ବାପା ମା’ ଦୋଷ କଲେ କିନ୍ତୁ ଜେଲ ଗଲା କୁନି ପୁଅ । ହୁଏତ ଏହି ଘଟଣା ଆପଣଙ୍କୁ ବି ଆଶ୍ଚର୍ଯ୍ୟ କରିପାରେ । କାରଣ ଆଇନ କୁହେ ଯେ ଯିଏ ଦୋଷୀ ସେ ହିଁ କେବଳ ଦଣ୍ଡ ପାଇବ । ତେବେ ବାପା ମା ଯଦି ଦୋଷ କଲେ ତେବେ ପିଲା କାହିଁକି ଦଣ୍ଡ ପାଇବ । ହେଲେ ଏଠି ଏହି ନିରୀହ ପିଲାର କୌଣସି ଦୋଷ ନଥିଲେ ବି ସେ ବାପା ମା’ଙ୍କ ସହ ଜେଲ ଯାଇଛି । ପୋଲିସ ଭ୍ୟାନରେ ବସି କୁନି ପୁଅ ଜେଲ ଯାଉଥିବାର ଦୃଶ୍ୟ ଦେଖିବାକୁ ମିଳିଛି ।
ଯେଉଁ ବୟସରେ ଗାଁ ଦାଣ୍ଡରେ ଖେଳିବା କଥା ସେହି ବୟସରେ ଜେଲ ର ଅନ୍ଧାର କୋଠରିରେ ରହିବାକୁ ଯାଉଛି ଏହି କଅଁଳ ପିଲା । ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆର ଭଅଁରା ଗାଁରେ ଏକ ହୃଦୟ ବିଦାରକ ଘଟଣା ଘଟିଛି । ସେହି ଗାଁର ମଙ୍ଗଳ ମୁଣ୍ଡା ଓ ତାଙ୍କ ସ୍ତ୍ରୀ ଜ୍ଯୋତି ନିଜ ବାପାଙ୍କୁ ହତ୍ୟା କରି ଏବେ ଜେଲ ଯାଇଛନ୍ତି । ଆଉ ତାଙ୍କ ସହ ତିନି ବର୍ଷର କୁନି ପୁଅ ବି ଜେଲ ଯାଇଛି । 25 ତାରିଖ ବିଳମ୍ବିତ ରାତିରେ ଘଟିଥିଲା ଏହି ଭୟଙ୍କର ଘଟଣା ।
ରାତିରେ ପୁଅ ବୋହୂ ଶୋଇଥିବା ବେଳେ ମାଛ ଧରିବାକୁ ପୁଅକୁ ଡ଼ାକିଥିଲେ ବାପା ଲୋଚନ । ହେଲେ ପୁଅ ରାଜି ନ ହେବାରୁ ଏକ ଧାରୁଆ ଅସ୍ତ୍ରରେ ଲୋଚନ ନିଜ ପୁଅକୁ ଆକ୍ରମଣ କରିଥିଲେ । ଆଉ ଏହାକୁ ପ୍ରତିବାଦ କରିବାକୁ ଯାଉ ପୁଅ ବୋହୂ ମିଶି ଲୋଚନଙ୍କ ଉପରେ ଅନ୍ଧାଧୁନ ଆକ୍ରମଣ କରିଥିଲେ । ଏହି ଆକ୍ରମଣରେ ଲୋଚନଙ୍କ ପ୍ରାଣବାୟୁ ଉଡି ଯାଇଥିବା ବେଳେ ପୁଅ ବୋହୂ ମଧ୍ୟ ଆହତ ହୋଇଥିଲେ । ହେଲେ ପୁଅ ବୋହୂ ଜାଣି ନଥିଲେ କି ଲୋଚନଙ୍କର ମୃତ୍ୟୁ ହୋଇଛି ।
ତେଣୁ ଚିକିତ୍ସା ପାଇଁ ତାଙ୍କୁ ମେଡିକାଲରେ ଭର୍ତ୍ତି କରିଥିଲେ । ହେଲେ ମେଡିକାଲରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ବାପାଙ୍କ ଆକ୍ରମଣରେ ଗୁରୁତର ଆହତ ହୋଇଥିବାରୁ ସେମାନେ ବି ମେଡିକାଲରେ ଭର୍ତ୍ତି ହୋଇଥିଲେ । ଆଉ ଖବର ପ୍ରସାରିତ ହେବା ପରେ ପୋଲିସ ମାମଲା ରୁଜୁ କରିବା ସହ ପୁଅ ବୋହୂଙ୍କୁ ଗିରଫ ମଧ୍ୟ କରିଥିଲା । ପରେ ପୋଲିସ ସାମ୍ନାରେ ପୁଅ ବୋହୂ ସବୁ ସତ ଓଗାଳି ଦେଇଥିଲେ । ବାପା ମା ଦୋଷ କରି ଜେଲ ଯିବା ପରେ ଏବେ ଚାରୋଟି ପିଲା ଅନାଥ ଭଳି ବଞ୍ଚିବାକୁ ବାଧ୍ୟ ହେଉଛନ୍ତି ।
କାରଣ ସେମାନଙ୍କ କଥା ବୁଝିବାକୁ ଆଉ କେହି ନାହାନ୍ତି । ତେଣୁ ମା ନିଜ ସହ ଛୁଆଙ୍କୁ ନେଇଯିବାକୁ ଚାହୁଁଥିବା ବେଳେ କେବଳ ଏହି କୁନି ପୁଅ ହିଁ ମାଆ ସାହ ଯାଇପାରିବ ଓ ଅନ୍ୟ ସମସ୍ତେ ଗାଁରେ ରହିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।