ମିସ୍ କଲ୍ ଆସିଲା ଆଉ ଆକାଉଣ୍ଟରୁ ଖୋଳ ହେଇଗଲା 50 ଲକ୍ଷ, ସାଇବର ଲୁଟେରାଙ୍କ ନୂଆ ଫଣ୍ଡା ଜାଣିଲେ ଆପଣ ବି ଚିନ୍ତାରେ ପଡିଯିବେ ! କରୁଛନ୍ତି କି ଏଭଳି ଭୁଲ୍ ?

ଅଜଣା ନମ୍ବରରୁ ମିସ୍ କଲ୍ ଆସିଲା ଆଉ ଆକାଉଣ୍ଟରୁ କଟିଗଲା 50 ଲକ୍ଷ । ସାଇବର ଠକେଇର ଆଉ ଏକ ନୂଆ ଫଣ୍ଡା ସାମ୍ନାକୁ ଆସିଛି । ଟେକ୍ନୋଲୋଜି ଲୋକଙ୍କୁ ଯେତିକି ସୁବିଧା ଦେଉଛି ସେତିକି ଅଡୁଆରେ ବି ପକାଉଛି । କାରଣ ବଢିବାରେ ଲାଗିଛି ସାଇବାର ଠକଙ୍କ ଦୌରାତ୍ମ୍ୟ । କେତେବେଳ ଓଟିପି ମାଗି ତ ଆଉ କେତେବେକେ ପାସୱାର୍ଡ ମାଗି, ପୁଣି କେତେବେଳେ ଲୋକଙ୍କ ଫୋନ ହ୍ୟାକ କରି ସାଇବର ଠକ ଲୁଟି ଚାଲିଛନ୍ତି । ଏବେ ଦିନର ଏକ ଘଟଣା ଆପଣଙ୍କୁ ଆହୁରି ଚକିତ କରିଦେବ ।

ମିସ୍ କଲ୍ ଗେମ୍ ଖେଳି ବ୍ୟକ୍ତିଙ୍କ ବ୍ଯାଙ୍କ ଆକାଉଣ୍ଟ ଖୋଳ କରିଦେଲେ ସାଇବର ଲୁଟେରା । ଦିଲ୍ଲୀରେ ଏକ ସୁରକ୍ଷା ଏଜେନ୍ସି ଚଳାଉଥିବା ବ୍ୟକ୍ତି ସାଇବର ଠକେଇର ଶିକାର ହୋଇଛନ୍ତି । ଗତ ନଭେମ୍ବର 13ରେ ତାଙ୍କ ପାଖକୁ ଏକ ଅଜଣା ନମ୍ବରରୁ କଲ୍ ଆସିଥିଲା । ସେ ଫୋନ ଉଠାଇଥିଲେ ବି ଆରପଟୁ କେହି କିଛି କହି ନଥିଲେ । ଏହାପରେ ଫୋନ କଟି ଯାଇଥିଲା । ହେଲେ କିଛି ସମୟ ପରେ ଆରମ୍ଭ ହୋଇ ଯାଇଥିଲା ମିସ୍ କଲ୍ ଗେମ୍ ।

ବ୍ୟକ୍ତିଙ୍କୁ ସେହି ନମ୍ବରୁ ବାରମ୍ବାର କଲ୍ ପରେ କଲ୍ ଆସିଥିଲା । ସେ ତିନି ଚାରିଥର କଲ୍ ରିସିଭ କରିଥିଲେ ବି କେହି ଉତ୍ତର ଦେଇ ନଥିଲେ । ଏପରି ମିସ୍ କଲ୍ ପ୍ରକ୍ରିୟା ପ୍ରାୟ ଏକ ଘଣ୍ଟା ଧରି ଜାରି ରହିଲା । ଏହାର କିଛି ସମୟ ପରେ ତାଙ୍କ ପାଖକୁ ଏକ ମେସେଜ ଆସିଥିଲା । ସେ ଜାଣିବାକୁ ପାଇଲେ କି ତାଙ୍କ ବ୍ଯାଙ୍କ ଆକାଉଣ୍ଟରୁ କେହି 50 ଲକ୍ଷ ଉଠେଇ ନେଇଛି ।

ତେବେ ଠକେଇର ଶିକାର ହୋଇଥିବା ବ୍ୟକ୍ତି କହିଛନ୍ତି କି, ସେ କାହା ସହ କୌଣସି ପ୍ରକାରର ଓଟିପି ଶେୟାର କରିନାହାନ୍ତି । ଏଭଳି ଏକ ଅଜବ ସାଇବର ଠକେଇ ମାମଲାରେ ଦିଲ୍ଲୀ ସାଇବର ପକ୍ଷରୁ କୁହାଯାଇଛି କି ପୀଡିତଙ୍କ ଫୋନକୁ ଓଟିପି ଆସିଥିଲା । କିନ୍ତୁ ଫୋନ ହ୍ୟାକ ହୋଇଥିବା କାରଣରୁ ସେ ଜାଣି ପାରି ନଥିଲେ । ହ୍ୟାକର ଓଟିପି ନେଇ ଟଙ୍କା ଉଠେଇ ନେଇଛନ୍ତି । ସାଇବର ଏକ୍ସପର୍ଟଙ୍କ କହିବାନୁସାରେ ସାଇବର ଠକ ଏଭଳି ଉପାୟରେ ବ୍ୟକ୍ତିଙ୍କ ସହ ଯୋଗାଯୋଗ କରନ୍ତି ଓ ସିମ୍ କାର୍ଡ ସକ୍ରିୟ କରିବାକୁ କୁହନ୍ତି ।

ଥରେ ତାଙ୍କ କଥା ମାନି ସିମକାର୍ଡ ଆକ୍ଟିଭ କରିବା ମାତ୍ରେ ଫୋନ ହ୍ୟାକରଙ୍କ ନିୟନ୍ତ୍ରଣକୁ ଚାଲିଯାଏ । ତା’ପରେ ଆପଣଙ୍କ ଫୋନକୁ ସେମାନେ ଯେମିତି ଚାହିଁବେ ସେମିତି ବ୍ୟବହାର କରିପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।