3 ବର୍ଷ ମଧ୍ୟରେ ଭାଙ୍ଗିଯିବ ହୀରାକୁଦ ବନ୍ଧ, ଶ୍ରୀମନ୍ଦିରରୁ ମିଳିବ ବଡ ସଙ୍କେତ, ଗୋଟି ଗୋଟି ସତ ହେଉଛି ମାଳିକାରେ ବର୍ଣ୍ଣିତ ଘଟଣା !

ଆଉ ମାତ୍ର ତିନି ବର୍ଷ ପରେ ହୀରାକୁଦ ବନ୍ଧ ଭାଙ୍ଗିବ ଏନେଇ ଶ୍ରୀମନ୍ଦିରରୁ ମିଳିବ ବଡ ସଙ୍କେତ । ଓଡିଶାର 13ଟି ଜିଲ୍ଲା ଜଳମଗ୍ନ ହେବ ଓ ଚିତ୍ତଳ ମାଛ ବାଂଲାଦେଶରୁ ଓଡିଶା ଆସିବ । କଟକ ର ନାମ ବି ବଦଳିଯିବ ଏବଂ ଏଥିରେ କେବଳ ଇଶ୍ଵର ବିଶ୍ଵାସୀମାନେ ହିଁ ବଞ୍ଚିବେ । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ମାଲିକାରେ ହୀରାକୁଦ ବନ୍ଧ ବିଷୟରେ ବିସ୍ତୃତ ଭାବେ ବର୍ଣ୍ଣିତ ହୋଇଛି । ମାଳିକାରେ ଲେଖାଥିବା ଅନେକ କଥା ସତ ହୋଇଥିବା ବେଳେ ଭବିଷ୍ୟତରେ ଘଟିବାକୁ ଥିବା ଅନେକ ଘଟଣା ବିଷୟରେ ଉଲ୍ଲେଖ ରହିଛି ।

ଆଜି ଆମେ ଆପଣଙ୍କୁ ହୀରାକୁଦ ବନ୍ଧକୁ ନେଇ ମାଳିକାର ଲେଖା ଯାଇଥିବା ଯେଉଁ ଘଟଣା କହିବୁ ଆପଣ ଶୁଣିଲେ ଆଶ୍ଚର୍ଯ୍ୟ ହେବେ । ହୀରାକୁଦ ବନ୍ଧ ଭାଙ୍ଗିବା ପୂର୍ବରୁ ପୁରୀ ଶ୍ରୀମନ୍ଦିରରୁ ଏକ ବଡ ସଂକେତ ମିଳିବ ବୋଲି ମାଲିକାରେ ଲେଖାଯାଇଛି । କେଉଁ କାରଣ ପାଇଁ ହୀରାକୁଦ ବନ୍ଧ ଭାଙ୍ଗିବ ଏବଂ ଶ୍ରୀମନ୍ଦିରରୁ କେଉଁ ସଂକେତ ମିଳିବ ମାଳିକାରେ ଏସବୁ ଉଲ୍ଲେଖ ଅଛି । ଆପଣ ନିଶ୍ଚୟ ଜାଣିଥିବେ କି ହୀରାକୁଦ ଜଳଭଣ୍ଡାର ମାଟିରେ ତିଆରି ହୋଇଛି । ଆଉ ଏବେ ବନ୍ଧ ମରାମତି କରା ଯାଉଥିବା ଖବର ଶୁଣିବାକୁ ମିଳିଛି ।

ମାଳିକା ଅନୁସାରେ ହୀରାକୁଦ ବନ୍ଧ ଭାଙ୍ଗିବାକୁ ଆଉ ମାତ୍ର ତିନି ବର୍ଷ ବାକି ଅଛି । ଅର୍ଥାତ ଏହି ତିନିବର୍ଷ ମଧ୍ୟରେ ଭାଙ୍ଗିଯିବ ହୀରାକୁଦ ବନ୍ଧ । ମାଳିକା ଅନୁସାରେ 2025 ରେ ଏଭଳି ହେବ ବୋଲି କୁହାଯାଉଛି । ହୀରାକୁଦରୁ ଏକ ଚିତ୍ତଳ ମାଛ ବାହାରିବ ଯାହାର ମୃତ୍ୟୁ ହେବ ଏବଂ ତା’ ହାଡରେ କବାଟ ତିଆରି ହେବ । 1947 ମସିହାରେ ଆରମ୍ଭ ହୋଇଥିବା ଏହି ହୀରାଉଦ ବନ୍ଧ 1957 ରେ ଶେଷ ହୋଇଥିବା । ହୀରାକୁଦ ବନ୍ଧ ଭାଙ୍ଗିବା ବେଳେ ସମୁଦ୍ର ପାଣି ମାଡି ଆସିବ ଓ ମହାପ୍ରଳୟ ସୃଷ୍ଟି ହେବ ବୋଲି ମାଲିକାରେ ଲେଖାଯାଇଛି ।

ତେବେ ଏସବୁ ହେବ ପୂର୍ବରୁ ଶ୍ରୀମନ୍ଦିରରୁ ବଡ ପଥରଖଣ୍ଡ ଖସିବ । ବାଂଲାଦେଶ ଉପକୂଳ ସମୁଦ୍ରରେ ଲୋକେ ଚିତ୍ତଳ ମାଛ ଦେଖିଥିବା କୁହାଯାଉଛି । ଯାହା ଦିନେ ଭାରତକୁ ଫେରି ମା’ ସାରଳାଙ୍କୁ ଦର୍ଶନ କରିବ ଓ ଏହାପରେ ମୃତ୍ୟୁବରଣ କରିବ । ତେବେ ଆପଣ ଅନୁମାନ କରି ପାରୁଥିବେ କି ଚିତ୍ତଳ ମାଛଟିର ଆକାର କେତେ ବଡ ହୋଇଥିବ ଯାହାର କଙ୍କାଳରେ ହୀରାକୁଦ ବନ୍ଧର କବାଟ ତିଆରି ହେବ । ଏପରି ହେଲେ ଓଡିଶାର 13ଟି ଜିଲ୍ଲା ଜଳମଗ୍ନ ହୋଇଯିବ ଓ କଟକର ନାଁ ବଦଳି ହେବ ଅମରାବତୀ ।

ଯାହାକି କଟକର ପୂର୍ବନାମ ଥିଲା ବୋଲି କୁହାଯାଏ । ତେବେ ଆମେ ଆପଣଙ୍କୁ କିଛି ମନଗଢା କାହାଣୀ କହୁନାହୁଁ ବରଂ ମାଲିକାରେ ଯାହା ଲେଖାଅଛି ତାହା ଆପଣଙ୍କୁ ଜଣାଉଛୁ । ତେବେ ଏହି ମହାପ୍ରଳୟରୁ ବଞ୍ଚିବାର ଏକମାତ୍ର ମାର୍ଗ ହେଉଛି ସତପଥରେ ଅନୁଗମନ କରି ଭଗବାନଙ୍କ ଅନୁସରଣ କରିବା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।