ଶ୍ଵାସରୋଗ ଥିଲେ ନିହାତି ଭାବେ ଖାଆନ୍ତୁ ଏହି ଫଳ, ଆପଣଙ୍କ ପାଇଁ ଏହା ଅବ୍ୟର୍ଥ ଔଷଧ ଭଳି କାମ କରିବ

ଆତ ବା ସୀତାଫଳ ଦେଖିବାକୁ ଯେତିକି ସୁନ୍ଦର ଖାଇବାକୁ ସେତିକି ସ୍ଵାଦିଷ୍ଟ ମଧ୍ୟ । ଆତରେ କ୍ୟାଲସିୟମ, ମ୍ୟାଗ୍ନେସିୟମ ଓ ଫାଇବର ସହିତ ବିଭିନ୍ନ ପ୍ରକାରର ପୋଷାକତତ୍ତ୍ଵ ରହିଛି । ଏହା ଖାଇବା ଦ୍ଵାରା ଅନେକ ସମସ୍ଯାରୁ ମୁକ୍ତି ମିଳିଥାଏ । ଏପରିକି ଆୟୁର୍ବେଦରେ ଆତ ପତ୍ରକୁ ମଧ୍ୟ ଔଷଧ ଭାବେ ବ୍ୟବହାର କରାଯାଏ । ତେବେ ଚାଲନ୍ତୁ ଜାଣିବା ଆତ ଖାଇବା କେଉଁ ରୋଗୀଙ୍କ ପାଇଁ ଭଲ ଓ କେଉଁ ସବୁ ରୋଗ ପାଇଁ ଏହା ଫାଇଦା ଯୋଗାଇଥାଏ ।

ଆପଣ ଜଣାଇଲେ ଆଶ୍ଚର୍ଯ୍ୟ ହେବେ ଯେ, ଆତ ଖାଇବା ଦ୍ଵାରା ଏଥିରେ ଥିବା ଭିଟାମିନ-B6 ଶ୍ଵାସରୋଗକୁ ଭଲ କରିଥାଏ । ଆତରେ ପୋଟାସିୟମ, ମ୍ୟାଗ୍ନେସିୟମ ଭରପୁର ମାତ୍ରାରେ ରହିବାରୁ ଏହା ଆମ ଶରୀରକୁ ବିଭିନ୍ନ ସମସ୍ଯାରୁ ରକ୍ଷା କରେ । ସେହିଭଳି ହୃଦରୋଗୀଙ୍କ ପାଇଁ ଆତ ଚମତ୍କାରୀ ଔଷଧ ସଦୃଶ ହୋଇଥାଏ । ଡାକ୍ତରମାନେ ସେଥିପାଇଁ ହୃଦରୋଗୀଙ୍କୁ ଆତ ଖାଇବା ପାଇଁ ପରାମର୍ଶ ଦେଇଥାନ୍ତି ।

ଆତରେ ଭିଟାମିନ-A, ଭିଟାମିନ-C ଓ ରିଭୋଫ୍ଲୋଭିନ ଭଳି ପୋଷାକ ତତ୍ତ୍ଵ ରହିଛି । ଯାହା ଆମର ଦୃଷ୍ଟିଶକ୍ତି ବୃଦ୍ଧି କରିବାରେ ମଧ୍ୟ ସହାୟକ ହୋଇଥାଏ । ଆତରେ ଥିବା କପର୍, ଆଇରନ ଗର୍ଭବତୀଙ୍କ ପାଇଁ ମଧ୍ୟ ଔଷଧ ଭଳି କାମ ଦେଇଥାଏ । କୁହାଯାଏ କି ଗର୍ଭାବସ୍ଥାରେ ଆତ ଖାଇବା ଦ୍ଵାରା ଗର୍ଭ ଜନିତ କଷ୍ଟ ଦୂର ହୁଏ । ଆତରେ ଥିବା ଫାଇବର କୋଷ୍ଠକାଠିନ୍ଯ ଭଳି ସମସ୍ଯାକୁ ମଧ୍ୟ ଦୂର କରେ ଏବଂ ହଜମ ପ୍ରକ୍ରିୟାକୁ ମଜବୁତ କରିବାରେ ସାହାଯ୍ୟ କରିଥାଏ ।

ଆତରେ ଥିବା ଆଇରନ ଓ କପର୍ ରକ୍ତହୀନତା ଭଳି ସମସ୍ଯାରୁ ମଧ୍ୟ ରକ୍ଷା କରେ । ଆତ ଖାଇଲେ ଏହା ରକ୍ତଚାପକୁ ନିୟନ୍ତ୍ରଣରେ ରଖିବା ସହ ଆମ ଶରୀରରେ ରକ୍ତ ସଞ୍ଚାଳନକୁ ମଧ୍ୟ ଠିକ କରିଥାଏ । ଆତର ଏଭଳି ଅନେକ ଫାଇଦା ରହିଛି । ଆଜିକାଲି ବହୁତ କମ୍ ଲୋକ ଆତ ଲୋକମାନେ ଖାଇବାକୁ ପସନ୍ଦ କରୁଛନ୍ତି ଏବଂ ବଜାରରେ ଏହାର ବିକ୍ରି ମଧ୍ୟ ବହୁତ କମ୍ ହେବାର ଦେଖାଯାଉଛି ।

ଆଗକାଳରେ ଲୋକମାନେ ଏହି ସବୁ ଦେଶୀ ଫଳମୂଳ ଖାଇ ଅଧିକ ବୟସ ହେବା ଯାଏଁ ସୁସ୍ଥ ଓ ଶକ୍ତିଶାଳୀ ରହୁଥିଲେ । ତେବେ ଆପଣ ସମୟ ସମୟରେ ଆତ ଖାଇବା ଅଭ୍ଯାସ କରନ୍ତୁ, ଦେଖିବେ ଆପଣଙ୍କ ସ୍ୱାସ୍ଥ୍ୟ ଉପରେ ଏହାର ପ୍ରଭାବ କିପରି ପଡୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।