ଆଜିର ସମୟରେ ଭଲ ଚାକିରି କରିବା ପାଇଁ ବ୍ୟକ୍ତିଙ୍କ ମଧ୍ୟରେ ଦକ୍ଷତା ସହ ସାଧାରଣ ଜ୍ଞାନ ରହିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଆଜିର ଦୈନନ୍ଦିନ ଜୀବନରେ ସାଧାରଣ ଜ୍ଞାନ ବ୍ୟଞ୍ଜନରେ ଲୁଣ ଭଳି କାମ କରେ । କାଟନ ଯେକୌଣସି ବ୍ୟଞ୍ଜନ ହେଉ ପଛେ ଲୁଣ ବିନା ତାହା ଅସମ୍ପୂର୍ଣ୍ଣ । ସେହିଭଳି ଜଣେ ବ୍ୟକ୍ତି ଅନ୍ୟ କୌଣସି କ୍ଷେତ୍ରରେ ଯେତେ ରୁଚି ରଖିଥାନ୍ତୁ ପଛେ ସାଧାରଣ ଜ୍ଞାନ ଜାଣିବା ମଧ୍ୟ ଜରୁରୀ ଅଟେ । ତେବେ ଚାଲନ୍ତୁ ଜାଣିବା କିଛି ବଛାବଛା ସାଧାରଣ ଜ୍ଞାନ ପ୍ରଶ୍ନୋତ୍ତର ।
1- “ବୋକା ଦିବସ” କେବେ ପାଳନ କରାଯାଏ ?
ଉ: ଏପ୍ରିଲ 1 ତାରିଖ ।
2- ଉଡାଜାହାଜ ର ଶରୀର କେଉଁ ଧାତୁରେ ତିଆରି ହୋଇଥାଏ ?
ଉ: ଆଲୁମିନିୟମ ।
3- ଗୋପାଳପୁର ବନ୍ଦର କେଉଁ ଜିଲ୍ଲାରେ ଅବସ୍ଥିତ ?
ଉ: ଗଞ୍ଜାମ ଜିଲ୍ଲାରେ ।
4- ଟିକରପଡା ଅଭୟାରଣ୍ୟ କେଉଁ ଜିଲ୍ଲାରେ ଅବସ୍ଥିତ ?
ଉ: ଅନୁଗୁଳ ଜିଲ୍ଲା ।
5- କାହାକୁ ଜାତୀୟ “କବି ଉପାଧି” ଦିଆଯାଇଛି ?
ଉ: ବୀରକିଶୋର ରାୟ ।
6- କୋଲେଷ୍ଟ୍ରୋଲ ଆମ ଶରୀରରେ କେଉଁ ଅଙ୍ଗରେ ସଂଶ୍ଳେଷଣ ହୁଏ ?
ଉ: ଯକୃତ ବା ଲିଭର ରେ ।
7- ଓଡିଶାର କେଉଁ ରାଜା କଳିଙ୍ଗ ନଗର ଠାରୁ କଟକକୁ ରାଜଧାନୀ ଉଠାଇ ଆଣିଥିଲେ ?
ଉ: ଗଙ୍ଗା ବଂଶ ରାଜା ଚୋଡଗଙ୍ଗଦେବ ।
8- କୃତ୍ରିମ କିଡନୀ କେଉଁ ପ୍ରକ୍ରିୟାରେ କାର୍ଯ୍ୟ କରିଥାଏ ?
ଉ: ଡାଇଲିସିସ ପ୍ରକ୍ରିୟାରେ ।
9- ଆଡାମ ବ୍ରିଜ କେଉଁ କେଉଁ ଦେଶକୁ ସଂଯୁକ୍ତ କରୁଛି ?
ଉ: ଭାରତ ଏବଂ ଆଫଗାନିସ୍ଥାନ ।
10- କେଉଁ ବଡଲାଟ୍ ଭାରତରେ ଇଂରାଜୀ ଭାଷା ପ୍ରଚଳନ କରିଥିଲେ ?
ଉ: ବଡଲାଟ୍ ଲର୍ଡ କର୍ଜନ ।
11- ଶ୍ରୀକୃଷ୍ଣ ଗୋପପୁରରେ ପ୍ରଥମେ କାହାକୁ ମାରିଥିଲେ ?
ଉ: ପୁତନା ରାକ୍ଷସୀକୁ ।
12- କୃଷ୍ଣ ବଳରାମଙ୍କ ନାମକରଣ କିଏ କରିଥିଲେ ?
ଉ: ଗର୍ଗ ।
13- ମ୍ୟାଲେରିଆ ଜ୍ଵରର ବାହକ ମାଈଏନୋଫିଲିସ ମଶା ବୋଲି କେଉଁ ବିଅଜ୍ଞାନିକ ସିଦ୍ଧାନ୍ତରେ ପହଞ୍ଚିଥିଲେ ?
ଉ: ବୈଜ୍ଞାନିକ ରୋନାଲଡ ରସ୍ ।
14- କେଉଁ ଭାରତୀୟ ବୈଜ୍ଞାନିକଙ୍କର “କ୍ଵାଣ୍ଟମ ଥିଓରି” ଏବଂ “କସମିକ ରେଡିଏସନ” ପ୍ରତି ବିଶେଷ ଅବଦାନ ରହିଛି ?
ଉ: ବୈଜ୍ଞାନିକ ହୋମି ଜାହାଙ୍ଗୀର ଭାବା ।
15- ତାଳଦଣ୍ଡା କେନାଲ କେଉଁ ନଦୀରେ ନିର୍ମିତ ?
ଉ: ମହାନଦୀ ରେ ।
16- କେନ୍ଦ୍ରପଡା ସହର କେଉଁ ନଦୀ କୂଳରେ ଅବସ୍ଥିତ ?
ଉ: ଗୋବରୀ ନଦୀ ।
17- ଶ୍ରୀଜଗନ୍ନାଥ ବର୍ଷକୁ କେତେ ଥର ଟାହିଆ ଲାଗି ହୁଅନ୍ତି ?
ଉ: 6 ଥର ।
18- କେଉଁ ସଂପ୍ରଦାୟର ସାଧୁମାନେ ଗୋଟିଏ ଗ୍ରାମରେ ଗୋଟିଏ ରାତିରୁ ଅଧିକ ରୁହନ୍ତି ନାହିଁ ?
ଉ: ମହିମା ସଂପ୍ରଦାୟ ।
19- ବିଲାତ ଯାତ୍ରା କରିଥିବା ପ୍ରଥମ ଭାରତୀୟ କିଏ ?
ଉ: ରାଜା ରାମମୋହନ ରାୟ ।
20- ଜଣେ ଝିଅ ପାଖରେ ବାହାଘର ପୂର୍ବରୁ ଥାଏ, ବାହାଘର ପରେ ମଧ୍ୟ ଥାଏ କିନ୍ତୁ ବାହାଘର ଦିନ ନଥାଏ । ତାହା କଣ ?
ଉ: ସାଙ୍ଗିଆ ବା ସରନେମ ।
ଆମ ପୋଷ୍ଟ ଅନ୍ୟମାନଙ୍କ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।