ଯେଉଁ ଦେହ ପାଇଁ ପାଗଳ ଥିଲା ସେହି ଦେହକୁ କଷ୍ଟ ହେଉଛି, ମନ ଛାଡିଯିବା ପରେ ବାହା ହୋଇଥିବା ପତ୍ନୀକୁ ଘରୁ ବାହାର କରିଦେଲେ, ଦେଖନ୍ତୁ video

ଶ୍ଵଶୁର ଘର ଆଗରେ ଦୁଇଦିନ ହେଲା ଧାରଣାରେ ବସିଛି ବୋହୂ । ପୋଲିସ ଯାଇ ତାଙ୍କୁ ଓ ତାଙ୍କ ଶ୍ଵଶୁର ଘରଲୋକଙ୍କୁ ବୁଝାସୁଝା କରିଥିଲେ ମଧ୍ୟ କୌଣସି ସୁଫଳ ମିଳିପାରି ନାହିଁ । ଫଳରେ ଶୀତକାକର ଓ ଭୋକ ଉପାସରେ ସେଠାରେ ଦୁଇଦିନ ହେବ ପଡି ରହିଛି ବୋହୂ । ଏଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଥାନା ଅନ୍ତର୍ଗତ ରାଣୀଗୋଡା ଗାଁରେ । ଘଟଣାଟି ହେଉଛି, ବନ୍ତଳ ଥାନା ଅନ୍ତର୍ଗତ ପୋକତୁଣ୍ଡା ଗାଁର ଜ୍ୟୋତ୍ସ୍ନା ସାହି ଗତ ଆଠ ମାସ ପୂର୍ବେ ରାଣୀଗୋଡା ଗାଁର ମାନସ ବାରିକଙ୍କୁ ପ୍ରେମ ବିବାହ କରିଥିଲେ ।

ଏପରିକି ନୋଟାରୀ ପାଖରେ ଉଭୟ ସତ୍ୟପାଠ କରିଥିଲେ । ବିବାହ ପରେ ଜ୍ୟୋତ୍ସ୍ନା ଓ ମାନସ ଭଡାଘର ରହୁଥିଲେ । ଏହାପରେ ମାନସଙ୍କ ପିତାମାତା ସେମାନଙ୍କ ବିବାହକୁ ଗ୍ରହଣ କରି ଘରକୁ ଆଣିଥିଲେ । ବିବାହ ପରେ ତିନିମାସ ପର୍ଯ୍ୟନ୍ତ ଉଭୟ ବେଶ ଭଲରେ ରହିଥିଲେ । ଆଉ ଏହାପରେ ଜ୍ୟୋତ୍ସ୍ନାଙ୍କ ଶାଶୁ, ଶ୍ଵଶୁର ଓ ଦେଢ ଶାଶୁ ଯୌତୁକ ଆଣିବାକୁ ଜ୍ୟୋତ୍ସ୍ନାଙ୍କ ଉପରେ ଅତ୍ୟାଚାର କରିଥିଲେ । ଜ୍ୟୋତ୍ସ୍ନାଙ୍କୁ ସମସ୍ତେ ମିଶି ମାଡ ମାରିବା ସହ ଖୁବ ନିର୍ଯ୍ୟାତନା ଦେଉଥିଲେ ।

ଶେଷରେ ଜ୍ୟୋତ୍ସ୍ନା ବାଧ୍ୟ ହୋଇ ଶ୍ଵଶୁର ଘରଲୋକଙ୍କ ନାଁରେ ଦଫା 498 ରେ ଥାନାକୁ ଯାଇ ଅଭିଯୋଗ କରିଥିଲେ । ଏହାପରେ ମାନସଙ୍କୁ ଆଣ୍ଟିସିପେଟେଡ ବେଲ୍ ମିଳିଲା ଏବଂ ଜ୍ୟୋତ୍ସ୍ନାଙ୍କୁ ଆଣି ସେମାନେ ଘରେ ରଖିଲେ । ଏହାପରେ ବି ତାଙ୍କ ଶାଶୁ ଏବଂ ଦେଢ ଶାଶୁ ମାନସଙ୍କୁ ଶିଖେଇ ମତେଇ ଜ୍ୟୋତ୍ସ୍ନାଙ୍କୁ ଖୁବ ମାଡ ଖୁଆନ୍ତି ।

ଶାଶୁ ରଞ୍ଜୁଲତା ବାରିକ, ଶ୍ଵଶୁର ଦିଗମ୍ବର ବାରିକ ଏବଂ ଦେଢ ଶାଶୁ ସନ୍ଧ୍ଯାରାଣୀ ବାରିକ, ଏହି ତିନିଜଣଙ୍କ ଯୋଗୁଁ ଜ୍ୟୋତ୍ସ୍ନାଙ୍କ ସ୍ଵାମୀ ମାନସ ତାଙ୍କ ପାଖେ ରହି ପାରୁନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଜ୍ୟୋତ୍ସ୍ନା । ଜ୍ୟୋତ୍ସ୍ନାଙ୍କୁ ମାରପିଟ କରିବା ସହ ଅନେକ ସମୟରେ ଘରୁ ବାହାର କରି କବାଟ ଦେଇ ଦେଉଥିଲେ ମାନସଙ୍କ ଘରଲୋକେ । ସ୍ଵାମୀ ମାନସ ସବୁ ଜାଣି ମଧ୍ୟ କିଛି ପ୍ରତିବାଦ କରୁ ନଥିଲେ । କଷ୍ଟ ଅସହ୍ୟ ହେବାରୁ ଜ୍ୟୋତ୍ସ୍ନା ବାଧ୍ୟ ହୋଇ ଅନୁଗୁଳ ଥାନାରେ ଅଭିଯୋଗ କରିଥିଲେ ।

ପୋଲିସ ଏକ ମକଦ୍ଦମା ରୁଜୁ କରି ମାନସକୁ ଗିରଫ କରି ଜେଲ ପଠାଇଥିଲା । ହେଲେ ଜାମିନରେ ଆସିବା ପରେ ନିଜ ଘରେ ନରହି ଅନ୍ୟତ୍ର ଯାଇ ରହୁଛନ୍ତି ମାନସ । ପୁଣି ଥରେ ବୋହୂ ଭାବେ ଗ୍ରହଣ କରିବା ପାଇଁ ଦାବି କରି ଜ୍ୟୋତ୍ସ୍ନା ଶ୍ଵଶୁର ଘର ବାରଣ୍ଡାରେ ବସି ରହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।