ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ସବୁଠୁ ବଡ ବାତ୍ୟା, ଭୟଙ୍କର ରୂପ ନେଇ ସ୍ଥଳଭାଗ ଆଡକୁ ମାଡି ଆସୁଛି, କେଉଁ ସ୍ଥାନକୁ କରିବ ସବୁଠୁ ଅଧିକ ପ୍ରଭାବିତ ? ଦେଖନ୍ତୁ video

ସମୁଦ୍ର ମଧ୍ୟରେ ବଳ ଗୋଟାଉଛି ବାତ୍ୟା । ଆଉ ଉପକୂଳ ଆଡକୁ ଭୟଙ୍କର ବେଗରେ ମାଡି ଆସୁଛି । ଯେଉଁଥି ପାଇଁ ସମୁଦ୍ର ଜୁଆର ୫୦ ଫୁଟ୍ ଉଠିବ ଓ ୨୦୦ କିମି ବେଗରେ ପବନ ବହିବ । ସମୁଦ୍ରରୁ ବଳ ଗୋଟାଇ ସ୍ଥଳଭାଗ ଆଡକୁ ଖୁବ ଜୋରରେ ବାତ୍ୟା ମାଡି ଆସୁଛି । ଯାହାକୁ ନେଇ ଏବେ ଉପକୂଳ ବାସୀ ଅତ୍ୟନ୍ତ ଆତଙ୍କିତ ଅଛନ୍ତି । ଏମିତିକି ଏହି ବାତ୍ୟାକୁ ଏହି ବର୍ଷର ସବୁଠୁ ବଡ ବାତ୍ୟା ବୋଲି କୁହାଯାଉଛି । ପୂର୍ବ ଛଇଆନ ସମୁଦ୍ର ଦେଇ ସ୍ଥଳଭାଗ ଆଡକୁ ଏହି ବାତ୍ୟା ମାଡି ଆସୁଛି ।

ଏହି ବାତ୍ୟା ପ୍ରଭାବରେ ଜାପାନର ଦକ୍ଷିଣ-ପୂର୍ବ ଦ୍ଵିପପୁଞ୍ଜ ଗୁଡିକ ସବୁଠୁ ଅଧିକ ପ୍ରଭାବିତ ହେବ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏଥିସହ ଚାଇନାର ପୂର୍ବ ଉପକୂଳରେ ଥିବା ସହର ଗୁଡିକ ପ୍ରତି ମଧ୍ୟ ବାତ୍ୟା ବିପଦ ଘନେଇଛି । ଏହି ସୁପର ଟାଇଫୁନର ନାମ ରଖାଯାଇଛି “ହିନ୍ନାମନୋର” । ଏହାର ପ୍ରଭାବରେ ବର୍ତ୍ତମାନ ସମୁଦ୍ର ମଧ୍ୟରେ ପବନ ବେଗ ଘଣ୍ଟାପ୍ରତି ୨୫୭ କିମି ତଥା ୧୬୦ ମାଇଲ୍ସ ରହିଛି ।

ଏହାର ଝଟକା ଘଣ୍ଟାପ୍ରତି ୧୯୫ ମାଇଲ୍ସ ରହିଥିବା ନେଇ ଆମେରିକାର ଜଏଣ୍ଟ ଟାଇଫୁନ ୱାର୍ଣ୍ଣିଂ ସେଣ୍ଟର ପକ୍ଷରୁ ସୂଚନା ଦିଆଯାଇଛି । ଏହି ସୁପର ଟାଇଫୁନ ପ୍ରଭାବରେ ଉପକୂଳ ଅଞ୍ଚଳରେ ପବନର ବେଗ ଧୀରେ ଧୀରେ ବଢିବାରେ ଲାଗିଛି । ଏହି ପବନକୁ ଦେଖି ସମୁଦ୍ର ଉପକୂଳରେ ରହୁଥିବା ଲୋକମାନେ ଏବେ ଚିନ୍ତାରେ ରହିଛନ୍ତି । ହିନ୍ନାମନୋର ପ୍ରଭାବରେ ସମୁଦ୍ର ଜୁଆର ୫୦ ଫୁଟ୍ ଉପରକୁ ଉଠିପାରେ ବୋଲି ଆକଳନ କରାଯାଉଛି ।

ଜାପାନର ମେଟ୍ରୋଲୋଜୋକାଲ ଏଜେନ୍ସି ଏହାକୁ ୨୦୨୨ ର ସବୁଠୁ ବଡ ବାତ୍ୟାର ଆଖ୍ୟା ଦେଇ ସାରିଛି । ଯଦି ଏଭଳି ଅବସ୍ଥାରେ ସ୍ଥଳଭାଗରେ ବାତ୍ୟା ମାଡ ହୁଏ ତେବେ ଭୟଙ୍କର କ୍ଷୟକ୍ଷତି ହେବାର ଆଶଙ୍କା ରହିଛି । ହଂକଂ ପାଣିପାଗ ବିଭାଗ କହିଛି ଯେ, ଦିନ ୧୦ଟା ସୁଦ୍ଧା ଟାଇଫୁନଟି ଜାପାନର ଓକିନାଓ ଠାରୁ ୨୩୦ କିମି ଦୂରରେ ଘନୀଭୂତ ହୋଇଥିଲା । ଏହା ପଶ୍ଚିମ ଓ ଦକ୍ଷିଣ-ପଶ୍ଚିମ ଦିଗରେ ଘଣ୍ଟାପ୍ରତି ୨୨କିମି ଗତି କରି ଦ୍ଵିପପୁଞ୍ଜ ମୁହାଁ ହେଉଛି ।

ଏହା ପ୍ରଭାବରେ ରଇଫିଓରେ ୨୦୦ରୁ ୩୦୦ମିମି ବର୍ଷା ମଧ୍ୟ ରେକର୍ଡ ହୋଇ ସାରିଲାଣି । ତେବେ ଏହା କେବେ କେଉଁ ସମୟରେ ସ୍ଥଳଭାଗ ପହଞ୍ଚିବ ସେନେଇ କୌଣସି ବିଶେଷ ସୂଚନା ଦିଆଯାଇନାହିଁ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।