ଶ୍ରଦ୍ଧାକୁ କାଟି ଫ୍ରିଜରେ ରଖିଥିଲା, ସେପଟେ ଅନ୍ୟ ଝିଅଙ୍କୁ ଫ୍ଲାଟଙ୍କୁ ଡାକି ରଖୁଥିଲା ଶାରୀରିକ ସମ୍ପର୍କ, ଜଲ୍ହାଦ ପ୍ରେମିକ Aftab ର ଜଘନ୍ୟ କାଣ୍ଡ ବିଷୟରେ ଶୁଣିଲେ ଆପଣ ଭୟରେ ଥରିବେ

ଦିଲ୍ଲୀରେ ଘଟିଥିବା 5 ମାସ ତଳର ଜଘନ୍ୟ ହତ୍ୟାକାଣ୍ଡ ପର୍ଦ୍ଦାଫାଶ ହେବା ପରେ ସାରା ଦେଶରେ ଏହାକୁ ନେଇ ଚର୍ଚ୍ଚା ଚାଲିଛି । ପ୍ରେମିକାକୁ ତଣ୍ଟି ଚିପି ହତ୍ୟା କରି 35 ଖଣ୍ଡ କରି କାଟିବା ପରେ ଫ୍ରିଜ କିଣି ଆଣି ସେଥିରେ ପ୍ରେମିକା ଶ୍ରଦ୍ଧାର ଖଣ୍ଡ ବିଖଣ୍ଡିତ ଶରୀରକୁ ରଖିଥିଲା ଜଲ୍ହାଦ ପ୍ରେମିକ ଅଫତାବ । ଏହାପରେ ସୁଯୋଗ ଦେଖି ଅଧରାତିରେ ଜଙ୍ଗଲ ଯାଇ ଖଣ୍ଡ ଖଣ୍ଡ ମାଂସକୁ ବୁଲା ଜନ୍ତୁଙ୍କୁ ଖାଇବାକୁ ଦେଉଥିଲା ।

ଲୋକଙ୍କ ସନ୍ଦେହ କମ୍ କରିବା ପାଇଁ ସେହି ଆପାର୍ଟମେଣ୍ଟରେ ମଧ୍ୟ ରହୁଥିଲା ଓ ରୁମ୍ ଫ୍ରେଶନର ଏବଂ ଭଳିକି ଭଳି ଅଗରବତୀ ଆଣି ରୁମ୍ ରେ ବ୍ୟବହାର କରୁଥିଲା ଯେପରି ଗନ୍ଧ ହେବନି । କିନ୍ତୁ ପୋଲିସର ସନ୍ଦେହ ଅଫତାବଙ୍କ ଉପରେ ଘନୀଭୂତ ହେବାରୁ ଶେଷରେ ନିଜ ପାପ ସ୍ଵୀକାର କରିଥିଲା ଅଫତାବ । କିନ୍ତୁ ଏତିକିରେ ବି ସେ ସନ୍ତୁଷ୍ଟ ହୋଇ ନଥିଲା । ଅନଲାଇନରୁ ଖାଇବା ଅର୍ଡର କରି ଖାଇବା ସହ ଶ୍ରଦ୍ଧାର ମରଶରୀର ରଖିଥିବା ଫ୍ରିଜରେ ସେହିସବୁ ରଖୁଥିଲା ଆଉ ଖାଉଥିଲା ।

ଏହାସହ ସେ ଅନଲାଇନରେ ନୂଆ ପ୍ରେମିକା ମଧ୍ୟ ଖୋଜି ସାରିଥିଲା । ଆଉ ଶ୍ରଦ୍ଧାର ମରଶରୀର ସେହି ରୁମ୍ ରେ ଥିବା ଅବସ୍ଥାରେ ହିଁ ନୂଆ ପ୍ରେମିକାକୁ ରୁମ୍ କୁ ଆଣିଥିଲା । ଖାଲି ସେତିକି ନୁହେଁ ବରଂ ଯେଉଁଠି ଶ୍ରଦ୍ଧାକୁ ଖଣ୍ଡ ଖଣ୍ଡ କରି କାଟିଥିଲା ସେଠାରେ ହିଁ ତା’ ସହ ଶାରୀରିକ ସମ୍ପର୍କ ବି ରଖିଥିଲା । ଶ୍ରଦ୍ଧାକୁ ହତ୍ୟା ପରେ ଗୁଗୁଲରୁ ଖୋଜିଥିଲା ରକ୍ତଦାଗ ସଫା କରିବାର ଫର୍ମୁଲା । ଆଉ ମଣିଷର କେଉଁ ଅଙ୍ଗ ଅପେକ୍ଷାକୃତ କମ୍ ସମୟରେ ପଚିଥାଏ ସେସବୁ ମଧ୍ୟ ସେ ରିସର୍ଚ୍ଚ କରିବା ଆରମ୍ଭ କରି ଦେଇଥିଲା ।

ପ୍ଲାଷ୍ଟିକ ବ୍ୟାଗ ସବୁ କିଣି ସେଥିରେ ସବୁ ଅଙ୍ଗକୁ ଗୋଟି ଗୋଟି କରି ଭର୍ତ୍ତି କରି ରଖିଥିଲା । ଆଉ ଏସବୁର ପ୍ରେରଣା ସେ ଆମେରିକାନ ଟିଭି ସିରିଜ “ଡେକ୍ସଟର” ରୁ ନେଇଥିଲା ବୋଲି ଜଣାପଡିଛି । ଶ୍ରଦ୍ଧାକୁ ତାଙ୍କ ସାଙ୍ଗସାଥି ଏବଂ ବନ୍ଧୁବାନ୍ଧବ ଖୋଜାଖୋଜି ଆରମ୍ଭ କରିବା ପରେ ସେ ଶ୍ରଦ୍ଧାର ଇନଷ୍ଟାଗ୍ରାମ ଆଇଡି ଲଗ୍ ଇନ୍ କରି ଆକ୍ଟିଭ ରହୁଥିଲେ । ଯେପରି ଶ୍ରଦ୍ଧାର ମୃତ୍ୟୁ ହୋଇଥିବା ନେଇ କେହି ସନ୍ଦେହ ନକରନ୍ତି । ଏପରିକି ନିଜେ ଶ୍ରଦ୍ଧା ବନି ଅନ୍ୟ ସାଙ୍ଗଙ୍କ ସହ କଥା ମଧ୍ୟ ହେଉଥିଲା ।

ଶ୍ରଦ୍ଧା ଓ ଅଫତାବ ମଧ୍ୟରେ କୌଣସି କାରଣକୁ ନେଇ ମନୋମାଳିନ୍ୟ ଚାଲିଛି ବୋଲି ମଧ୍ୟ ସେମାନଙ୍କୁ ଜଣାଇଥିଲା । ଏହିପ୍ରକାର କାଣ୍ଡ କରି ସେ ଲୋକଙ୍କୁ ଭୁଆଁ ବୁଲେଇବାରେ ଲାଗିଥିଲା । ସବୁକିଛି ଠିକ ଥିବା ଭଳି ଅନ୍ୟ ଝିଅଙ୍କୁ ରୁମ୍ କୁ ଡାକି ମସ୍ତି କରି ଚାଲିଥିଲା ଅଫତାବ । ଯାହା ଶୁଣି ସମସ୍ତଙ୍କ ଲୋମ ଟାଙ୍କୁରି ଉଠୁଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।