“ରାତିରେ ଶୋଇପାରୁନି, ଆଉ କେତେ କଷ୍ଟ ସହିବି ? ମୋ ଝିଅକୁ ଭଲରେ ରଖିବ, ମୁଁ…” ଶେଷଚିଠିରେ ଏମିତି କିଛି ଲେଖିଲେ ମିନାକ୍ଷୀ, ଶୁଣିଲେ ଆପଣ ବି କାନ୍ଦି ପକେଇବେ

୫ ମାସ ହେବ ମୀନାକ୍ଷୀଙ୍କ ଛାତିରେ ଖୁବ ଯନ୍ତ୍ରଣା ହେଉଥିଲା । ଯାହାକି ତାଙ୍କ ପାଇଁ ସହିବା ଖୁବ କଷ୍ଟ ହେଉଥିଲା । ଖାସ ସେଥିପାଇଁ ସେ ଜୀବନ ହାରିବା ଭଳି ଚରମ ନିଷ୍ପତ୍ତି ନେଇଗଲେ । ବେଶ ହସଖୁସିରେ ତାଙ୍କ ପରିବାର ଚାଲିଥିଲା । ଝିଅକୁ ଜୀବନରୁ ଅଧିକ ଭଲ ପାଉଥିଲେ । ଶାଶୁଘର ଲୋକ ଖୁବ ଭଲପାଇବା ସହ ମୀନାକ୍ଷୀ ନିଜେ ଶିକ୍ଷୟତ୍ରୀ ଥିଲେ । ଘରେ ଟଙ୍କା ପଇସାର କୌଣସି ଅଭାବ ନଥିଲା କି କୌଣସି ପାରିବାରିକ ବିବାଦ ମଧ୍ୟ ନଥିଲା ।

ହେଲେ ୫ ମାସ ତଳେ ମୀନାକ୍ଷୀଙ୍କ ଛାତିରେ ଧୀରେ ଧୀରେ କଷ୍ଟ ବଢିବାରେ ଲାଗିଲା । କଷ୍ଟ ଅସହ୍ୟ ହେବାରୁ ଏନେଇ ଶାଶୁଘର ଲୋକଙ୍କୁ ସେ ଜଣାଇଥିଲେ । ଯାହାପରେ ତୁରନ୍ତ ମେଡିକାଲରେ ଜଣାଇ ଚିକିତ୍ସା କରା ଯାଇଥିଲା । ହେଲେ କୌଣସି ସୁଫଳ ନ ମିଳିବାରୁ ଡାକ୍ତରଙ୍କ ପରାମର୍ଶ କ୍ରମେ ଅପରେସନ ମଧ୍ୟ ହୋଇଥିଲା । କିନ୍ତୁ ଯନ୍ତ୍ରଣା କମି ନଥିଲା ଆଉ ସେପଟେ ମେଡ଼ିସିନ ବଢିଥିଲା । ଯେଉଁଥି ପାଇଁ ମୀନାକ୍ଷୀ ଖୁବ ଚାପଗ୍ରସ୍ତ ଥିଲେ ।

ଧୀରେ ଧୀରେ ପୁଣି ଯନ୍ତ୍ରଣା ବଢିବାରୁ କଷ୍ଟକୁ ସହି ପାରିଲେନି ବୋଲି ନିଜ ଶେଷ ଚିଠିରେ ମୀନାକ୍ଷୀ ଲେଖିଛନ୍ତି । ପରିବାର ଲୋକଙ୍କ କହିବା ଅନୁସାରେ ସମ୍ପର୍କୀୟଙ୍କ ଜନ୍ମଦିନ ଉତ୍ସବ ଥିବାରୁ ସମସ୍ତେ ସେଠାକୁ ଯାଇଥିଲେ । ଆଉ ଏତିକି ବେଳେ ବେକରେ ଶାଢୀ ଲଗାଇ ଝୁଲି ପଡିଥିଲେ ମୀନାକ୍ଷୀ । ପରିବାର ଲୋକ ଆସି ଦେଖିବା ବେଳକୁ ସବୁକିଛି ସରି ଯାଇଥିଲା ।

ମୀନାକ୍ଷୀଙ୍କୁ ଝୁଲନ୍ତା ଅବସ୍ଥାରେ ଦେଖିବା ପାରେ ସେମାନେ ପୋଲିସକୁ ଫୋନ କରିଥିଲେ । ମୀନାକ୍ଷୀଙ୍କ ଶାଶୁ କହିଛନ୍ତି କି, ସୋରରେ ମୀନାକ୍ଷୀ ଶିକ୍ଷୟତ୍ରୀ ଅଛନ୍ତି । ତେଣୁ ସେଠାରେ ସେ ପିଲାଛୁଆଙ୍କ ସହ ରୁହନ୍ତି । କାଲି ସେ ନିଜ ଶାଶୁଘରକୁ ଆସିଥିଲେ । ସନ୍ଧ୍ୟାବେଳେ ତାଙ୍କ ସହ କଥା ମଧ୍ୟ ହୋଇଥିଲେ । ଶାଶୁ ତାଙ୍କୁ ଛାତି ଯନ୍ତ୍ରଣା କଥା ପଚାରିବାରୁ ତାହା କମି ନଥିବା କହିଥିଲେ ମୀନାକ୍ଷୀ । ତେଣୁ ମୀନାକ୍ଷୀଙ୍କୁ ନେଇ ଆଉ କେଉଁ ଭଲ ଡାକ୍ତରଙ୍କ ପରାମର୍ଶ କରିବେ ବୋଲି ଶାଶୁ ତାଙ୍କୁ କଥା ଦେଇଥିଲେ ।

କିନ୍ତୁ ସବୁକିଛି ଅସହ୍ୟ ହେବାରୁ ସେ ଏଭଳି ନିଷ୍ପତ୍ତି ନେଇଥିବା ନିଜ ସୁଇସାଇଡ ନୋଟରେ ଲେଖିଛନ୍ତି । ତେବେ ତଦନ୍ତ ପରେ ମୀନାକ୍ଷୀଙ୍କ ଆତ୍ମହତ୍ୟାର କାରଣ ଜଣାପଡିବ ବୋଲି କହିଛି ପୋଲିସ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।