ଇଏ ହେଉଛି ମୋ ଟୁଙ୍ଗୁରୁ ଭୋଳ, ଫୁଲ ଦେଇ I Love You କହି ଫସେଇଲା ଆଉ ଶେଷରେ ମତେ…

ଇଏ ହେଉଛି ମୋ ଟୁଙ୍ଗୁରୁ ଭୋଳ । ସେ ଦିନକୁ ହଜାର ଥର ମୋତେ ଆଇ ଲଭ ୟୁ କହୁଥିଲା ଓ ଦିନରାତି ଗୋଲାପ ଫୁଲ ବି ଦେଉଥିଲା । ଏମିତି କରି ମୋତେ ଏତେ ପ୍ରେମ ଦେଲା ଯେ ମୁଁ ତା’ ପାଇଁ ମୋ ସ୍ଵାମୀ ଓ ଦୁଇପିଲାଙ୍କୁ ବି ଛାଡିଦେଲି । ଟୁଙ୍ଗୁରୁ ଭୋଳର ପ୍ରେମରେ ଭୋଳ ହୋଇ ସବୁକିଛି ଭୁଲିଗଲି । ଏହିପରି କିଛି କହିଛନ୍ତି ଏହି ମହିଳା ଜଣକ । ପ୍ରେମିକ ଟୁଙ୍ଗୁରୁ ଭୋଳ ତାଙ୍କୁ ଧୋକା ଦେଇ ଆଉ କାହା ସହ କୋର୍ଟ ମ୍ୟାରେଜ କରିବା ପରେ ନିରାଶ ହୋଇ ପଡିଛନ୍ତି ପ୍ରେମିକା ।

ଯେଉଁଥି ପାଇଁ ସେ ଥାନାର ଦ୍ଵାରସ୍ଥ ହୋଇଛନ୍ତି । ହାତରେ ଫୁଲତୋଡା, ଶଙ୍ଖା, ସିନ୍ଦୂର ଓ ଗୋଲାପ ଫୁଲ ଧରି ଥାନାରେ ଜଗି ବସିଛନ୍ତି । କେତେବେଳେ ଟୁଙ୍ଗୁରୁ ଭୋଳ ଆସିବେ ଆଉ ସେ ତାଙ୍କୁ ଫୁଲମାଳ ପକାଇ ସବୁଦିନ ପାଇଁ ନିଜର କରିନେବେ । ଟୁଙ୍ଗୁରୁ ପ୍ରଥମେ ତାଙ୍କୁ ଭାଉଜ ଭାଉଜ ଡ଼ାକିଥିଲେ । ଆଉ ପରେ ନିଜର ପ୍ରେମିକା ବନେଇ ନେଲେ । ଭାଉଜଙ୍କ ପ୍ରତି ଟୁଙ୍ଗୁରୁ ଭୋଳର ନଜର ବଦଳି ଯାଇଥିଲା ।

ଶେଷରେ ତାଙ୍କ ଆଖିରେ ଆଖି ମିଶାଇ ଏମିତି ପ୍ରେମ କଲା ଓ ପରେ ଧୋକା ଦେଲା । ଟୁଙ୍ଗୁରୁ ଭୋଳ ତାଙ୍କୁ ରାତିଦିନ ପ୍ରେମ ନିବେଦନ କରୁଥିଲା, ଯାହାକୁ ଶେଷରେ ଆଉ ଅସ୍ଵୀକାର କରିପାରି ନଥିଲେ ବର୍ଷା । ତାଙ୍କର ବି ମନ ବୋହିଗଲା ଓ ସେ ମଧ୍ୟ ଟୁଙ୍ଗୁରୁଙ୍କୁ ପ୍ରେମ କରି ବସିଲେ ।

ବର୍ଷା ବିବାହିତା ଓ ତାଙ୍କର ସ୍ଵାମୀ ଏବଂ ଦୁଇ ଛୁଆ ଅଛନ୍ତି ଜାଣି ମଧ୍ୟ ଟୁଙ୍ଗୁରୁ ତାଙ୍କୁ ପ୍ରେମ କରିଥିଲେ । ଟୁଙ୍ଗୁରୁ ଜାଣିଥିଲେ କି ବର୍ଷା ତାଙ୍କ ଠାରୁ ବୟସରେ ବଡ ତଥାପି ପ୍ରେମ ନିବେଦନ କରିଥିଲେ ଓ ତାଙ୍କ ସହ ଦୈହିକ ସମ୍ପର୍କ ମଧ୍ୟ ରଖିଥିଲେ । କିନ୍ତୁ ଟୁଙ୍ଗୁରୁ ଭୋଳଙ୍କର ସେସବୁ ପ୍ରେମ ନିବେଦନ ମିଛ ଥିଲା ବୋଲି ବର୍ଷା ଆଜି ନିଜେ କହୁଛନ୍ତି । ଟୁଙ୍ଗୁରୁଙ୍କୁ ଯେମିତି ଭାବିଥିଲେ ସେ ପୁରା ଅଲଗା ବାହାରିଲେ ।

ଧୋକେବାଜ ବାହାରିଲେ ଟୁଙ୍ଗୁରୁ ଭୋଳ । ଟୁଙ୍ଗୁରୁ ଭୋଳ ଲୁଚି ଲୁଚି ଅନ୍ୟ କାହାକୁ କୋର୍ଟ ମ୍ୟାତେଜ କରିବା ପରେ ବର୍ଷା ତାଙ୍କ ଅସଲ ଚେହେରା ଜାଣି ପାରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।