ଆଜିର ରାଶିଫଳ, 13 ଡିସେମ୍ବର 2022, ମଙ୍ଗଳବାର, ବଜରଙ୍ଗବଲିଙ୍କ ଆଶୀର୍ବାଦ ରହିବ ଏହି ୪ଟି ରାଶି ଉପରେ, ଆର୍ଥିକ ସ୍ଥିତିରେ ହେବ ଉନ୍ନତି

ଦୈନିକ ରାଶିଫଳ ଚନ୍ଦ୍ର ଗ୍ରହର ଗଣନା ଉପରେ ଆଧାରିତ ହୋଇଥାଏ । ଆଜିର ରାଶିଫଳ ବିଷୟରେ କହିବା ସମୟରେ ପାଞ୍ଜିର ଗଣନା ଓ ସଠିକ ଖଗୋଲୀୟର ବିଶ୍ଲେଷଣ କରାଯାଇଥାଏ । ଆମର ଏହି ଦୈନିକ ରାଶିଫଳରେ ସମସ୍ତ ୧୨ଟି ରାଶି ଗୁଡିକ ଭବିଷ୍ୟତ କୁହାଯାଇଥାଏ । ଏହି ରାଶିଫଳକୁ ପଢି ଆପଣ ନିଜର ଦୈନିକ ଯୋଜନାକୁ ସଫଳ କରି ପାରିବେ ।

ଆଜିର ରାଶିଫଳରେ ଆପଣଙ୍କ ପାଇଁ ଚାକିରି, ବ୍ୟାପାର, ପରିବାର ଓ ମିତ୍ରଙ୍କ ସହିତ ସମ୍ବନ୍ଧ, ସ୍ୱାସ୍ଥ୍ୟ ଓ ଦିନସାରା ହେଉଥିବା ଶୁଭ – ଅଶୁଭ ଘଟଣାର ଭବିଷ୍ୟଫଳ ହୋଇଥାଏ । ପଢନ୍ତୁ ଚନ୍ଦ୍ର ରାଶି ଉପରେ ଆଧାରିତ ୧୩ ଡିସେମ୍ବର ୨୦୨୨ର ଦୈନିକ ରାଶିଫଳ । ସମସ୍ତ ୧୨ଟି ରାଶି ପାଇଁ କେମିତି ରହିବ ଆଜିର ଦିନ । କାହାକୁ ମିଳିବ ଖୁସି ଓ କେଉଁ ରାଶିକୁ ସମସ୍ୟାର ସାମ୍ନା କରିବାକୁ ପଡିପାରେ । ନିଜ ରାଶି ଅନୁସାରେ ଜାଣନ୍ତୁ କଣ କହିଥାଏ ଆଜିର ରାଶିଫଳ ।

ମେଷ ରାଶି : ଆଜି ଆପଣଙ୍କର ଅଧୁରା କାମ ପୂରଣ ହେବେ । ପ୍ରେମ ଜୀବନରେ ସମୟ ଭଲ ରହିବ । ଚାକିରି କ୍ଷେତ୍ରରେ ପ୍ରମୋଶନ ହୋଇପାରେ । ବିଜେନ୍ସ ରେ ଫାଇଦା ମିଳିପାରେ । ସମ୍ପତି ବୃଦ୍ଧି କରିବା ପାଇଁ ନୂଆ ଯୋଜନା ପ୍ରସ୍ତୁତ କରିବେ । ନୂଆ ଜମି ବା ଗୃହ କ୍ରୟ କରିବେ । ଅଚାନକ କୌଣସି ବଡ ଖବର ପ୍ରାପ୍ତ ହେବ ଯାହା ଦ୍ଵାରା ଆପଣଙ୍କ ମନ ପ୍ରସନ୍ନ ହେବେ । ବାବଦ ବିବାଦରୁ ନିଜକୁ ଦୂରେଇ ରଖିବେ ।

ବୃଷ ରାଶି : ଆଜି ଆପଣଙ୍କୁ କୌଣସି କାମରେ ଅଧିକ ସମୟ ଲାଗିପାରେ । ଆପଣ ମାନସିକ ଚିନ୍ତା ରୁ ଦୂରେଇ ରୁହନ୍ତୁ । କାହାର ସାହାଜ୍ୟ ଆପଣଙ୍କ ପାଇଁ ଭଲ ଫଳପ୍ରଦ ରହିବ । ଆପଣଙ୍କ ବୁଦ୍ଧି ଓ ପ୍ରୟାସ ଦ୍ଵାରା ସବୁ କାମ ସଫଳ ହେବେ । ଆପଣଙ୍କ ପିତା ଙ୍କ ଉପଦେଶ ଆଜି କାର୍ଯ୍ୟ ରେ ଆପଣଙ୍କୁ ଧନ ଲାଭ କରିବାର ମୌକା ମିଳିପାରେ । ଯେଉଁ କ୍ଷେତ୍ର ରେ ରହିବେ ଉଚ୍ଚ ସ୍ତର ରେ ରହିବେ । ଦାଂପତ୍ଯ ଜୀବନ ରେ ମଧୁରତା ଆସିବ । ସ୍ୱାସ୍ଥ୍ୟ ଉତ୍ତମ ରହିବ ।

ମିଥୁନ ରାଶି : ପରିବାର ସହ ଜଡିତ କୌଣସି କାମକୁ ନେଇ ଆପଣ ବ୍ୟସ୍ତ ରେ ରହିବେ । କୌଣସି ପୁରୁଣା ମିତ୍ର ଙ୍କ ସହ ଆପଣଙ୍କର ଭେଟ ହୋଇପାରେ । କାମ କାର୍ଯ୍ୟ ଆପଣ ଯାତ୍ରା କରିବାର ସମ୍ଭାବନା ରହିଛି । ନୂଆ ପ୍ରେମ ସମ୍ପର୍କ ଆରମ୍ଭ ହୋଇପାରେ । ପାରିବାରିକ ବାତାବରଣ ସୁଖଦ ରହିବ । ସମାଜରେ ଯଶ ଓ କୀର୍ତ୍ତି ସ୍ଥାପୋନ ହେବ । ଯାହା ଦ୍ଵାରା ଲୋକ ମାନେ ଆପଣଙ୍କର ମାର୍ଗ ଦର୍ଶନ କରିବେ ।

କର୍କଟ ରାଶି : ଆଜି ଆପଣଙ୍କୁ କୌଣସି ଶୁଭ ସମାଚାର ପ୍ରାପ୍ତ ହୋଇପାରେ । ଅଚାନକ ଧନ ଲାଭ ହୋଇପାରେ । ଆଜି ଆପଣ ଅଧିକ ଟଙ୍କା ରୋଜଗାର କରିବେ । ମିତ୍ର ମାନଙ୍କ ଗହଣରେ ଆପଣଙ୍କର ଉଚିତ ମାନ ସମାନ ରହିବ । ଆପଣଙ୍କୁ ଆପଣଙ୍କର ପରିଶ୍ରମର ଫଳ ପ୍ରାପ୍ତ ହେବ । କାର୍ଯ୍ୟ ସ୍ଥଳରେ ନୂଆ କାମ ଆରମ୍ଭ ହେବ । ଆପଣଙ୍କ ସଫଳତା ପଛରେ ଆପଣଙ୍କର ମେହନତ ରହିବ । ଶତ୍ରୁ ବର୍ଗ ସକ୍ରିୟ ହେବେ ।

ସିଂହ ରାଶି : ଦୀର୍ଘ ଦିନରୁ ଅଟକି ରହିଥିବା କାମଟି ଉପରିସ୍ଥଙ୍କର ସୌଜନ୍ୟରୁ ହୋଇଯିବ । ସାମାଜିକ ସ୍ତରରେ ଦୃଢ଼ ପଦକ୍ଷେପ ନେଇ କାର୍ଯ୍ୟ ହାସଲ କରିବେ । ପୁରାତନ ରୋଗର ସାମାନ୍ୟ ଉନ୍ନତି ପରିଲକ୍ଷିତ ହେବ । ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ରେ ବିଭିନ୍ନ ଆଡୁ ଲାଭ ପାଇବେ । ସତସଙ୍ଗ, ମନୋରଞ୍ଜନ ଓ କ୍ରୀଡ଼ା କ୍ଷେତ୍ରରେ ପ୍ରଶଂସିତ ହେବେ । ମହିଳା ମାନେ ପାରିବାରିକ କ୍ଷେତ୍ରକୁ ସରସ ସୁନ୍ଦର କରିବାରେ ପ୍ରଯତ୍ନ କରିବେ ।

କନ୍ୟା ରାଶି : ପରିବାରରେ କିଛି ଅର୍ଥ ସଙ୍କଟ ଦେଖା ଦେବାରୁ ଅତ୍ୟଧିକ ଚିନ୍ତା କରିବେ । ସାମାଜିକ ସ୍ତରରେ ସହନଶୀଳତା ଗୁଣରୁ ପ୍ରଶଂସିତ ହେବେ । ନୂତନ କାର୍ଯ୍ୟରେ ହାତଦେଇ କୃତ କାର୍ଯ୍ୟ ହେବେ । ବ୍ୟବସାୟ ପାଇଁ ନିକଟସ୍ଥ ସ୍ଥାନ ମାନଙ୍କରେ ଭ୍ରମଣକରି ବେଶ୍ ଆନନ୍ଦ ଅନୁଭବ କରିବେ । ରାଜକୀୟ ସମ୍ମାନ ମିଳିବ । ବ୍ୟବସାୟ କ୍ଷେତ୍ରରେ ସମସ୍ୟା ଦୂର ହୋଇଯିବା ଫଳରେ ଅର୍ଥ ଲାଭର ସୁଯୋଗ ପାଇବେ । ଯେଉଁ କାମରେ ହାତ ଦେବେ ତାହା ନିର୍ବିଘ୍ନରେ ସମାପନ ହେବ ।

ତୁଳା ରାଶି : ବନ୍ଧୁଙ୍କ ଠାରୁ ସାହାଯ୍ୟର ପ୍ରତିଶୃତି ପାଇ ମାନସିକ ଶାନ୍ତି ପାଇବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । କୌଣସି ଦରକାରୀ ମୂଲ୍ୟବାନ ଜିନିଷ ଖରିଦ କରିବାକୁ ମନ ବଳାଇବେ । ସମସ୍ୟା ଗୁଡ଼ିକ ଆପଣାଛାଏ ସମାଧାନ ହୋଇଯିବାରୁ ମନ ହାଲୁକା ହୋଇଯିବ । ବନ୍ଧୁଙ୍କ ସାହାଯ୍ୟ ନେଇ ଆଲୋଚନା କ୍ଷେତ୍ରରେ ସୁଫଳ ପାଇବେ । ବ୍ୟବସାୟରେ ସାଙ୍ଗ ସାଥି ମାନେ ସାହାଯ୍ୟ ସହଯୋଗ କରିବେ ଓ ଯାତ୍ରା କରିବାକୁ ବାଧ୍ୟ ହେବେ । ଆବଶ୍ୟକତା ପୂରଣ ଦିଗରେ ବହୁତ ଖର୍ଚ୍ଚାନ୍ତ ହେବେ ।

ବିଛା ରାଶି : ମିତ୍ର ମାନଙ୍କ ସହ ସୁସମ୍ପର୍କ ରହିବା ଫଳରେ ଅନେକ କାର୍ଯ୍ୟରେ ସଫଳ ହେବେ । ସ୍ଥଗିତ ଥିବା କର୍ମଟି ପୂରଣ ହେବ । କର୍ତ୍ତବ୍ୟନିଷ୍ଠ, ଉଦ୍ୟମୀ, ଦକ୍ଷ, ଜନପ୍ରିୟ, ସିଦ୍ଧହସ୍ତା, ସୁବକ୍ତା, ବ୍ୟକ୍ତିରୁପେ ସମାଜର ସ୍ଵୀକୃତି ପାଇବେ । ମହିଳା ମାନଙ୍କ ପାଇଁ କେତେକ କ୍ଷେତ୍ରରେ ଉନ୍ନତିର ରାସ୍ତା ପରିଷ୍କାର ହୋଇଯିବ । ରାଜନୀତି କ୍ଷେତ୍ରରେ ଉଚ୍ଚ ପଦ ପଦବୀର ପଦାଧିକାରୀ ହୋଇ ପାରିବେ । ଉଚ୍ଚ ଶିକ୍ଷା ଲାଭ କରି ଥିଲେ ସମସ୍ତ ପ୍ରକାର ପ୍ରତିଯୋଗିତା ପରୀକ୍ଷାରେ ସଫଳ ହେବେ ।

ଧନୁ ରାଶି : ଯେଉଁ ଜିନିଷ ପାଇବା ପାଇଁ ଚିନ୍ତା କରୁଥିଲେ ତାହା ନିଶ୍ଚିତ ଭାବେ ପାଇବେ । କେତେକ କ୍ଷେତ୍ରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ । ଆଜି ଆପଣଙ୍କ ମନ ପ୍ରସନ୍ନ ରହିବ । କୌଣସି କାମରେ ଆପଣ ବ୍ୟସ୍ତରେ ରହିବେ । ପରିବାର ଲୋକଙ୍କର ଭରପୁର ସହଯୋଗ ଓ ସ୍ନେହ ପାଇବେ । ଯେଉଁ କାମରେ ହାତ ଦେବେ ସେଥିରେ ସଫଳ ହେବେ । ବିଗିଡି ଯାଇଥିବା କାମ ଆପଣଙ୍କର ପୁରା ହେବ । ଯୁବପିଢି ମାନେ କ୍ଯାରିୟର ଦିଗରେ ଅଗ୍ରସର ହେବେ ।

ମକର ରାଶି : ସମାଜରେ ଯଶ ଓ କୀର୍ତ୍ତି ସ୍ଥାପନ ହେବ । ବେପାର ବାଣିଜ୍ୟ କ୍ଷେତ୍ର ରେ ଆପଣ ଦୁଇ ଗୁଣା ଧନ ଲାଭ କରିବେ । ଆଜି ଆପଣଙ୍କର ଦିନ ଟି ଆନନ୍ଦ ଓ ଉଲ୍ଲାସ ରେ ଭାରି ରହିବ । ଇମାନଦାରି ସହକାରେ ଆପଣ ନିଜର ସବୁ କାମ ପୁରା କରିବେ । ଆପଣଙ୍କୁ ଭୌତିକ ସୁଖ ସୁବିଧା ପ୍ରାପ୍ତ ହେବ । ଆପଣଙ୍କର ଦାଂପତ୍ଯ ଜୀବନ ରେ ସମୟ ଭଲ ରହିବ । କାର୍ଯ୍ୟ ସ୍ଥଳ ରେ ଆପଣ ନିଜର ଭାବନା ଉପରେ ନିୟନ୍ତ୍ରଣ ରଖନ୍ତୁ । ପରିବାରରେ ଧାର୍ମିକ କାର୍ଯ୍ୟ ଆରମ୍ଭ ହୋଇପାରେ ।

କୁମ୍ଭ ରାଶି : ମାତା ପିତା ଙ୍କ ସହଯୋଗ ଆପଣ ପାଇବେ । କାର୍ଯ୍ୟ କ୍ଷେତ୍ରରେ ବିସ୍ତାର ହେବ । ଆଜି ଆପଣଙ୍କୁ କୌଣସି ବେହତରିନ ଉପଲବ୍ଧି ମିଳିପାରେ । ପ୍ରେମ ଜୀବନରେ ସମୟ ଅନୁକୂଳ ରହିବ । ଆପଣଙ୍କର ଜୀବନ ଶୈଳୀରେ ପରିବର୍ତ୍ତନ ଆସିପାରେ । ବେପାର ବାଣିଜ୍ୟ କ୍ଷେତ୍ର ରେ ସ୍ଥିରତା ଆସିବ । ଆପଣଙ୍କର ଆର୍ଥିକ ସ୍ଥିତି ମଜବୁତ ରହିବ । ସନ୍ତାନ ମାନଙ୍କ ତରଫରୁ ଶୁଭ ଖବର ଶୁଣିବାକୁ ପାଇବେ । ବିଦ୍ୟାର୍ଥୀ ମାନେ ପାଠ ପଢା ରେ ଆଗରେ ରହିବେ ।

ମୀନ ରାଶି : ଚାକିରି କ୍ଷେତ୍ର ରେ ଆପଣଙ୍କର ବେତନରେ ବୃଦ୍ଧି ହୋଇପାରେ । ଏହି ରାଶିର ଲୋକ ମାନେ କାର୍ଯ୍ୟ କ୍ଷେତ୍ର ରେ ବ୍ୟସ୍ତରେ ରହିବେ । ଅଟକି ରହିଥିବା କାମ ପୁରା ହେବ । କୌଣସି କ୍ଷେତ୍ର ରୁ ଅଚାନକ ଧନ ଲାଭର ଯୋଗ ରହିଛି । ପ୍ରେମ ଜୀବନରେ ଆପଣ ମନ କଥା ସାଥି ଙ୍କୁ କହିବାର ଅବସର ପାଇବେ । ଆୟ ରେ ବୃଦ୍ଧି ହୋଇପାରେ । ଯେଉଁ ମାନେ ବେରୋଜଗାର ଥିଲେ ସେମାନଙ୍କୁ ରୋଜଗାର କରିବାର ନୂଆ ଅଫର ମିଳିପାରେ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।