ଗ୍ରାହକଙ୍କ ପାଇଁ ବଡ ଖବର, ଏହି ପ୍ଲାଷ୍ଟିକ ଦେଲେ ପେଟ୍ରୋଲ ପମ୍ପରେ ମିଳୁଛି ବଡ ରିହାତି

କ୍ଷୀର ପ୍ଯାକେଟ ଦେଲେ ପେଟ୍ରୋଲରେ ମିଳିବ ରିହାତି । ଏଇ ପ୍ଲାଷ୍ଟିକ ଜରିରେ ରିହାତି ମିଳୁଛି । ଗ୍ରାହକଙ୍କ ପାଇଁ ଆସିଛି ବଡ ଖବର । ଏଣିକି ପ୍ଲାଷ୍ଟିକ ଜରି ବଦଳରେ ପେଟ୍ରୋଲ ଓ ଡିଜେଲରେ ବଡ ରିହାତି ମିଳିବ । ଯେଉଁମାନେ ପେଟ୍ରୋଲ ପମ୍ପରେ କ୍ଷୀର ଭଳି ପ୍ଲାଷ୍ଟିକ ଜରି ଦେବେ ସେମାନଙ୍କୁ ତେଲ ଉପରେ କିଛି ଟଙ୍କା ରିହାତି ମିଳିବ ବୋଲି ଜଣାପଡିଛି । ଏକକ ବ୍ୟବହାର ପ୍ଲାଷ୍ଟିକ ବିରୋଧରେ ସଚେତନତା ସୃଷ୍ଟି କରିବା ପାଇଁ ରାଜସ୍ଥାନର ଭିଲୁଆରର ଜଣେ ପେଟ୍ରୋଲ ପମ୍ପ ମାଲିକ ଏମିତି ନିଷ୍ପତ୍ତି ନେଇଛନ୍ତି ।

ଯାହାକୁ ନେଇ ଏବେ ପୁରା ଅଞ୍ଚଳରେ ଚର୍ଚ୍ଚା ଚାଲିଛି । କାରଣ ପେଟ୍ରୋଲରେ ଏକ ଟଙ୍କା ଓ ଡିଜେଲରେ ୫୦ ପଇସା ରିହାତି ଦେଉଛନ୍ତି ପେଟ୍ରୋଲ ପମ୍ପ ମାଲିକ । ତେବେ ଏହି ରିହାତି ପାଇବାକୁ ହେଲେ ଆପଣ ବ୍ୟବହାର ପରେ ଫିଙ୍ଗି ଦେଉଥିବା ଜରି ସବୁକୁ ପେଟ୍ରୋଲ ପମ୍ପରେ ଜମା କରିବାକୁ ପଡିବ । ଏହାପରେ ସମ୍ପୃକ୍ତ ପେଟ୍ରୋଲ ପମ୍ପ ପକ୍ଷରୁ ତେଲ ଉପରେ ସବସିଡି ମିଳିବ ବୋଲି କୁହାଯାଇଛି ।

ରାଜସ୍ଥାନ ଚିତୋରର ପେଟ୍ରୋଲ ପମ୍ପ ମାଲିକ ଅଶୋକ କୁମାର ମୁଣ୍ଡାରା ଏହି ନିଷ୍ପତ୍ତି ନେଇଛନ୍ତି । ଏଭଳି ନିଷ୍ପତ୍ତି ପଛରେ ଏକ ମହତ ଉଦ୍ଦେଶ୍ୟ ରହିଥିବା କହିଛନ୍ତି ଅଶୋକ । ଦେଶକୁ ପ୍ଲାଷ୍ଟିକ ମୁକ୍ତ କରିବାକୁ ସରକାର ଯେଉଁ ପଦକ୍ଷେପ ନେଉଛନ୍ତି ସେଥିରେ ସାମିଲ ହେବା ପାଇଁ ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଅଶୋକ ।

ତେବେ ପେଟ୍ରୋଲ ପମ୍ପରେ ଜମା ହୋଇଥିବା ଖାଲି କ୍ଷୀର ପ୍ଯାକେଟ ଗୁଡିକୁ ନେବାକୁ ସରସ ଡାଏରୀ ନିଷ୍ପତ୍ତି ନେଇଛି । ଭିଲୁଆରା ଜିଲ୍ଲା କଲେକ୍ଟର ଆଶିଷ ମୋଦି କହିଛନ୍ତି, ପେଟ୍ରୋଲ ପମ୍ପ ମାଲିକ ମାନେ ଏକକ ବ୍ୟବହାର ପ୍ଲାଷ୍ଟିକ ବିରୋଧରେ ସଚେତନତା ବୃଦ୍ଧି କରିବାକୁ ପ୍ରସ୍ତାବ ଆଣିଛନ୍ତି । ଦୁଗ୍ଧ ପ୍ଯାକେଟ ଓ ପାଣି ବୋତଲ ଉପରେ ରିହାତି ମଧ୍ୟ ପ୍ରଦାନ କରାଯାଇଛି ।

ପେଟ୍ରୋଲ ପମ୍ପ ମାଲିକ ମୁଣ୍ଡାରା କହିଛନ୍ତି ଏବେ ଯାଏଁ ପ୍ରାୟ ୭୦୦ଟି ଖାଲି ପ୍ଯାକେଟ ସଂଗ୍ରହ କରାଗଲାଣି । ତେବେ ଏଭଳି ମହତ କାର୍ଯ୍ୟ ପାଇଁ ଏହି ପେଟ୍ରୋଲ ପମ୍ପ ମାଲିକଙ୍କୁ ସବୁଆଡେ ପ୍ରଶଂସା କରାଯାଉଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।