ଆଉ ତ୍ରାହି ନାହିଁ, ଗୋଦାମ ଘରେ ଗଦା ହେଉଛି କୁଢ କୁଢ ଶବ, ଦୃଶ୍ୟ ଦେଖିଲେ ଆପଣ ବି ଡରିଯିବେ, ଦେଖନ୍ତୁ video

କିଛି ମାସ ବ୍ଯବଧାନରେ ପୁଣି ଥରେ କରୋନାର କରାଳ ରୂପ ଦେଖୁଛି ପଡୋଶୀ ଚୀନ । କରୋନା ସଂକ୍ରମଣ ଏତେ ଜୋରରେ ବଢିବାରେ ଲାଗିଛି ଯେ ତ୍ରାହି ତ୍ରାହି ଡାକୁଛି ଚୀନ । ସବୁଆଡେ ହାହାକାର ପରିସ୍ଥିତି ସୃଷ୍ଟି ହୋଇଛି । ଚୀନର ଏହି ଲହର ଗୋଟିଏ ପରେ ଗୋଟିଏ ସହରକୁ ଗ୍ରାସିବାରେ ଲାଗିଛି । ଆଉ ଏହି ସଂକ୍ରମଣ ଆସନ୍ତା ନୂଆବର୍ଷ ଜାନୁୟାରୀ ମଧ୍ୟ ଭାଗକୁ ଆହୁରି ଉପରମୁହାଁ ହେବ ବୋଲି ଅନୁମାନ କରାଯାଉଛି । ଏନେଇ ସ୍ୱାସ୍ଥ୍ୟ ବିଶେଷଜ୍ଞ ମାନେ ଚିନ୍ତା ପ୍ରକଟ କରିଛନ୍ତି ।

ବର୍ତ୍ତମାନ ଚୀନରେ ଦୈନିକ ସଂକ୍ରମଣ ପ୍ରାୟ 4 କୋଟିକୁ ବୃଦ୍ଧି ପାଇଛିବୋଲି କୁହାଯାଉଛି । ସେହିପରି ଦୈନିକ ମୃତ୍ୟୁ ସଂଖ୍ୟା ମଧ୍ୟ ନୂଆ ରେକର୍ଡ ପାର୍ କରିପାରେ ବୋଲି ଆଶଙ୍କା କରାଯାଉଛି । ଶବ ଗୃହର ସ୍ଥିତି ବିଷୟରେ ତ ନ କହିବା ଭଲ । କୁହାଯାଉଛି କି, ବର୍ତ୍ତମାନ ଶବ ଗୃହରେ ସଙ୍ଗୀନ ପରିସ୍ଥିତି ଦେଖା ଦେଇଛି । କାରଣ ଏତେ ସଂଖ୍ୟକ ଶବ ଗଦା ହେବାରେ ଲାଗିଛି ଯେ ଆଉ ଶବ ଗୁଡିକୁ ରଖିବା ପାଇଁ ଜାଗା ନିଅଣ୍ଟ ହେଉଛି ।

ଯେଉଁଥି ପାଇଁ ଶେଷରେ ଗୋଦାମ ଘରେ ଶବ ଗୁଡିକୁ ଗଦା କରି ରଖାଯାଉଛି । ଶ୍ମଶାନରେ ମୃତଦେହ ଗୁଡିକୁ ଅନ୍ତିମ ସଂସ୍କାର କରିବା ପାଇଁ 20 ଦିନ ଯାଏଁ ଅପେକ୍ଷା କରିବାକୁ ପଡୁଛି ବୋଲି ସୂଚନା ରହିଛି । ସେହିପରି ଲୋକଙ୍କ ଅସ୍ଥି ସଂଗ୍ରହ କରିବାକୁ ଲୋକଙ୍କୁ ଟୋକନ ଦେବାକୁ ପଡୁଛି । ଚୀନରେ କରୋନାର ଏହି ବିକଳ ଚିତ୍ର ସାରା ବିଶ୍ଵର ଲୋକଙ୍କୁ ଭୟଭୀତ କରିବାରେ ଲାଗିଛି ।

ଆଉ ସବୁ ଥର ଭଳି ଚୀନ ସରକାର ନିଜ ଦେଶର ବିକଳ ଚିତ୍ର ଲୁଚାଇବା ପାଇଁ ଉଦ୍ୟମ କରୁଥିବା ମଧ୍ୟ ଦେଖିବାକୁ ମିଳିଛି । ଚୀନର ନ୍ୟାସନାଲ ହେଲଥ କମିଶନ ପକ୍ଷରୁ ଦୈନିକ ସଂକ୍ରମଣ ତଥ୍ୟ ପ୍ରକାଶ କରିବା ଏବେ ବନ୍ଦ କରି ଦିଆଯାଇଛି । ଆଉ ଅନ୍ୟପଟେ ସହର ସହର ଡେଇଁ ବର୍ତ୍ତମାନ ଚୀନର ଗାଁ ଗଣ୍ଡାରେ ମଧ୍ୟ ମହାମାରୀ କରୋନା ତୀବ୍ର ରୂପ ଧାରଣ କରିଥିବା ସୂଚନା ରହିଛି ।

ସହରାଞ୍ଚଳ ମେଡିକାଲ ଭଳି ଗ୍ରାମାଞ୍ଚଳ ଗୁଡିକରେ ଥିବା ମେଡିକାଲ ଗୁଡିକ ମଧ୍ୟ ଉଛୁଳିବା ପରିସ୍ଥିତି ଦେଖା ଦେଲାଣି । ତେବେ ଏଭଳି ସ୍ଥିତିରେ 2023 କିଭଳି ବିତିବ ଏହାକୁ ନେଇ ଲୋକେ ଆଶା ଆଶଙ୍କା ପ୍ରକାଶ କରିବାରେ ଲାଗିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।