Deepika ବର୍ଷାରେ ଘର ଆଗରେ ବସିଛନ୍ତି, ସେପଟେ ହୋଟେଲରେ ବର୍ଷାର ମଜା ନେଉଛନ୍ତି ପ୍ରେମିକ ଦିନେଶ, ଛିଃ…କଣ ମାନବିକତା ଭୁଲିଗଲେ…

ଆଜି ବ୍ରହ୍ମପୁରରେ ସକାଳୁ ସକାଳୁ ମୁଷଳଧାରାରେ ବର୍ଷ ଲାଗି ରହିଛି । ଆଉ ଏହି ବର୍ଷାରେ ପ୍ରେମିକ ଦିନେଶଙ୍କ ଆଗରେ ବସି ରହିଛନ୍ତି ଦୀପିକା । ତାଙ୍କ ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ମଧ୍ୟ ଆସି ଯୋଗ ଦେଇଛନ୍ତି । ସେ ମଧ୍ୟ ଦୀପିକାଙ୍କ ସହ ବର୍ଷାରେ ପାଲ ତଳେ ବସିଛନ୍ତି । ଦୀପିକା ଏକ ଫଟୋ ଦେଖାଇ କହିଛନ୍ତି, ଦେଖ ମୁଁ ଏଠି ବସିଛି ଆଉ ସ୍ଵାମୀ ତାଙ୍କ ପରିବାର ସହ ହୋଟେଲରେ ଖାଉଛନ୍ତି । ଏହି ଫଟୋକୁ ପ୍ରମିଳା ମା ମିଡିଆ ଆଗରେ ଦେଖାଇଛନ୍ତି ।

ପ୍ରବଳ ବର୍ଷାରେ ନ୍ୟାୟ ପାଇବା ପାଇଁ ଧାରଣାରେ ବସିଛନ୍ତି ଦୀପିକା । ନିଜ ପୁଅକୁ ତାଙ୍କ ବାପାର ପରିଚୟ ଦେବା ପାଇଁ ପ୍ରେମିକ ଦିନେଶଙ୍କ ଘର ଆଗରେ ଦୀପିକା ଧାରଣା ଦେଇଛନ୍ତି । ଆଉ ଏହି ସମୟରେ ସମାଜସେବୀ ପ୍ରମିଳା ତ୍ରିପାଠୀ ତାଙ୍କ ରଥର ସାରଥି ସାଜିଛନ୍ତି । ଦୀପିକା କହୁଛନ୍ତି କି, ଯେପର୍ଯ୍ୟନ୍ତ ତାଙ୍କ ପୁଅ ଓ ତାଙ୍କୁ ପ୍ରେମିକ ଗ୍ରହଣ  ନ କରିଛନ୍ତି ସେପର୍ଯ୍ୟନ୍ତ ଏମିତି ଧାରଣା ଚାଲିବ ।

ଆଉ ପ୍ରମିଳା ତ୍ରିପାଠୀ ତାଙ୍କ ସହ ଯୋଗ ଦେବା ପରେ ଏହି ଘଟଣା କ୍ଷୀପ୍ର ବେଗରେ ଏବେ ଚାରିଆଡେ ବ୍ୟାପି ଗଲାଣି । ଏହି ଖବର ଏବେ ଏ ମୋବାଇଲରୁ ସେ ମୋବାଇଲକୁ ଘୁରି ବୁଲିଲାଣି । ପୂର୍ବରୁ ବହୁଚର୍ଚ୍ଚିତ ସୁମିତ ଓ ତପସ୍ଵିନୀ ମାମଲା ସହ ସମାଜସେବୀ ପ୍ରମିଳା ତ୍ରିପାଠୀ ଯୋଡି ହୋଇଥିଲେ ।

ଦୀର୍ଘଦିନ ହେବ ତପସ୍ଵିନୀଙ୍କ ଅଧିକାର ପାଇଁ ତାଙ୍କ ସହ ଲଢେଇ କରୁଛନ୍ତି ପ୍ରମିଳା ତ୍ରିପାଠୀ । ପ୍ରମିଳା ତାଙ୍କର ଆଉ ଗୋଟିଏ ଝିଅ ଦୀପିକା ପାଇଁ ସାହାରା ସାଜିଛନ୍ତି । ତପସ୍ଵିନୀଙ୍କ ଭଳି ଦୀପିକାଙ୍କ ସହ ଏହି ନ୍ୟାୟ ଯୁଦ୍ଧରେ ଯୋଗ ଦେଇଛନ୍ତି ପ୍ରମିଳା । ଠିକ ତପସ୍ଵିନୀଙ୍କ ଭଳି ଦୀପିକାଙ୍କ ସ୍ଵାମୀଙ୍କୁ ଫେରାଇ ଆଣିବା ପାଇଁ ଲଢେଇ ଲଢୁଛନ୍ତି ପ୍ରମିଳା ମା । ପ୍ରେମ ଓ ବିବାହ ପ୍ରତିଶ୍ରୁତି ଦେଇ ଦୀପିକାଙ୍କ ସହ ସବୁ ସମ୍ପର୍କ ରଖିଥିଲେ ଦିନେଶ ।

କିନ୍ତୁ ଦୀପିକା ଗର୍ଭବତୀ ହୋଇ ପିଲା ଜନ୍ମ କରିବା ପରେ ତାଙ୍କୁ ଗ୍ରହଣ କରିପାରିବେ ନାହିଁ ବୋଲି କହୁଛତି ପ୍ରେମିକ ଦିନେଶ । ତେବେ ଦେଖିବାକୁ ବାକି ରହିଲା ଦୀପିକା ଏହି ଲଢେଇରେ ନ୍ୟାୟ ପାଉଛନ୍ତି କି ନାହିଁ । ଆମ ପୋଷ୍ଟ ଅନ୍ୟାମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।