ଅଜଗର ସାପ ବୃଦ୍ଧଙ୍କୁ ନୁହେଁ ବୁଦ୍ଧିକୁ ଗିଳିଛି… ଏଭଳି ମନ୍ତବ୍ୟ କାହିଁକି ଦେଲେ ବନବିଭାଗ ଅଧିକାରୀ ? ଦେଖନ୍ତୁ Video

କିଛି ଲୋକଙ୍କ ବୁଦ୍ଧିକୁ ସାପ ଏମିତି ଗିଳିଛି ଯେ ସେମାନେ ଗୋଟିଏ ରାହା ହିଁ ପକାଉଛନ୍ତି କି ସାପଟି ବୃଦ୍ଧଙ୍କୁ ଗିଳିଛି । ଗଣମାଧ୍ୟମରେ ଏହି ଘଟଣାକୁ ଏଭଳି ରୁଚିକର ଭାବେ ପରିବେଷଣ କରାଗଲା ଯେ ଅବିଶ୍ଵାସ କରିବା ଲୋକ ବି ବିଶ୍ବାସ କରୁଛି ଯେ ସାପ ହିଁ ବୃଦ୍ଧଙ୍କୁ ଗିଳିଛି । ତେବେ କାହା ଶୁଣିବେ ଯିଏ ଅଭିଜ୍ଞ ତାଙ୍କ କଥା ନା ଅନଭିଜ୍ଞଙ୍କ କଥା ? ବାରଙ୍ଗ ଅଞ୍ଚଳର ନନ୍ଦକିଶୋରଙ୍କୁ ଅଜଗର ସାପ ଗିଳି ଦେଇଥିବା ଅନେକ ଗୁଜବ ପ୍ରଚାରିତ ହେଉଥିଲା ।

ଏବେ ଯାଏଁ ତାଙ୍କ ପତ୍ତା ମିଳି ନଥିବା ବେଳେ ତାଙ୍କୁ ଖୋଜାଖୋଜି କରାଯାଉଛି । ସେପଟେ କାନ୍ଦି କାନ୍ଦି ନୟାନ୍ତ ହେଲେଣି ନିଖୋଜ ନନ୍ଦକିଶୋରଙ୍କ ସ୍ତ୍ରୀ । ମିଛ ଖବର ଦେଇ ତାଙ୍କ ଭାବନା ସହ ଖେଳାଯାଉଛି ବୋଲି କୁହାଯାଉଛି । ତାଙ୍କ ଗାଁ ଲୋକେ ମିଛ ଖବରକୁ ସତ ମାନି ନେଇଛନ୍ତି । ସେମାନେ କହୁଛନ୍ତି ସାପ ପେଟରେ କୁଆଡେ ନନ୍ଦକିଶୋର ଅଛନ୍ତି । କିନ୍ତୁ ସେମାନେ ବି ନିଶ୍ଚିନ୍ତ ହୋଇ ପାରୁନାହାନ୍ତି । ବନବିଭାଗ ଅଧିକାରୀ ସତ କଣ ଓ ମିଛ କଣ ତାହା କହିପାରିବେ ।

ତେଣୁ ସାପର ପେଟକୁ ସ୍କାନିଂ କରିବା ପାଇଁ କୁହାଯାଉଛି । ସାପ ତା’ର ସରଂକ୍ଷିତ ଅଞ୍ଚଳ ମଧ୍ୟରେ ରହିଥିବାରୁ ଏହା ଏକ ଅସମ୍ଭବ କାର୍ଯ୍ୟ ବୋଲି ମଧ୍ୟ କୁହାଯାଉଛି । ସେଠାରୁ ସାପକୁ କିଭଳି ନେଇ ସ୍କାନିଂ କରାଯିବା ତାହା ମଧ୍ୟ ଏକ ବଡ ପ୍ରଶ୍ନ । ହେଲେ ୧୫ ଫୁଟ ଲମ୍ବର ସାପ ମଧ୍ୟରେ ୫ ଫୁଟ ଲମ୍ବର ଯେଉଁ ଜୀବ ରହିଛି ତାକୁ ନେଇ ସନ୍ଦେହ ବଢୁଛି । ରେଞ୍ଜରଙ୍କ କହିବା କଥା ୨୪ ଫୁଟର ସାପ ହିଁ ଗୋଟିଏ ୫-୬ଫୁଟର ମଣିଷକୁ ଗିଳିପାରିବ ।

ଯାହାକି ତାଙ୍କ ଚାକିରିକାଳ ମଧ୍ୟରେ ସେ କେବେ ଦେଖିନାହାନ୍ତି । ହେଲେ ସେପଟେ ଲାଗିରହିଛି ଗୁଜବ । କାରଣ ସାପ ଥିବା ସ୍ଥାନରୁ ମାତ୍ର କିଛି ବାଟ ଦୂରରେ ବୃଦ୍ଧ ନନ୍ଦକିଶୋରଙ୍କ ଲୁନା, ଚପଲ ଓ ଅନ୍ୟ ସାମଗ୍ରୀ ପଡି ରହିଥିଲା । ସ୍ନେକ ହେଲପଲାଇନ ଅଧିକାରୀ ଆଜି ସାପକୁ ଦେଖିବାକୁ ଯାଇ ସେ ମଧ୍ୟ ସମାନ କଥା କହିଛନ୍ତି । ସାପ ମାଡିଥିବା ସ୍ଥାନରୁ ବୃଦ୍ଧଙ୍କ ଜିନିଷପତ୍ର ମିଳିଥିବା ସ୍ଥାନର ଦୂରତା ହେଉଛି ୧୨ଶହ ମିଟର ଓ ଏହା ଏକ ପାହାଡୀ ଇଲାକା ।

ଯେଉଁଥି ପାଇଁ ସାପ ବୃଦ୍ଧଙ୍କୁ ଗିଳିବା ପରେ ସେଠାରୁ କୁଆଡେ ଯାଇପାରିବ ନାହିଁ । ତେଣୁ ଲୋକଙ୍କ ବୁଦ୍ଧିକୁ ସାପ ଗିଳିଛି ବୋଲି କହିଛନ୍ତି ବନବିଭାଗ ଅଧିକାରୀ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।