ଏହି ତିନି ଜଣ କଳିଯୁଗ ଶେଷ ହେବାର ଦେଲେଣି ସଙ୍କେତ ! ଦେଖନ୍ତୁ କଣ କହୁଛନ୍ତି ବାବା ଦିବାକର (ମାଳିକା ବଚନ)

ନମସ୍କାର ବନ୍ଧୁଗଣ, କଳିଯୁଗ ଶେଷ ହେବ ଏହି କଥାର ଭୟ ସମସ୍ତଙ୍କ ମନରେ ରହିଛି । ତେବେ ସେହି ସମୟ ଧୀରେ ଧୀରେ ପାଖେଇ ଆସିଲାଣି ବୋଲି ଅନୁମାନ କରାଯାଉଛି । କାରଣ ଘଟୁଥିବା ଘଟଣା ଏହି ସମୟ ଖୁବ ଶୀଘ୍ର ଆସିବାର ସୂଚନା ଦେଉଅଛି । ତେବେ ଆଜି ଆମେ ଆପଣ ମାନଙ୍କୁ ଜଣାଇବାକୁ ଯାଉଛୁ ସେହି ତିନି ଜଣଙ୍କ ସମ୍ପର୍କରେ ଯେଉଁମାନେ କଳିଯୁଗ ଶେଷ ହେବାର ପ୍ରମୁଖ ସୂଚନା କର୍ତ୍ତା ପାଲଟିଛନ୍ତି । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ଏହା ସମ୍ପର୍କରେ ।

ମହାପୁରୁଷ ଅଚ୍ୟୁତ ନନ୍ଦ ୫୦୦ ବର୍ଷ ପୂର୍ବରୁ ଏହି କଥାର ଉଲ୍ଲେଖ କରିଛନ୍ତି ମାଲିକାରେ କି କଳିଯୁଗ ଶେଷ ହେବାର ସଙ୍କେତ ଦେବେ ତିନି ଜଣ । ତେବେ ତାହା ହେଉଛି ପକ୍ଷୀ, ବୃକ୍ଷ ଏବଂ ମଣିଷ । ସବୁ ଅଦ୍ଭୁତ ଏବଂ ଅସମ୍ଭବ ଘଟଣାମାନ କଳିଯୁଗରେ ଘଟିବ । ମାଳିକାର ଏହି ବଚନ ଗୁଡିକ ବାସ୍ତବ ରୂପ ଧାରଣ କରିସାରିଛି ଚରମ ସୀମାରେ ।

କଳିଯୁଗରେ ଏଭଳି ଏକ ସମୟ ଆସିବ ଯେତେବେଳେ ଅଦିନରେ କୋଇଲି ରାବିବାକୁ ଲାଗିବ । ଆପଣ ମାନେ ଜାଣିଥିବେ କି କେବଳ ଗ୍ରୀଷ୍ମ ଋତୁରେ ହିଁ ଆମ୍ବ ହୋଇଥାଏ । କିନ୍ତୁ ଏହି କଥାର ବ୍ୟତିକ୍ରମ ଘଟିବ । କାରଣ ଉଲ୍ଲେଖ ରହିଛି କି ଅଦିନରେ ଆମ୍ବ ଗଛରେ ବଉଳ ଧରିବ ଏବଂ ଆମ୍ବ ହେବ । ଯାହା  ସମ୍ପୂର୍ଣ ସୃଷ୍ଟି ନିୟମର ବ୍ୟତିକ୍ରମ ହେବ ।

ନିମ୍ବ ଗଛରେ ମଧ୍ୟ ଅସମୟରେ କଢ ଆସିବ । ନାରୀ ମାନେ ହିଁ ସନ୍ତାନ ଜାତ କରିବାର କ୍ଷମତା ରଖନ୍ତି । କିନ୍ତୁ ଆପଣ ଏହି କଳିଯୁଗରେ ଯେତେବେଳେ ଦେଖିବା ପାଇଁ ପାଇବେ କି ପୁରୁଷ ମଧ୍ୟ ଗର୍ଭଧାରଣ କରୁଅଛି ସେତେବେଳେ ଆପଣ ଜାଣିଯିବେ କି କଳିଯୁଗ ଶେଷ ହେବା ପାଇଁ ଆଉ ମାତ୍ର ଅଳ୍ପ ଦିନ । ଏହା ସହିତ ଆହୁରି ଅନେକ ମଧ୍ୟ ସଙ୍କେତ ମିଳିବ ।

ସାନ ମାନେ ବଡ ମାନଙ୍କୁ ହାତ ଉଠାଇବେ ତାଙ୍କ କଥା ମାନିବେ ନାହିଁ କିମ୍ବା ତାଙ୍କୁ ସମ୍ମାନ ଦେବେ ନାହିଁ । କଳିଯୁଗ ଶେଷ ସମୟ ପାଖେଇ ଆସିବା ବେଳକୁ ଶାଶୁକୁ ବୋହୁ ମାନେ ମଧ୍ୟ ମାରିବେ ଏବଂ ଅସମ୍ମାନିତ କରିବେ ଯାହା ଏବେ ପରିଲକ୍ଷିତ ହେଉଛି । ଯେତେବେଳେ ଆପଣ ରାତିରେ ପ୍ରସ୍ତୁତ କରିଥିବା ଗୁଆ ଘିଅ ସକାଳକୁ ଖଟା ଲାଗିବ ଏବଂ ମିଠା ମହୁ କଶା ଲାଗିବ ସେତେବଳେ ଆପଣ ଜାଣିଯିବେ କି କଳିଯୁଗର ଶେଷ ସମୟ ଆସିସାରିଲାଣି ।

ଏହି ସମସ୍ତ ଘଟଣା ଘଟିବା ସମ୍ପର୍କରେ ମହାପୁରୁଷ ଅଚ୍ୟୁତ ନନ୍ଦ ମାଲିକାରେ ବର୍ଣନା କରିଯାଇଛନ୍ତି । ଯାହା ଏବେ ବେଳକୁ ବେଳ ସତ ହେବାରେ ଲାଗିଛି । ତେଣୁ ସମୟ ଅନୁଯାୟୀ ଏହି ସମସ୍ତ ସଙ୍କେତ ମଧ୍ୟ ସତ ହେବ । ଯଦି ଆପଣ ମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ ଶେୟାର କରିବାକୁ ଜମା ବି ଭୁଲିବେନି ।