ATM ରୁ ଚିରଫଟା କିମ୍ବା ନକଲି ନୋଟ ବାହାରିଲେ କଣ କରିବେ ? କେମିତି ସେହି ନୋଟକୁ ବଦଳାଇବେ, ଜାଣନ୍ତୁ ପୁରା ପ୍ରୋସେସ

ଆଜିକାଲି ଟଙ୍କା ଉଠାଇବାକୁ ଆଉ ବ୍ଯାଙ୍କ ଯିବାକୁ ପଡୁନି । କାରଣ ଏଥିପାଇଁ ପ୍ରତି ଗଳିକନ୍ଦିରେ ରହିଛି ATM । ଦରକାର ପଡିଲେ ମାନେ ତୁରନ୍ତ ATM କୁ ଯାଇ ଲୋକେ ଟଙ୍କା ଉଠେଇ ଆଣୁଛନ୍ତି । କିନ୍ତୁ ଟଙ୍କା ଉଠାଇବା ବେଳେ ଅନେକ ସମୟରେ ATM ରୁ ଚିରଫଟା ନୋଟ ବାହାରିଥାଏ । ଯଦି କେବେ ଏମିତି ସମସ୍ଯାର ସମୁଖୀନ ହୁଅନ୍ତି ତେବେ କଣ କରିବେ ? ATM ରୁ ବାହାରିଥିବା ଚିରାଫଟା ନୋଟକୁ କେମିତି ପରିବର୍ତ୍ତନ କରିବେ ? ଆସନ୍ତୁ ଜାଣିବା ।

ATM ରୁ ଚିରଫଟା ନୋଟ ବାହାରିଲେ ଲୋକେ ଚିନ୍ତାରେ ପଡିଯାନ୍ତି । କିନ୍ତୁ ଏମିତି ହେଲେ ଚିନ୍ତା କରିବାର ଆବଶ୍ୟକତା ନାହିଁ । ଆପଣ ବ୍ଯାଙ୍କକୁ ଯାଇ ATM ରୁ ବାହାରିଥିବା ଚିରଫଟା ନୋଟକୁ ଅତି ସହଜରେ ପରିବର୍ତ୍ତନ କରିପାରିବେ । ଆଉ ଏଥିପାଇଁ ବ୍ଯାଙ୍କ ମଧ୍ୟ ମନା କରିପାରିବ ନାହିଁ । କାରଣ ରିଜର୍ଭ ବ୍ଯାଙ୍କ ଅଫ ଇଣ୍ଡିଆ ଏନେଇ କିଛି ନିୟମ ବାହାର କରିଛି । ସେହି ନିୟମାନୁଯାୟୀ ଚିରାଫଟା ନୋଟକୁ ପରିବର୍ତ୍ତନ କରିବା ପାଇଁ ବ୍ଯାଙ୍କ ମନା କରିପାରିବ ନାହିଁ ।

ଏନେଇ 2016 ରେ RBI ଘୋଷଣା କରିଥିଲା କି, ଯଦି କୌଣସି ବ୍ଯାଙ୍କ ଚିରାଫଟା ନୋଟ ବଦଳାଇବା ପାଇଁ ମନା କରେ ତେବେ ସେହି ବ୍ରାଞ୍ଚ ଉପରେ 10 ହଜାର ଟଙ୍କାର ଜୋରିମାନା ଲାଗିବ । ଏହି ନିୟମ ଦେଶର ସବୁ ବ୍ଯାଙ୍କ ବ୍ରାଞ୍ଚ ଉପରେ ଲାଗୁ ରହିଛି । ରିଜର୍ଭ ବ୍ଯାଙ୍କ ଅନୁସାରେ ATM ରୁ ଯଦି ଚିରାଫଟା କିମ୍ବା ନକଲି ନୋଟ ବାହାରୁଛି ତେବେ ବ୍ଯାଙ୍କ କର୍ମଚାରୀଙ୍କ ଦ୍ଵାରା ଏହାର ଯାଞ୍ଚ କରାଯିବ । ଯଦି ନୋଟରେ ସିରିୟଲ ନମ୍ବର ସହ ମହାତ୍ମା ଗାନ୍ଧୀଙ୍କ ୱାଟରମାର୍କ ଥିବ ତା’ହେଲେ ବ୍ଯାଙ୍କ ନର ପରିବର୍ତ୍ତନ କରିବାକୁ ବାଧ୍ୟ ହେବ ।

ତେବେ ଏହି ନିୟମ ଅନୁସାରେ ନୋଟ ବଦଳାଇବାର ମଧ୍ୟ ଏକ ଲିମିଟ୍ ରହିଛି । ସେହି ଅନୁଯାୟୀ ଜଣେ ବ୍ୟକ୍ତି ଗୋଟିଏ ଦିନରେ 20ରୁ ଅଧିକ ନୋଟ ପରିବର୍ତ୍ତନ କରିପାରିବେ ନାହିଁ । ଏହାସହ ପରିବର୍ତ୍ତନ କରା ଯାଉଥିବା ନୋଟର ମୂଲ୍ୟ 5 ହଜାର ଟଙ୍କାରୁ ଅଧିକ ହୋଇ ନଥିବା ଜରୁରୀ । ଏହାସହ ଜଳି ଯାଇଥିବା ଏବଂ ଖଣ୍ଡ ଖଣ୍ଡ ହୋଇ ଯାଇଥିବା ନୋଟ ବ୍ଯାଙ୍କରେ ପରିବର୍ତ୍ତନ କରା ଯାଇପାରିବ ନାହିଁ ବୋଲି ରିଜର୍ଭ ବ୍ଯାଙ୍କ ସ୍ପଷ୍ଟ କରିଛି ।

ଏହିଭଳି ନୋଟକୁ ରିଜର୍ଭ ବ୍ଯାଙ୍କର ଇସିୟୁ ଅଫିସରେ ଜମା କରା ଯାଇପାରିବ । ତେବେ ATM ରୁ ବାହାରିଥିବା ଚିରାଫଟା ନୋଟକୁ ବଦଳାଇବା ପାଇଁ ସେହି ବ୍ଯାଙ୍କକୁ ଯିବାକୁ ପଡିବ ଯେଉଁ ବ୍ଯାଙ୍କର ATM ରୁ ଆପଣ ଟଙ୍କା ଉଠାଇଥିବେ । ସେଠାରେ ଏକ ଆପ୍ଲିକେସନ ଭରିକରି ଆପଣ ଟଙ୍କା ବଦଳାଇ ପାରିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।