ସକାଳୁ ବାସି ମୁହଁରେ କିସମିସ ଖାଇବାର ଫାଇଦା ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ, ଜୀବନରେ କେବେବି ବି ବୁଢା ଲାଗିବେନି

ନମସ୍କାର ବନ୍ଧୁଗଣ, ନିଜର ସୌନ୍ଦର୍ଜ୍ୟକୁ ଜୀବନସାରା ପାଇଁ ସ୍ଥାୟୀ ଭାବରେ ରଖିବା ପାଇଁ କାହାର ବା ଇଚ୍ଛା ନଥାଏ । ନିଜର ସୌନ୍ଦର୍ଜ୍ୟକୁ ସ୍ଥାୟୀ ରଖିବା ପାଇଁ ଏଭଳି କିଛି ଘରୋଇ ଉପଚାର ଅଛି ଯାହାକି ଆପଣଙ୍କ ରୂପକୁ କେବେ ମଧ୍ୟ ବୁଢା ଦେଖାଯିବା ପାଇଁ ଦେବ ନାହିଁ । ତେଣୁ ଆଜି ଆମେ ଆପଣମାନଙ୍କୁ ଜଣାଇବାକୁ ଯାଉଛୁ ଖିସମିସ ସହ ଜଡିତ ଘରୋଇ ଉପଚାର ଯାହାକୁ ଆପଣ ମାନେ ବ୍ୟବହାର କରିବା ପରେ ଆଶ୍ଚର୍ଯ୍ୟ ଜନକ ଫଳ ପାଇବେ । ତେବେ ଆଉ ଡେରି ନକରି ଆସନ୍ତୁ ଜାଣିବା ସେହି ଉପାୟ ସମ୍ପର୍କରେ ।

ଯଦି ଆପଣଙ୍କ ଠାରେ କବଜ ସମସ୍ୟା ରହିଛି ତେବେ ଆପଣ ରାତିରେ ଶୋଇବା ସମୟରେ ଗରମ କ୍ଷୀରରେ ଖିସମିସକୁ ଫୁଟାଇ ସେବନ କରନ୍ତୁ । ଏହା କରିବା ଫଳରେ ଆପଣଙ୍କ ପେଟ ସମ୍ପୂର୍ଣ ସଫା ରହିବା । ଯଦି ଆପଣ ଆବଶ୍ୟକତା ଠାରୁ ବେଶି ପତଳା ଅଟନ୍ତି ଏବଂ ସମସ୍ତଙ୍କ ମଜାର ପାତ୍ର ବନୁଛନ୍ତି ତେବେ ଆପଣ ରାତିରେ ଶୋଇବା ସମୟରେ 20ଟି ଖିସମିସ ରାତିରେ ଶୋଇବା ସମୟରେ ଏକ କପ ପାଣିରେ ଭିଜାଇ ଦିଅନ୍ତୁ ।

ଏହା ପରଦିନ ଆପଣ ସକାଳୁ ଉଠି ଖିସମିସ ଚୋବାଇ ଖାଇନିଅନ୍ତୁ । ଏହାପରେ ଆପଣ ସେହି ପାଣିକୁ ପିଇଦିଅନ୍ତୁ । ଆପଣ 20ଟି ଖିସମିସ କ୍ଷୀରରେ ଫୁଟାଇ ସକାଳେ ସେବନ କରିବା ଦ୍ଵାରା ଆପଣଙ୍କ ଓଜନ ବୃଦ୍ଧି ହେଇଥାଏ । ଯଦି ଆପଣଙ୍କ ଠାରେ ରକ୍ତ ହୀନତା ସମସ୍ଯା ରହିଛି ତେବେ ଆପଣ ସକାଳେ କଞ୍ଚା କ୍ଷୀରରେ 20 ରୁ 25ଟି ଖିସମିସକୁ ଭିଜାଇ ଏକ ଘଣ୍ଟା ପର୍ଯ୍ୟନ୍ତ ରଖିଦିଅନ୍ତୁ ।

ଏହାପରେ ଆପଣ ସେହି କ୍ଷୀରକୁ ଭଲ ଭାବରେ ଫୁଟାନ୍ତୁ । ଫୁଟିସାରିବା ପରେ ଆପଣ ଏହାର ସେବନ କରନ୍ତୁ । ଏହା କରିବା ପରେ ଆପଣ ଏହାର ଫାଇଦା ନିଶ୍ଚୟ ଦେଖିବାକୁ ପାଇବେ । ଜାଣି ରଖନ୍ତୁ କି ଖିସ ମିସ ଆମ ହାଡକୁ ଶକ୍ତିଶାଳୀ କରିଥାଏ । ତେଣୁ ଆପଣ ରାତିରେ ଏକ ଗ୍ଳାସ ପାଣିରେ 20 ଟି ଖିସମିସ ଭିଜାଇ ଦିଅନ୍ତୁ । ଏବଂ ସକାଳୁ ଉଠି ଏହାର ସେବନ କରନ୍ତୁ ।

ଆପଣ ଏହା କରିବା ଫଳରେ ଆପଣଙ୍କ ଆଣ୍ଠୁ ଗଣ୍ଠି ସହ ଜଡିତ ସମସ୍ତ ସମସ୍ୟା ଦୂର ହୋଇଯିବ । ଯଦି ଆପଣଙ୍କ ସ୍ମରଣ ଶକ୍ତି ଧୀରେ ଧୀରେ କମିବାକୁ ଲାଗିଲାଣି ତେବେ ଆପଣ 20ଟି ଖିସମିସ ଏକ ଗ୍ଳାସ ପାଣିରେ ରାତିସାର ଭିଜାଇ ରଖିଦିଅନ୍ତୁ । ଯଦି ଆପଣ ଏହି ଉପାୟ ଟିକୁ ମାଟି ପାତ୍ରରେ କରିବେ ତେବେ ଏହାର ଭଲ ଫାଇଦା ଆପଣ ପାଇପାରିବେ ।

ଆପଣ ଖିସମିସ ମିଶା ପାଣିରେ ଅଳ୍ପ କେସର ଏବଂ ଗୋଲାପ ଜଳ ମିଶାଇ ଦିଅନ୍ତୁ । ଏହା କରିବାର ପରଦିନ ସକାଳୁ ଉଠି ଖିସମିସକୁ କାଢି ଚୋବାଇ ଖାଇ ଦିଅନ୍ତୁ । ଏବଂ ସେହି ପାଣିର ସେବନ କରନ୍ତୁ । 15 ଦିନ ଏହି ପ୍ରୟୋଗ କରିବା ଫଳରେ ଆପଣଙ୍କ ସ୍ମରଣ ଶକ୍ତିରେ ବୃଦ୍ଧି ହୋଇଥାଏ । ନିଜର ବୟସକୁ ସ୍ଥାୟୀ ରଖିବା ପାଇଁ ଚାହୁଁଥିଲେ ନିୟମିତ ସକାଳୁ ଉଠି ଖିସମିସ ଖାଇବା ଆବଶ୍ୟକ । ଯଦି ଆପଣମାନଙ୍କୁ ଆମର ଏହି ପୋଷ୍ଟଟି ଭଲ ଲାଗୁଥାଏ ତେବେ ଲାଇକ, ଶେୟାର କରିବାକୁ ଜମା ବି ଭୁଲିବେନି ।