ଆଉ ଠକି ପାରିବେନି ଓକିଲ, ଏଣିକି କୋର୍ଟରେ କେସ୍ ଲଢିବ ରୋବର୍ଟ, କମ୍ ଖର୍ଚ୍ଚ ଓ କମ୍ ସମୟରେ ଲୋକଙ୍କୁ ନ୍ୟାୟ ଦେବ ‘ରୋବର୍ଟ ଓକିଲ’

ଏଥର କୋର୍ଟରେ ରୋବର୍ଟ ଲଢିବ । ଏଥିପାଇଁ ଆଉ ଓକିଲଙ୍କୁ ଦେବାକୁ ପଡିବନି ମୋଟା ଅଙ୍କର ଟଙ୍କା । କୋର୍ଟ କଚେରୀ ଚକ୍କରରେ ଲୋକଙ୍କର ଅନେକ ସମୟ ନଷ୍ଟ ହେବାସହ ଟଙ୍କା ଖର୍ଚ୍ଚ କରି ଲୋକେ ସର୍ବସ୍ଵାନ୍ତ ହୋଇଯାନ୍ତି । ପାଣି ଭଳି ଟଙ୍କା ଖର୍ଚ୍ଚ କରିବା ପରେ ମଧ୍ୟ ଅନେକ ଲୋକ ନ୍ୟାୟ ପାଆନ୍ତି ନାହିଁ । ତେବେ ବର୍ତ୍ତମାନ ଏମିତି ଏକ ରୋବର୍ଟ ତିଆରି ହୋଇଛି ଯାହା କୋର୍ଟରେ ଲୋକଙ୍କ ପାଇଁ କେସ୍ ଲଢିବ । ପ୍ରଥମ ଥର ପାଇଁ ଆମେରିକାରେ ଏଭଳି ଏକ ରୋବର୍ଟ ତିଆରି କରାଯାଇଛି ।

ଏହି ରୋବର୍ଟ ପ୍ରଥମ ଥର ପାଇଁ ଫେବୃୟାରୀ ମାସରେ ଜଣେ ମାମଲାକାରୀଙ୍କ ପାଇଁ କେସ୍ ଲଢିବ ବୋଲି ଜଣାପଡିଛି । ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସଙ୍କ ଦ୍ଵାରା ପ୍ରସ୍ତୁତ ହୋଇଥିବା ଏହି ରୋବର୍ଟକୁ “ଡୁ’ ନଟ୍ ପେ” ନାକ ଏକ କମ୍ପାନୀ ପ୍ରସ୍ତୁତ କରିଛି । ଏହାକୁ ତିଆରି କରିଥିବା ବୈଜ୍ଞାନିକ କହିଛନ୍ତି କି, ଏକ ସ୍ମାର୍ଟଫୋନ ଦ୍ଵାରା ଏହି ରୋବର୍ଟ ପରିଚାଳିତ ହେବ । ମାମଲାକାରୀଙ୍କୁ ଆଗକୁ କଣ କରିବାକୁ ହେବ ସେନେଇ ଏହି ରୋବର୍ଟ ତାଙ୍କୁ ନିର୍ଦ୍ଦେଶ ଦେବ ।

2015 ରେ ବୈଜ୍ଞାନିକ ଯୋଶୁଆ ବ୍ରାଉନର ଏହି କମ୍ପାନୀ ପ୍ରତିଷ୍ଠା କରିଥିଲେ । ଲୋକଙ୍କୁ ସାହାଯ୍ୟ କରିବା ଉଦ୍ଦେଶ୍ୟରେ ସେ ଏହି ରୋବର୍ଟ ବନାଇଥିଲେ । ଯେଉଁ କେସ୍ ପାଇଁ ଓକିଲମାନେ ଲକ୍ଷ ଲକ୍ଷ ଟଙ୍କା ଚାର୍ଜ କରନ୍ତି ସେଭଳି କେସ୍ ଲଢି ଟଙ୍କା ବଞ୍ଚାଇବା ସହ ଲୋକଙ୍କୁ ନ୍ୟାୟ ଦେବା ଏହି ରୋବର୍ଟ ବନାଇବା ପଛର ଲକ୍ଷ୍ୟ ରହିଛି ।

ଯୋଶୁଆ ଏନେଇ କହିଛନ୍ତି କି, ମାନବାଧିକାର ପାଇଁ ଲଢିବା ପାଇଁ ୟୁରୋପୀୟ କୋର୍ଟରେ ଅସଂଖ୍ଯ ଓକିଲ ଅଛନ୍ତି । କିନ୍ତୁ ସେମାନଙ୍କ ଫିସ୍ ଏତେ ଅଧିକ ଯେ ଜଣେ ସାଧାରଣ ଲୋକ ତାଙ୍କ ଫିସ୍ ଦେବା ପାଇଁ ଅକ୍ଷମ ହେବ । ତେଣୁ ଏହି ରୋବର୍ଟ କେସ୍ ଲଢିଲେ ଲୋକଙ୍କୁ ଅଧିକ ମାତ୍ରାରେ ଫିସ୍ ଦେବାକୁ ପଡିବନି । ଏଥିପାଇଁ ଓକିଲଙ୍କ ତୁଳନାରେ ଯଥେଷ୍ଟ କମ୍ ଖର୍ଚ୍ଚ ଦେବାକୁ ପଡିବ । ଯେଉଁଠି ଓକିଲଙ୍କ ଫିସ୍ ଲକ୍ଷ ଲକ୍ଷ ଟଙ୍କାର ହୋଇଥାଏ ସେଠାରେ ଏହି ରୋବର୍ଟ ର ଫିସ୍ ମାତ୍ର କେଇ ହଜାରକୁ ଖସି ଆସେ ।

ତେବେ ଏହି ରୋବର୍ଟ ଯଦି ସତରେ କାର୍ଯ୍ୟକାରୀ ହୁଏ ଓ ଲୋକଙ୍କୁ ନ୍ୟାୟ ପ୍ରଦାନ କରିବାରେ ସଫଳ ହୁଏ ତେବେ ଏହାଦ୍ବାରା ଅନେକ ସାଧାରଣ ଲୋକ ନିଶ୍ଚିତ ଭାବେ ଉପକୃତ ହେବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।