ନୂଆବର୍ଷ ଠାରୁ BCCI ର କଡା ନିୟମ, ତିନି ଫର୍ମାଟରେ ତିନି କ୍ଯାପଟେନ ସହ ତିନି ଅଲଗା ଦଳ ମଧ୍ୟ ପ୍ରସ୍ତୁତ କରୁଛି BCCI, ସିଲେକ୍ସନ କମିଟି ଓ କୋଚିଂରେ ବି ହେବ ବିରାଟ ପରିବର୍ତ୍ତନ

ଟିମ୍ ଇଣ୍ଡିଆ ପାଇଁ ନୂଆ ଯୋଜନା କଲା ବିସିସିଆଇ । ଏଥର ତିନି ଫର୍ମାଟରେ ରହିବେ ତିନି ଅଲଗା କ୍ଯାପଟେନ ଓ ଅଲଗା ଦଳ । ଦୀର୍ଘ 9 ବର୍ଷ ଧରି ଆଇସିସି ଟ୍ରଫି ହାସଲ କରିବାକୁ ଅପେକ୍ଷା କରି ରହିଥିବା ଟିମ୍ ଇଣ୍ଡିଆରେ ଏବେ ହେବାକୁ ଯାଉଛି ବଡ ଧରଣର ପରିବର୍ତ୍ତନ । ନୂଆ ବର୍ଷ ଠାରୁ ବିସିସିଆଇ ଏଭଳି ଏକ ନୂଆ ଫର୍ମୁଲା ଆପଣେଇ ପାରେ ବୋଲି ଚର୍ଚ୍ଚା ହେଉଛି । ତିନି ଫର୍ମାଟରେ ତିନି ଅଲଗା କ୍ଯାପଟେନ ସାଙ୍ଗକୁ ତିନି ଅଲଗା ଦଳ ପ୍ରସ୍ତୁତ କରିବାକୁ ପ୍ଳାନ କରୁଛି ବିସିସିଆଇ ।

ଯାହାକି ଦଳକୁ ଆଗାମୀ ଦିନରେ ମଜବୁତ କରିବା ସହ ଟ୍ରଫି ଜିତେଇବାରେ ସାହାଯ୍ୟ କରିବ । ନୂଆ ବର୍ଷ ଆରମ୍ଭରୁ ବିସିସିଆଇ କୁ ନୂଆ ସିଲେକ୍ସନ କମିଟି ମିଳିବ । ଯେଉଁମାନଙ୍କ ଉପରେ ଦଳ ପାଇଁ ନୂଆ କ୍ଯାପଟେନ ବାଛିବା ଦାୟିତ୍ଵ ଦିଆଯିବ । କୁହାଯାଉଛି କି, ରୋହିତ ଶର୍ମାଙ୍କୁ ଦିନିକିଆ ଦଳର କ୍ଯାପଟେନ ରଖାଯିବା ସହ ହାର୍ଦିକ ପାଣ୍ଡ୍ୟାଙ୍କୁ ଟି20 ଦଳର ଅଧିନାୟକତା ମିଳିପାରେ । ହେଲେ ଟେଷ୍ଟ ଟିମ୍ ପାଇଁ କାହାକୁ ଟିମ୍ ଇଣ୍ଡିଆର କ୍ଯାପଟେନ ବଛାଯିବ ତାହା ଏବେବି ପ୍ରଶ୍ନବାଚକ ରହିଛି ।

ବର୍ତ୍ତମାନ ସବୁ ଫର୍ମାଟରେ ଦଳର କ୍ଯାପଟେନ ଅଛନ୍ତି ରୋହିତ ଶର୍ମା । ହେଲେ ଅଧିକାଂଶ ସମୟରେ ୱାର୍କଲୋଡ୍ ଏବଂ ଫିଟନେସ ସମସ୍ଯା ଯୋଗୁଁ ସେ ବ୍ରେକ ନେଉଥିବା ଦେଖିବାକୁ ମିଳୁଛି । ଏଭଳି ସ୍ଥିତିରେ ରୋହିତଙ୍କ ଉପରୁ ପ୍ରେସର କମ୍ କରି ତିନି ଫର୍ମାଟରେ ତିନୋଟି କ୍ଯାପଟେନ ନିଯୁକ୍ତ କରିପାରେ ବିସିସିଆଇ । ଆଗକୁ ଦିନିକିଆ ବିଶ୍ଵକପ ଥିବାରୁ ରୋହିତଙ୍କ ଉପରେ ଦଳ ଅଧିକ ଚାପ ପକାଇବା ପାଇଁ ଚାହୁଁନି ।

ଯେଉଁ କାରଣରୁ ବିସିସିଆଇ ଏହି ନୂଆ ଫର୍ମୁଲା ଆପଣେଇ ପାରେ ବୋଲି କୁହାଯାଉଛି । ପାଣ୍ଡ୍ୟା ଆଇପିଏଲ ରେ ନିଜ କମାଲ ଦେଖାଇବା ପରେ ବିସିସିଆଇ ତାଙ୍କୁ ଟି20 କ୍ଯାପଟେନ କରିପାରେ ବୋଲି କୁହାଯାଉଛି । ଯଦି ବିସିସିଆଇ ତିନି ଫର୍ମାଟରେ ତିନୋଟି ଅଲଗା କ୍ଯାପଟେନ ରଖେ ତେବେ ଟେଷ୍ଟ ଟିମ୍ ରେ କିଏ କ୍ଯାପଟେନ ହେବ ତାକୁ ନେଇ ଚର୍ଚ୍ଚା ହେଉଛି । ଏହାସହ ଟିମ୍ ଇଣ୍ଡିଆର କୋଚିଂ ଷ୍ଟାଫରେ ମଧ୍ୟ ବଡ ଧରଣର ଅଦଳ ବଦଳ ହୋଇପାରେ ।

ରାହୁଲ ଦ୍ରାବିଡଙ୍କ ସ୍ଥାନରେ ଟି20 କୋଚ ପଦ ଧୋନୀ କିମ୍ବା ଆଶିଷ ନେହେରାଙ୍କୁ ମିଳିପାରେ ବୋଲି ଚର୍ଚ୍ଚା ହେଉଛି । ଆଗାମୀ ବର୍ଷ ଦିନିକିଆ ବିଶ୍ଵକପ ଏବଂ 2024 ରେ ଟି20 ବିଶ୍ଵକପ ହେବାକୁ ଥିବାବେଳେ ଟ୍ରଫି ଜିତିବା ପାଇଁ ଟିମ୍ ଇଣ୍ଡିଆ ଦଳ ଓ କ୍ଯାପଟେନ ବ୍ଯତୀତ କୋଚିଂ କ୍ଷେତ୍ରରେ ମଧ୍ୟ ବଡ ପରିବର୍ତ୍ତନ ଆଣିବାକୁ ଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।