ଇଏ ହେଉଛନ୍ତି ଏ ଯୁଗର ଏକଲବ୍ୟ, 10 ବର୍ଷ ଧରି ହାତଟଣା ଗାଡିରେ ନିଜ ଗୁରୁଙ୍କୁ ବୋହି ଚାରିଆଡେ ନେଇଯାନ୍ତି, ଦେଖନ୍ତୁ video

ପ୍ରାଚୀନ ଯୁଗର ଅନେକ ଗୁରୁଶିଷ୍ୟଙ୍କ କଥା ଆପଣ ଶୁଣିଥିବେ । ଶିଷ୍ୟମାନେ କିପରି ଅତି ନିଷ୍ଠାର ସହ ଗୁରୁଙ୍କ ସେବା କରନ୍ତି, ତାଙ୍କ ଆଜ୍ଞା ମାନନ୍ତି ଓ ଗୁରୁଙ୍କ ପାଇଁ ନିଜ ଜୀବନ ଉତ୍ସର୍ଗ କରନ୍ତି ଏହିପରି ଅନେକ କାହାଣୀ ରହିଛି । ସେମାନଙ୍କ ମଧ୍ୟରୁ ଏକଲବ୍ୟ ଗୁରୁ ଦ୍ରୋଣାଚାର୍ଜ୍ୟଙ୍କ ପାଇଁ କିପରି ନିଜ ବୁଢା ଆଙ୍ଗୁଳି କାଟିବା ପୂର୍ବରୁ ଥରେବି ଚିନ୍ତା କରି ନଥିଲେ ତାହା ଅନ୍ଯତମ । ତେବେ ଆଜିର କଳିଯୁଗରେ ଆମେ ଆଜି ଏପରି ଜଣେ ଭକ୍ତଙ୍କ ବିଷୟରେ କହିବୁ ଯିଏ ନିଜ ଗୁରୁଙ୍କ ପାଇଁ ନିଜ ଜୀବନ ସମର୍ପିତ କରିଛନ୍ତି ।

ଭକ୍ତ ରବି ଦାସ ନିଜ ଗୁରୁଙ୍କୁ ଏକ ହାତ ଟଣା ଗାଡିରେ ବୋହି ନିଜେ ଟାଣି ଟାଣି ସବୁଆଡେ ବୁଲନ୍ତି । ଗୁରୁଙ୍କ ସେବା କରିବା ହିଁ ତାଙ୍କର ପରମ କର୍ତ୍ତବ୍ୟ । ଗୁରୁଙ୍କ ସେବା କରିବା ଦ୍ଵାରା ସେ ଶାନ୍ତିରେ ଅଛନ୍ତି ଓ ପୂଣ୍ୟ ଅର୍ଜନ କରୁଛନ୍ତି ବୋଲି କହିଛନ୍ତି । ରବି ନିଜେ ପରିଣତ ବୟସରେ ପଦାର୍ପଣ କରିଥିଲେ ମଧ୍ୟ ଗୁରୁଙ୍କ ସେବା କରିବା ଯୋଗୁଁ ତାଙ୍କର କୌଣସି ଶାରୀରିକ ସମସ୍ଯା ଦେଖା ଦେଇନାହିଁ । ସେ ଏକଦମ ସୁସ୍ଥ ଅଛନ୍ତି ଓ ତାଙ୍କ ଗୁରୁଙ୍କୁ ବିଭିନ୍ନ ସ୍ଥାନକୁ ବୋହି ନେଉଛନ୍ତି ।

ରବିଙ୍କ ଗୁରୁ ଗାଡିରେ ବସୁଛନ୍ତି ଓ ସେ ନିଜେ ଚାଲି ଚାଲି ହାତରେ ଟାଣି ନେଇ ଯାଉଛନ୍ତି ଗାଡିକୁ । ବିଭିନ୍ନ ଗାଁ ଗଣ୍ଡା, ଆଶ୍ରମ ଓ ଯଜ୍ଞ ଅଡିକୁ ସେ ଗୁରୁଙ୍କୁ ନିଜେ ବୋହି ନେଇଯାନ୍ତି । ଗୁରୁଙ୍କ ସହ ମିଶି ମହିମା ଧର୍ମର ପ୍ରଚାର କରିବାରେ ସେ ସହାୟତା କରନ୍ତି । ଆଜିର କଳିଯୁଗର ଗୁରୁଶିଷ୍ୟ ପରମ୍ପରାର ଏହି ନିଚ୍ଛକ ବନ୍ଧନକୁ ଆଜି ବି ଉଜ୍ଜୀବିତ କରି ରଖିଛନ୍ତି ରବି ।

ଗୁରୁ ମଧ୍ୟ ରବିଙ୍କ ବିଷୟରେ କହିଛନ୍ତି ଯେ, ତାଙ୍କର କେଉଁ ଏକ ତପସ୍ୟା ସିଦ୍ଧ ହୋଇଛି ବୋଧ ହୁଏ ଯାହାଫଳରେ ସେ ରବୀଙ୍କୁ ନିଜ ଶିହୟ ଭାବେ ପାଇଛନ୍ତି । ରବିଙ୍କ ସେବା, ଯତ୍ନ, ପ୍ରେମ ଓ ସମ୍ମାନରେ ସେ ବହୁତ ଖୁସି ଅଛନ୍ତି ଓ କୃତଜ୍ଞ ମଧ୍ୟ ଅଟନ୍ତି ବୋଲି କହିଛନ୍ତି । ଜାଗତିକ ପଥରେ ନ ଯାଇ ଧର୍ମ ପଥରେ କିପରି ଯିବେ ଓ ଧର୍ମ ନୀତି ସବୁର ପାଳନ କରିବେ ଏନେଇ ଗୁରୁ ଲୋକମାନଙ୍କୁ ଶିକ୍ଷା ଦେବା ସହ ଶିହୟଙ୍କୁ ମଧ୍ୟ ଶିଖାଇଥାନ୍ତି ।

ଖାସ କରି ନିଆଳି ଠାରୁ ଆସ୍ତରଙ୍ଗ ପର୍ଯ୍ୟନ୍ତ ବିଭିନ୍ନ ଗାଁ ଗଣ୍ଡା ଭଳି ଉଭୟ ଗୁରୁ ଓ ଶିଷ୍ୟ ଲୋକଙ୍କୁ ମହିମା ଧର୍ମର ମହତ୍ଵ ଶିକ୍ଷା ଦେଇଥାନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।