ଜନ୍ମରୁ କଥା କହି ପାରନ୍ତିନି Khusboo, ହେଲେ ତାଙ୍କ ହାତରେ ଯାହା ଯାଦୁ ରହିଛି ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ ଆପଣ, ଦେଖନ୍ତୁ Video

ଈଶ୍ବରଙ୍କ ସୃଷ୍ଟି ସତରେ ବଡ ବିଚିତ୍ର । ପ୍ରତି ମଣିଷ ମଧ୍ୟରେ କିଛି ଖୁଣ ଥିଲେ ମଧ୍ୟ ବିଭିନ୍ନ ଗୁଣ ଦେଇଥାନ୍ତି । ଆଜି ଆମେ ଆପଣଙ୍କୁ ଏହିଭଳି ଜଣେ ପ୍ରତିଭାଙ୍କ ସହ ପରିଚୟ କରାଇବୁ ଯିଏ ଶୁଣିପାରନ୍ତି ନାହିଁ କି କହିପାରନ୍ତି ନାହିଁ । ସେ ହେଉଛନ୍ତି ଖୁସବୁ ଦାସ । ତାଙ୍କ ମା ଜଣେ ବ୍ୟୁଟିସିଆନ ଓ ତାଙ୍କର ନିଜର ପାର୍ଲର ଅଛି । ଝିଅ ସ୍ବତନ୍ତ୍ର ହେଲେ ମଧ୍ୟ ସେ ଖୁବ ଭଲ ଡ୍ୟାନ୍ସ ଏବଂ ଆର୍ଟ ମଧ୍ୟ କରିପାରନ୍ତି । ତିନି ବର୍ଷ ବୟସରୁ ଖୁସବୁ ଆର୍ଟ ପ୍ରତି ଆକୃଷ୍ଟ ହୋଇଥିଲେ । ଡ୍ୟାନ୍ସ ମଧ୍ୟ ନିଜେ ନିଜେ ଶିଖନ୍ତି ଓ କରନ୍ତି ।

ତାଙ୍କ ମା କହିଛନ୍ତି କି ଖୁସବୁଙ୍କର ଏଭଳି ସମସ୍ଯା ପାଇଁ ସେ ସେ ବିଶେଷ ଅବଶୋଷ କରନ୍ତିନି ହେଲେ ଅନ୍ୟ ପିଲାଙ୍କୁ ଦେଖିଲେ ତାଙ୍କ ଝିଅ ବି ଭଲ ହେଇଯାଉ ବୋଲି ବେଳେବେଳେ ତାଙ୍କ ମନରେ ଆସେ । ତେବେ ଭଗବାନ ତାଙ୍କୁ ଯାହାବି ଦେଇଛନ୍ତି ଭଲ ଦେଇଛନ୍ତି ବୋଲି ସେ ଖୁସି ଅଛନ୍ତି । ଖୁସବୁଙ୍କ ଚିକିତ୍ସା କରିବାକୁ ସେ ଡାକ୍ତରଙ୍କ ପରାମର୍ଶ କରିଛନ୍ତି ।

କିନ୍ତୁ ସେଥିରେ କିଛି ଗ୍ୟାରେଣ୍ଟି ନଥିବାରୁ ସେ ଖୁସବୁଙ୍କର ଅପରେସନ କରାନାହାନ୍ତି । ଡାକ୍ତରଙ୍କ ପରାମର୍ଶରେ ଏକ ମେସିନ ଲଗାଯାଇଛି ଯାହାଦ୍ୱାରା ଖୁସବୁ ଟିକେ ଟିକେ ଶୁଣୁଛି ଓ ସ୍ପିଚ ଥେରାପି ମଧ୍ୟ ନେଉଛି । ଯାହାପରେ ସେ ଧୀରେ ଧୀରେ କଥା ମଧ୍ୟ କହୁଛି । ମା ବ୍ୟୁଟିସିଆନ ହୋଇଥିବାରୁ ବ୍ୟୁଟି ଏବଂ ମେକଅଫ ପ୍ରତି ଖୁସବୁଙ୍କର ଖୁବ ଆଗ୍ରହ ରହିଛି ।

ମା କେମିତି କଣ କରନ୍ତି ସେ ଖୁବ ମନ ଦେଇ ଦେଖନ୍ତି ଓ ମା’ଙ୍କର ଯାହା ଦରକାର ସାଙ୍ଗେ ସାଙ୍ଗେ ତାଙ୍କୁ ବଢେଇ ଦିଅନ୍ତି । ଏବେ ଖୁସବୁ ସ୍କୁଲରେ ମଧ୍ୟ ସାଙ୍ଗସାଥିଙ୍କ ସହ ମିଶୁଛି ଓ ଅଳ୍ପ ଅଳ୍ପ କଥା ମଧ୍ୟ କହୁଛି । ତାଙ୍କ ଝିଅ ଭଳି ଓଡିଶାରେ ଅନେକ ପିଲା ଅଛନ୍ତି ଓ ସେମାନଙ୍କ ଠାରେ ଖୁବ ପ୍ରତିଭା ମଧ୍ୟ ରହିଛି ।

ତେଣୁ ସରକାର ଯଦି ସେମାନଙ୍କ ଉନ୍ନତି ପାଇଁ କିଛି ସୁବିଧା ସୁଯୋଗ ଦିଅନ୍ତେ ତେବେ ଏହି ପିଲାମାନେ ଉପକୃତ ହୋଇପାରନ୍ତେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।