ଭାବି ରାଷ୍ଟ୍ରପତି Draupadi Murmu ଙ୍କ ଏକମାତ୍ର ଝିଅ Iti Murmu ମା’ଙ୍କ ସଫଳତାରେ ଖୁସି ହୋଇ କଣ କହିଲେ…ଦେଖନ୍ତୁ ଏହି Video

ବର୍ତ୍ତମାନ ଦେଶର ସର୍ବୋଚ୍ଚ ପଦ ରାଷ୍ଟ୍ରପତି ପଦବୀ ପାଇଁ ରେସ୍ ଆରମ୍ଭ ହୋଇସାରିଛି । ଏଥର କିଏ ରାଷ୍ଟ୍ରପତି ହେବେ ସେନେଇ ଅଙ୍କ କଶା ଚାଲିଥିବା ବେଳେ ଆମ ଓଡିଶା ଝିଅ ଦ୍ରୌପଦୀ ମୁର୍ମୁଙ୍କୁ ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ଚୟନ କରିଛି ଏନଡ଼ିଏ । ଯାହା ଆମ ରାଜ୍ୟ ଓଡିଶା ପାଇଁ ଏକ ଗର୍ବ ଓ ଗୌରବର ବିଷୟ ସାଜିଛି । ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷିତ ହେବା ପରେ ବିଭିନ୍ନ ମହଲରୁ ତାଙ୍କୁ ଶୁଭେଚ୍ଛା ଛୁଟିବାରେ ଲାଗିଛି ।

ଏନେଇ ଦ୍ରୌପଦୀ କହିଥିଲେ କି ସେ ଟିଭି ନ୍ଯୁଜରୁ ହିଁ ଶୁଣିବାକୁ ପାଇଥିଲେ କି ସେ ରାଷ୍ଟ୍ରପତି ପଦବୀ ପାଇଁ ଚୟନ ହୋଇଛନ୍ତି ବୋଲି । ଦ୍ରୌପଦୀଙ୍କ ଝିଅ ଇତି ମୁର୍ମୁ ମଧ୍ୟ ସମାନ କଥା କହିଥିଲେ । ଦ୍ରୌପଦୀ ଦୁଇଥର ବିଧାୟକ ରହି ସାରିଥିବା ବେଳେ ବିଜେଡି ଓ ବିଜେପି ମେଣ୍ଟ ସରକାରର ମନ୍ତ୍ରୀ ମଧ୍ୟ ରହି ସାରିଛନ୍ତି । ଏହାସହ ସେ ଝାଡଖଣ୍ଡର ଗଭର୍ଣ୍ଣର ମଧ୍ୟ ରହି ସାରିଛନ୍ତି । ଆଉ ଏବେ ରାଷ୍ଟ୍ରପତି ପଦବୀ ପାଇଁ ମନୋନୀତ ହୋଇଛନ୍ତି ।

ଦ୍ରୌପଦୀ ତାଙ୍କ ଜୀବନରେ ଅନେକ ସଂଘର୍ଷ କରି ଆଜି ଏତେ ଏଇଠି ପହଞ୍ଚି ପାରିଛନ୍ତି । ଜୀବନ ସଂଘର୍ଷ ମଧ୍ୟରେ ସେ ନିଜ ସ୍ଵାମୀ ଓ ଦୁଇ ପୁଅଙ୍କୁ ମଧ୍ୟ ହରାଇଛନ୍ତି । ପିଲାଟି ବେଳୁ ସେ ଅଭାବ ଓ ଗରିବୀକୁ ଖୁବ ପାଖରୁ ଦେଖିଛନ୍ତି । ଏନେଇ ତାଙ୍କ ଝିଅ ମଧ୍ୟ କହିଛନ୍ତି କି ତାଙ୍କ ମା ଆଜି ଯାହା ବି ହାସଲ କରିଛନ୍ତି ତାହା କେବଳ ତାଙ୍କର ନିଜ ଭଲ କର୍ମର ଫଳ ଯୋଗୁଁ ।

ତାଙ୍କ ମା’ଙ୍କ ଉପରେ କେହି ଗଡଫାଦର ନଥିଲେ କିମ୍ବା ତାଙ୍କ ହାତ ଧରି ବାଟ କଢାଇବାକୁ କେହି ବି ନଥିଲେ । ସେ ନିଜ ପରିଶ୍ରମ ଓ ସଂଘର୍ଷ ବଳରେ ଆଜି ଏଇଠି ପହଞ୍ଚି ପାରିଛନ୍ତି । ଦ୍ରୌପଦୀ ରାଷ୍ଟ୍ରପତି ପ୍ରାର୍ଥୀ ଘୋଷିତ ହେବା ପରେ ସବୁଆଡୁ ଏତେ ଶୁଭେଚ୍ଛୁ ମାନେ ତାଙ୍କୁ ଶୁଭେଚ୍ଛା ଜଣାଇବା ପାଇଁ ଆସିଥିଲେ ଯେ ସେ ବହୁତ ବ୍ୟସ୍ତ ହୋଇ ଯାଇଥିଲେ । ତେଣୁ ତାଙ୍କ ସହ ମଧ୍ୟ ଭଲରେ କଥା ହୋଇ ପାରି ନଥିଲେ ବୋଲି କହିଛନ୍ତି ଇତି । ଇତି ଇକୋ ବ୍ଯାଙ୍କରେ ମ୍ୟାନେଜର ଭାବେ କାର୍ଯ୍ୟରତ ଅଛନ୍ତି ।

ମା’ ରାଷ୍ଟ୍ରପତି ହେଲେ ମଧ୍ୟ ସେ ନିଜେ ତାଙ୍କ ଚାକିରି ଜାରି ରଖିବେ ବୋଲି କହିକହନ୍ତି । ତେବେ ମା’ ଏବେ ଦିଲ୍ଲୀରେ ରହିବାକୁ ଯାଉଥିବାରୁ ସେ ମଧ୍ୟ ଚାହାନ୍ତି କି ଦିଲ୍ଲୀକୁ ତାଙ୍କର ଟ୍ରାନ୍ସଫର ହୋଇଯାଉ ବୋଲି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।