Anubhav Mohanty ଙ୍କୁ ବାହାଘର ପ୍ରସ୍ତାବ ଦେଲେ ଯାତ୍ରା ଅଭିନେତ୍ରୀ Rani Panda, ଭିଡିଓ କରି କହିଦେଲେ ମନର କଥା, ଦେଖନ୍ତୁ video

ଗତ ଡିସେମ୍ବର 24 ରେ ଯାଇଛି ଓଲିଉଡ ସୁପରଷ୍ଟାର ଅନୁଭବ ମହାନ୍ତିଙ୍କ ଜନ୍ମଦିନ । ଗତ ଦୁଇ ବର୍ଷ ହେବ ଅନୁଭବଙ୍କ ଜୀବନ ବହୁତ ଉତ୍ଥାନ ପତନ ଦେଇ ଗତି କରୁଛି । ଏହାରୁଇ ମଧ୍ୟରେ ଅନୁଭବ ନିଜ ଜନ୍ମଦିନ ପାଳନ କରିବା ହୁଏତ ଉଚିତ ମନେ କରୁନାହାନ୍ତି । ତେବେ ଏନେଇ ଅନୁଭବଙ୍କୁ ପଚରା ଯିବାରୁ ସେ ଯାହା ଉତ୍ତର ଦେଇଛନ୍ତି ତାହା ଏବେ ଖୁବ ଚର୍ଚ୍ଚାରେ ରହିଛି । ଅନୁଭବ ନିଜ ପତ୍ନୀ ବର୍ଷା ପ୍ରିୟଦର୍ଶିନୀଙ୍କୁ ଡିଭୋର୍ସ ଦେବାକୁ ଚାହୁଁଥିବା ବେଳେ ବର୍ଷା ଏନେଇ ହାଇକୋର୍ଟରେ ଚ୍ୟାଲେଞ୍ଜ କରିଥିଲେ ।

ତେବେ ନିଜ ଜନ୍ମଦିନ ପାଳନ କରିବାକୁ ନେଇ ଅନୁଭବ କହିଛନ୍ତି କି, ଯେଉଁ ଦିନ ତାଙ୍କର ଡିଭୋର୍ସ ହେବ ସେଦିନ ସେ ଜନ୍ମଦିନ ପାଳନ କରିବେ । ସେଦିନ ତାଙ୍କର ନୂଆ ଜନ୍ମ ହେବ ବୋଲି କହିଛନ୍ତି ଅନୁଭବ । ତେବେ ଅନୁଭବଙ୍କ ଏଭଳି ମନ୍ତବ୍ୟ ନେଇ ଯାତ୍ରା ଅଭିନେତ୍ରୀ ରାଣୀ ପଣ୍ଡା ନିଜ ମୁହଁ ଖୋଲିଛନ୍ତି । ରାଣୀ ପଣ୍ଡା ଅନୁଭବଙ୍କ ବଡ ଫ୍ୟାନ । ଏକ ଭିଡିଓ ଜାରି କରି ରାଣୀ ପଣ୍ଡା କହିଛନ୍ତି କି, ସେ ଅନୁଭବଙ୍କ ଜନ୍ମଦିନ ଥିଲା ବୋଲି ଭୁଲି ଯାଇଥିଲେ ।

ଆଉ ଜାଣିବା ପରେ ଭିଡିଓ ମାଧ୍ୟମରେ ଅନୁଭବଙ୍କୁ ଶୁଭେଚ୍ଛା ଓ ଶୁଭକାମନା ଜଣାଇଛନ୍ତି । ଆହୁରି ମଧ୍ୟ କହିଛନ୍ତି କି, ଅନୁଭବ ଭାଇ କିଛି ଖରାପ ଭାବିବନି, ଯେଉଁ ଦିନ ତୁମର ଡିଭୋର୍ସ ହେବ ପ୍ଳିଜ ମୋତେ ବାହା ହେଇଯିବ । ଆଉ ମୁଁ ତୁମର ବହୁତ ବଢିଆ ଭାବେ ଜନ୍ମଦିନ ପାଳନ କରିବି ।

ଆଉ ଶେଷରେ ରାଣୀ କହିଛନ୍ତି ଓଡିଶାବାସୀ ଦେହକୁ ନେବନି ପ୍ଳିଜ । ତେବେ ରାଣୀ ପଣ୍ଡା ସୁଯୋଗ ଦେଖି ନିଜ ମନର କଥା କହି ଦେଇଛନ୍ତି ବୋଲି ଅନେକ ଲୋକ ଆଲୋଚନା କରୁଛନ୍ତି । ପ୍ରଥମେ ଅନୁଭବ ଜନ୍ମଦିନରେ ନିଜ ମନ କଥା ଖୋଲି କହିବା ପରେ ରାଣୀ ପଣ୍ଡା ବି ନିଜ ମନ କଥା କହି ଦେଇଛନ୍ତି ।

ତେବେ ରାଣୀ ପଣ୍ଡା ବଲିଉଡ ସୁପରଷ୍ଟାର ସଲମାନ ଖାନଙ୍କ ବଡ ଫ୍ୟାନ ବୋଲି ସମସ୍ତେ ଜାଣିଛନ୍ତି । ଆଉ ଏବେ ଅନୁଭବଙ୍କୁ ନେଇ ଏଭଳି କହିବା ପରେ ଏହି ଭିଡିଓଟି ଏବେ ଭାଇରାଲ ହେବାରେ ଲାଗିଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।