ପଙ୍କରେ ଲୁଚି ରହୁଛନ୍ତି ଆଉ ପାଖକୁ ଗଲେ ଭିଡି ନେଉଛନ୍ତି, ଲୋକ ଦେଖିଲା ମାନେ ଗୋଡେଇକି ରକ୍ତାକ୍ତ କରି ଦେଉଛନ୍ତି କୁମ୍ଭୀର, ଦେଖନ୍ତୁ video

ଘାଟ ଜଗି ବସିଛନ୍ତି କୁମ୍ଭୀର । ଗୋଟିଏ କି ଦୁଇଟି ନୁହେଁ ବରଂ ଏକାଧିକ କୁମ୍ଭୀର ଘାଟରେ ଛକି ବସୁଛନ୍ତି । ନଦୀକୂଳରେ ଥିବା ପଙ୍କ ମାଟିରେ କୁମ୍ଭୀରଙ୍କ ଶରୀର ମିଶି ଯାଉଛି । ଆଉ କେହି ପାଖକୁ ଗଲା ବେଳକୁ ନଦୀ ଭିତରକୁ ଟାଣି ନେଉଛି । ନଦୀକୂଳରେ ଏମିତି ଆତଙ୍କ ମଚେଇଛନ୍ତି କୁମ୍ଭୀର । ନଦୀକୂଳରେ ଚୁପଚାପ ଶୋଇ ରହୁଛନ୍ତି ଆଉ କେହି ଆସିବା କ୍ଷଣି ହଠାତ ଝାମ୍ପି ନେଉଛି । କୁମ୍ଭୀରଙ୍କ ଏଭଳି ପ୍ରାଦୁର୍ଭାବକୁ ନେଇ ଭୟରେ ଦିନ କାଟୁଛନ୍ତି ଅଞ୍ଚଳବାସୀ ।

ନଦୀ ମୁହାଣକୁ ଗାଧୋଇବାକୁ କିମ୍ବା ଶୌଚ ହେବାକୁ ଯିବା ପାଇଁ ଲୋକେ ଡରୁଛନ୍ତି । କୁମ୍ଭୀର ଭୟରେ ନଦୀକୂଳକୁ କୌଣସି ବି କାମରେ ଯିବାକୁ ଲୋକେ ଡରୁଛନ୍ତି । ଏଭଳି ଘଟଣା ଦେଖିବାକୁ ମିଳିଛି ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଲକ ଅନ୍ତର୍ଗତ ଛନ୍ଦାମୁଣ୍ଡ ଗ୍ରାମରେ । ଗୋଟିଏ କି ଦୁଇଟି ନୁହେଁ ବରଂ ଏକାଧିକ କୁମ୍ଭୀର ବିଶ୍ଵାଳ ସାହି ନଦୀଛନ୍ଦା ଠାରୁ ଆରମ୍ଭ କରି ସେଠୀ ସାହି ନଦୀଛନ୍ଦା ପର୍ଯ୍ୟନ୍ତ ପାଣିରେ ଆତଙ୍କ ଖେଳାଉଛନ୍ତି । ନଦୀ ପାଣିରେ ସାଲୁବାଲୁ କୁମ୍ଭୀର ଦେଖି ସେଠାକାର ଲୋକେ ଭୟଭୀତ ହୋଇ ପଡିଛନ୍ତି ।

ପୂଜାକର୍ମ ପାଇଁ ହେଉ ଅବା ନିଜର ନିତ୍ୟ ବ୍ୟବହାର୍ଜ୍ୟ କାର୍ଯ୍ୟ ପାଇଁ ଶହ ଶହ ଲୋକ ନଦୀକୁ ଆସିଥାନ୍ତି । କିନ୍ତୁ ଏବେ କୁମ୍ଭୀର ଭୟରେ ନଦୀକୂଳକୁ ଆସିବାକୁ ଲୋକେ ଭୟ କରୁଛନ୍ତି । ଜନ୍ମ ହେବା ଠାରୁ ଯେଉଁମାନେ ନଦୀ ଦେଖି ଆସିଛନ୍ତି ଓ ନଦୀ ପାଣିରେ ଖେଳି ଆସିଛନ୍ତି ସେମାନେ ବର୍ତ୍ତମାନ କୁମ୍ଭୀର ଭୟରେ ସେଠାକୁ ଯାଉ ନାହାନ୍ତି ।

ତେବେ ଗ୍ରାମବାସୀଙ୍କ ଏହି ଅସୁବିଧା ବନବିଭାଗ ପାଖେ ପହଞ୍ଚି ସାରିଛି । ଅଞ୍ଚଳବାସୀଙ୍କ ଏଭଳି ଅସୁବିଧାର ଶୀଘ୍ର ସମାଧାନ ପାଇଁ ବନବିଭାଗକୁ ସେମାନେ ଦାବି କରିଛନ୍ତି । ଗତ ଚାରିରୁ ପାଞ୍ଚ ମାସ ଧରି କେଉଁ ଆଡୁ ଚାରି ପାଞ୍ଚୋଟି କୁମ୍ଭୀର ଆସି ସେଠାକାର ନଦୀକୂଳରେ ରହୁଛନ୍ତି । ଯିଏ ଆସୁଛି କୁମ୍ଭୀର ଭୟରେ ସେଠାରୁ ବାଧ୍ୟ ହୋଇ ପଳାଉଛନ୍ତି । ସ୍ଥାନୀୟ ଲୋକେ ନିତ୍ୟ ବ୍ୟବହାର୍ଜ୍ୟ କାର୍ଯ୍ୟ ପାଇଁ ନଦୀ ଉପରେ ନିର୍ଭରଶୀଳ ଥିବାବେଳେ ସେଠାରେ ଲୋକମାନେ ଚଳପ୍ରଚଳ କରିବା ବିପଦଜନକ ହୋଇପଡିଛି ।

କୁମ୍ଭୀର ଲୋକ ଦେଖିଲେ ଗୋଡାଉଛନ୍ତି ଓ କ୍ଷତାକ୍ତ ରକ୍ତାକ୍ତ କରି ଦେଉଛନ୍ତି । ତେଣୁ ଅଞ୍ଚଳବାସୀଙ୍କ ସମସ୍ଯା ଶୀଘ୍ର ସମାଧାନ କରିବାକୁ ସେମାନେ ପ୍ରଶାସନକୁ ଅନୁରୋଧ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।