କାର୍ତ୍ତିକ ମାସରେ ଭୁଲରେ କରନ୍ତୁ ନାହିଁ ଏହି କାମ, ନଚେତ ହୋଇଯିବେ ବରବାଦ, ଜୀବନରେ ଆଉ କେବେବି ହେବନି ଉନ୍ନତି

କାର୍ତ୍ତିକ ମାସର ହିନ୍ଦୁଧର୍ମରେ ବେଶ ମହତ୍ଵ ରହିଛି । ମାର୍ଗଶିର ମାସ ଭଳି ଏହି ମାସଟି ମାତା ଲକ୍ଷ୍ମୀଙ୍କର ଅତ୍ୟନ୍ତ ପ୍ରିୟ ହୋଇଥାଏ । ଶ୍ରୀହରି ବିଷ୍ଣୁଙ୍କର ମଧ୍ୟ ଏହା ଅତ୍ୟନ୍ତ ପ୍ରିୟ ମାସ । ଏହି ମାସରେ ଅଅଁଳା ଗଛରେ ରାଧାକୃଷ୍ଣଙ୍କର ପ୍ରତ୍ଯକ୍ଷ ବିରାଜିତ ହୋଇଥାନ୍ତି । ତେଣୁ ଏହି ମାସରେ ଅଅଁଳା ଗଛକୁ ପୂଜା କଲେ ରାଧାକୃଷ୍ଣଙ୍କର ଅପାର କୃପା ମିଳିଥାଏ । ଏହି ପବିତ୍ର ମାସ ପାଇଁ କିଛି ନିୟମ ଶାସ୍ତ୍ରରେ ବର୍ଣ୍ଣିତ ଅଛି ଯାହାର ଅବମାନନା କରିବା ଦ୍ଵାରା ଭୋଗିବାକୁ ପଡିଥାଏ ଅନେକ ପୀଡା ।

କାର୍ତ୍ତିକ ମାସରେ ତୁଳସୀ ଗଛ ଲଗାଇବା ଓ ପୂଜା କରିବା ଅତି ପୂଣ୍ୟ କାମ ହୋଇଥାଏ । ଦୀପ ଜାଳିବା ଓ ଦାନ କରିବାରେ ମଧ୍ୟ ଅକ୍ଷୟ ଧର୍ମ ମିଳିଥାଏ । ଏହି ପବିତ୍ର ମାସରେ ନିରାମିଷ ଏବଂ ବିନା ପିଆଜ ରସୁଣର ଖାଦ୍ୟ ଖାଇବା ପାଇଁ ପରାମର୍ଶ ଦିଆଯାଇଛି । ଏହି ମାସରେ ଆମିଷ ଖାଇବା ଦ୍ଵାରା ଧର୍ମ ନଷ୍ଟ ହେବା ଦ୍ଵାରା କ୍ୟାନ୍ସର ରୋଗ ହେବାର ସମ୍ଭାବନା ବଢିଯାଏ । ଏହାସହ ଅଯଥା ଖର୍ଚ୍ଚ ମଧ୍ୟ ବଢିଯାଏ । ଏହି ମାସରେ ସୂର୍ଯ୍ୟ ଉଦୟ ପୂର୍ବରୁ ଉଠି ସୂର୍ଯ୍ୟଙ୍କୁ ମୁହଁ କରି ସ୍ନାନ କରିବା ଦ୍ଵାରା ଶରୀରରୁ ଅନେକ ରୋଗ କ୍ଷୟ ପାଇଥାଏ ।

ଏହି ମାସରେ ବିଳମ୍ବ ଯାଏଁ ଶୋଇ ରହିବା ଓ ଦିନବେଳା ଶୋଇବାକୁ ବାରଣ କରାଯାଇଛି । ଏହି ମାସରେ ମାତା ଲକ୍ଷ୍ମୀ ପୃଥିବୀ ଭ୍ରମଣ କରିଥାନ୍ତି । ତେଣୁ ମାତା ଲକ୍ଷ୍ମୀଙ୍କ ପୂଜା ଏହି ମାସରେ କଲେ ଭକ୍ତଙ୍କୁ ଅପାର ଧନ ଦେଇଥାନ୍ତି । ବିଶେଷ କରି କରଜରୁ ମୁକ୍ତି ପାଇବା ପାଇଁ ଏହି ମାସରେ ମାତା ଲକ୍ଷ୍ମୀଙ୍କ ପୂଜା କରିବା ଉଚିତ ହୋଇଥାଏ । ପାରିବାରିକ ତଥା ବୈବାହିକ ସୁଖଶାନ୍ତି ପାଇଁ ମା ତୁଳସୀ ବା ବୃନ୍ଦାବତୀଙ୍କର ବିଶେଷ ପୂଜା କରାଯାଇଥାଏ ।

ସବୁ ମାସ ଅପେକ୍ଷା ଏହି ମାସର ତୁଳସୀ ପୂଜା ଅତି ପୂଣ୍ୟଦାୟକ ବୋଲି କୁହାଯାଏ । ପ୍ରତିଦିନ ସକାଳେ ଏବଂ ସନ୍ଧ୍ୟାରେ ତୁଳସୀ ଗଛମୂଳେ ଦୀପ ଲଗାଇ ପାରିବାରିକ ଓ ବୈବାହିକ ସୁଖଶାନ୍ତି ପାଇଁ ପ୍ରାର୍ଥନା କରିପାରିବେ । ଏହି ମାସରେ ଶରୀରରେ ତେଲ ଲଗାଇବା ମଧ୍ୟ ବାରଣ କରାଯାଇଛି । ଏହି ମାସରେ ପରନିନ୍ଦା ଓ ଅପବାଦ କରିବା ମଧ୍ୟ ବାରଣ କରାଯାଇଛି । ପତି ପତ୍ନୀ ଶାରୀରିକ ସମ୍ପର୍କ ରଖିବା ପାଇଁ ମଧ୍ୟ ଏହି ମାସରେ ବାରଣ କରାଯାଇଛି ।

ଏହି ମାସରେ ଭିକ୍ଷୁକଙ୍କୁ ଖାଲି ହାତରେ ଘଉଡାଇ ନଦେଇ ନିଜ ସାମର୍ଥ୍ୟ ଅନୁସାରେ କିଛିବି ଦାନ କରନ୍ତୁ । ଏହି ମାସରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ କରାଯାଏ । ତେଣୁ ପିତୃପୁରୁଷ ଶାନ୍ତି ପାଇଁ ଓ ତାଙ୍କ ଆଶୀର୍ବାଦ ପାଇବା ପାଇଁ ଶ୍ରାଦ୍ଧ ତର୍ପଣ ନିଶ୍ଚୟ କରନ୍ତୁ ଓ ଭୁଲରେ ପିତୃପୁରୁଷଙ୍କ ନିନ୍ଦା କରନ୍ତୁ ନାହିଁ । ଏହି ମାସରେ କଳିଝଗଡା କଲେ ମା ଲକ୍ଷ୍ମୀ କୋପିତ ହୋଇଥାନ୍ତି । ଯାହାଫଳରେ ଘରେ ଅଶାନ୍ତି ଲାଗି ରୁହେ ଓ ଧନର ଅଭାବ ଦେଖାଦିଏ ।

ଏହି ମାସରେ ଘରକୁ ଯଥାସମ୍ଭବ ପରିଷ୍କାର ରଖନ୍ତୁ । ଏହି ମାସସାରା ପ୍ରତିଦିନ କୌଣସି ପାଖ ମନ୍ଦିରକୁ ନିଶ୍ଚୟ ଯାଆନ୍ତୁ । ଏହି ମାସରେ ମନ୍ଦିର ଯିବା କେବେବି ବିଫଳ ଯାଇ ନଥାଏ । ଏହାସହ ପ୍ରତିଦିନ ସୂର୍ଯ୍ୟଙ୍କୁ ଜଳାର୍ପଣ କରିବା ଦ୍ଵାରା ସୁଖ ସମୃଦ୍ଧି ବୃଦ୍ଧି ପାଇବା ସହ ରୋଗ ଶୋକରୁ ମୁକ୍ତି ମିଳିଥାଏ ।

ଏହାସହ ଏହି ମାସରେ ମିଛ କହିବା, ଠକିବା, ଚୋରି କରିବା, ମଦ୍ୟପାନ କରିବା, ପରସ୍ତ୍ରୀଗାମୀ ହେବା, କାହାର ଅନିଷ୍ଠ କରିବା, ଜୀବହତ୍ୟା କରିବା, ଗଛ କାଟିବା, କ୍ରୋଧ କରିବା ଆଦି କାର୍ଯ୍ୟ କରିବା ଦ୍ଵାରା ମହାପାପ ଲାଗିବା ସହ ସମାନ ଦଣ୍ଡ ମିଳିଥାଏ । ତେଣୁ ଏହି ପବିତ୍ର ମାସରେ ଏହିସବୁ କୁକାର୍ଯ୍ୟରୁ ନିବୃତ ରହିବା ପାଇଁ ଚେଷ୍ଟା କରନ୍ତୁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।