର ପାଇଁ ହକି ବିଶ୍ଵକପ ଆୟୋଜନ କରିବାକୁ ସୁଯୋଗ ପାଇଥିବା ବେଳେ ସବୁକିଛି ଯେପରି ସୂଚାରୁ ରୂପେ ଅନୁଷ୍ଠିତ ହେବ ସେଥିପାଇଁ ପୂର୍ବରୁ ପ୍ରସ୍ତୁତି ଆରମ୍ଭ କରି ଦେଇଥିଲେ । ଆଗାମୀ 17 ଦିନ ଧରି ରାଜ୍ୟରେ ବିଶ୍ଵର ବିଭିନ୍ନ ଦେଶ ହକି ବିଶ୍ଵକପ ପାଇଁ ଖେଳିବେ ।

ଜାନୁୟାରୀ 13 ତାରିଖ ଠାରୁ ଆରମ୍ଭ ହୋଇ 29 ତାରିଖ ପର୍ଯ୍ୟନ୍ତ ହକି ବିଶ୍ଵକପ ର ମଜା ନେବେ ହକି ପ୍ରେମୀମାନେ । ତେବେ ବିଶ୍ଵକପ ପ୍ରତିଯୋଗୀତା ଆରମ୍ଭ ହେବା ପୂର୍ବରୁ ଗତକାଲି ହକି ବିଶ୍ଵକପ ର ଓପନିଂ ସେରିମନି କଟକ ର ବାରବାଟୀ ଷ୍ଟାଡିୟମରେ ଭବ୍ୟ ଭାବେ ଆୟୋଜିତ ହୋଇଥିଲା । ଏହି ଭବ୍ୟ ଅବସରରେ ଷ୍ଟାଡିୟମରେ ଜନ ସମୁଦ୍ର ଦେଖିବାକୁ ମିଳିଥିଲା । ବହୁଳ ମାତ୍ରାରେ ଲୋକମାନେ ଯୋଗ ଦେଇ ଏହି ଉତ୍ସବର ମଜା ଉଠାଇଥିଲେ ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଏହି ଆୟୋଜନରେ ଯୋଗ ଦେଇଥିଲେ ଓ ଓଡିଶାବାସୀଙ୍କ ସମେତ ସମସ୍ତ ଦେଶର ହକି ଖେଳାଳି ଓ ହକି ପ୍ରେମୀମାନଙ୍କୁ ସମ୍ବୋଧନ କରିଥିଲେ । କ୍ରୀଡା ମନ୍ତ୍ରୀ ଅନୁରାଗ ଠାକୁର ମଧ୍ୟ ଯୋଗ ଦେଇ ସମସ୍ତଙ୍କୁ ଅଭିଭାଷଣ ଦେଇଥିଲେ । ତେବେ ଏହି ଆୟୋଜନରେ ଚାର୍ ଚାନ୍ଦ ଲଗାଇଥିଲେ ବଲିଉଡ ସୁପରଷ୍ଟାର ରଣବୀର ସିଂ । ବଲିଉଡ ଷ୍ଟାଇଲରୁ ଉପରୁ ଏକ ଅଶୋକ ଚକ୍ର ଷ୍ଟାଣ୍ଡ ଉପରେ ଠିଆ ହୋଇ ରଣବୀର ଏଣ୍ଟ୍ରି କରିଥିଲେ । ରଣବୀରଙ୍କ ଏଣ୍ଟ୍ରିରେ ଷ୍ଟାଡିୟମ ଜନ ରବରେ ଗୁଞ୍ଜି ଉଠିଥିଲା ।

ସମସ୍ତେ ରଣବୀରଙ୍କୁ ଚିୟର ଅଫ୍ କରିଥିଲେ । ରଣବୀର ମଧ୍ୟ 10ରୁ 15 ମିନିଟ ଧରି ସତେ ଯେମିତି ମଞ୍ଚରେ ନିଆଁ ଲଗେଇ ଦେଇଥିଲେ । ସେହିପରି ବଲିଉଡ ଅଭିନେତ୍ରୀ ଦିଶା ପାଟନୀ ମଧ୍ୟ ନିଜ ଦମଦାର ଡ୍ୟାନ୍ସରେ ଦର୍ଶକଙ୍କୁ ବାନ୍ଧି ରଖିଥିଲେ । ବଲିଉଡର ପ୍ରମୁଖ ସଙ୍ଗୀତ ନିର୍ଦ୍ଦେଶକ ପ୍ରୀତମ ଦା’ ତାଙ୍କ ସଙ୍ଗୀତ ବ୍ୟାଣ୍ଡ ସହ ଷ୍ଟେଜରେ ଧମାଲ ମଚାଇଥିଲେ । ବଲିଉଡର ଅନେକ ଲୋକପ୍ରିୟ ଗାୟକ ଓ ଗାୟିକା ତଥା ନୀତି ମୋହନ, ଅମିତ ମିଶ୍ରା, ବେନି ଦୟାଲ, ଶ୍ରୀରାମ ଚନ୍ଦ୍ରା ଆଦି ଯୋଗ ଦେଇ କାର୍ଯ୍ୟକ୍ରମର ମଜାକୁ ଦ୍ଵିଗୁଣିତ କରିଥିଲେ ।

ସେହିପରି କେ-ପପ୍ ବ୍ୟାଣ୍ଡ “ବ୍ଲାକଶ୍ଵାନ” ମଧ୍ୟ ମଞ୍ଚ ଦୁଲୁକେଇ ଦେଇଥିଲେ । ତେବେ ରଣବୀରଙ୍କ ନିଆରା ଓ ଦମଦାର ଏଣ୍ଟ୍ରି ସମସ୍ତଙ୍କ ମନକୁ ବେଶ ଛୁଇଁଥିଲା । ବିଭିନ୍ନ ଗୀତାରେ ଦମଦାର ଡ୍ୟାନ୍ସ କରି ହକି ବିଶ୍ଵକପ ଓପନିଂ ସେରିମନିକୁ ସ୍ମରଣୀୟ କରିଥିଲେ ରଣବୀର । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।