ଆଜି ବି ଭାବି ରାଷ୍ଟ୍ରପତି Draupadi Murmu ଙ୍କ ଗାଁରେ ବିଜୁଳି ନାହିଁ, ଅନ୍ଧାରରେ ରାତି କାଟୁଛନ୍ତି ଉପରବେଡା ଗାଁର ଲୋକେ

ଗାଁ ଝିଅ ରାଷ୍ଟ୍ରପତି ହେଲେ ଗାଁ’କୁ ବିଜୁଳି ସୁବିଧା ମିଳିବ ବୋଲି ଉପରବେଡା ଗ୍ରାମବାସୀ ଆଶା ବାନ୍ଧି ଅନ୍ଧାରରେ ବସିଛନ୍ତି । ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହେବେ କି ଏଯାଏଁ ମଧ୍ୟ ଭାବି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ’ରେ ବିଜୁଳି ସୁବିଧା ନାହିଁ । ମୟୂରଭଞ୍ଜର ଉପରବେଡା ଗ୍ରାମରେ ଜନ୍ମ ହୋଇଥିଲେ ଦ୍ରୌପଦୀ ମୁର୍ମୁ । ଦ୍ରୌପଦୀଙ୍କ ପାଇଁ ଗାଁ’ରେ ଆଜି ଖୁସିର ମାହୋଲ ଓ ସମସ୍ତଙ୍କ ମୁହଁରେ ହସ । କାରଣ ସମସ୍ତଙ୍କ ମନରେ ଆଜି ଅସରନ୍ତି ଗର୍ବ ।

ଉପରବେଡା ଗ୍ରାମ ଆଜି ଖିଲିଖିଲି ହସୁଛି ସତ କିନ୍ତୁ ରାତି ହେଲେ ପୁଣି କାନ୍ଦିବ ଆଉ ନିଜକୁ କୋଷିବ । ଗାଁ ଝିଅ ସିନା ରାଷ୍ଟ୍ରପତି ହେବାକୁ ଯାଉଛି ଅଥଚ ଗାଁ’ଟି କିଟିକିଟି ଅନ୍ଧାରରେ ବଞ୍ଚୁଛି । ସେଥିପାଇଁ ଗାଁ ଆଶା ବାନ୍ଧି ବସିଛି କି ଗାଁ ଝିଅ ରାଷ୍ଟ୍ରପତି ହେବା ପରେ ଗାଁ’କୁ ବିଜୁଳି ଅଧିକାର ମିଳିବ । ଗାଁ ଛାତିରେ ବଢୁଥିବା ମଣିଷ ଏବେ ରାତିର ଆଲୁଅ ଦେଖିବ । ଭାବି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁକୁ ଆଜି ଯାଏଁ ମଧ୍ୟଶ ବିଜୁଳି ପହଞ୍ଚି ପାରିନି ।

୨୦ ବର୍ଷ ହେଲା ଜାରି ରହିଛି ସଂଘର୍ଷ କିନ୍ତୁ ପ୍ରତିଶ୍ରୁତି ବ୍ଯତୀତ ଆଉ କିଛି ବି ହାତ ଲାଗିନି । ଯେଉଁଠି ଏବେ ଯାଏଁ ଭାବି ରାଷ୍ଟ୍ରପତିଙ୍କ ଗାଁକୁ ବିଜୁଳି ପହଞ୍ଚି ପାରିନି ସେଠାରେ ବିକାଶ ଓ ଉନ୍ନତିର କଥା ପ୍ରହସନ ବ୍ଯତୀତ ଆଉ କିଛି ନୁହେଁ । ଗାଁ ଲୋକଙ୍କ ହସ ଖୁସି ଭିତରେ ଉଦାସ ମୁହଁ ଆପଣ ଦେଖି ପାରୁଥିବେ । ଗାଁ ଲୋକଙ୍କ ଆଖିରେ ବସା ବାନ୍ଧିଛି ଆଶା ।

ଗାଁ ଝିଅ ଦ୍ରୌପଦୀ ରାଷ୍ଟ୍ରପତି ହେଲେ ନିଶ୍ଚୟ ଗାଁକୁ ବିଜୁଳି ଆସିବ ବୋଲି ଅପେକ୍ଷା । ତାଙ୍କ ଗାଁର ଝିଅ ରାଷ୍ଟ୍ରପତି ହେଲେ ସେମାନେ ବିଜୁଳି ବତୀ ଟିକକ ନିଶ୍ଚୟ ଦେଖିବେ ଓ ତା’ପରେ ଗାଁ ର ଅନ୍ୟାନ୍ୟ ଉନ୍ନତି ହୋଇପାରିବ ବୋଲି ସେମାନେ ଆଶା ବାନ୍ଧି ବସିଛନ୍ତି । ଥରେ ଚିନ୍ତା କରି ଦେଖନ୍ତୁ ତ ଆଜିର ଏକବିଂଶ ଶତାବ୍ଦୀର ଏହି ଆଧୁନିକ ଯୁଗରେ ମଣିଷ କେତେ କଣ ଆବିଷ୍କାର କରି ସାରିଲାଣି । କିନ୍ତୁ ଆଜି ବି ସାମାନ୍ଯ ବିଜୁଳି ବତୀ ଦେଖି ନାହାନ୍ତି ଭାବି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗାଁ ଲୋକେ ।

ଅପରପକ୍ଷେ ଏପରି ଏକ ଅବିକଶିତ ଗ୍ରାମରୁ ଜନ୍ମ ହୋଇ ସୁଦ୍ଧା ସଂଘର୍ଷ କରି ଦ୍ରୌପଦୀ ମୁର୍ମୁ ଆଜି ଦେଶର ସର୍ବୋଚ୍ଚ ପଦବୀ ପାଇଁ ଦାବିଦାର ହୋଇ ପାରିଛନ୍ତି ଏହା ମଧ୍ୟ ତାଙ୍କ ଗାଁ ପାଇଁ ଏକ ଗର୍ବ ଏବଂ ଗୌରବର କଥା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।