ଭାବିସ୍ଵାମୀଙ୍କୁ ଗିରଫ କରିଥିଲେ, ଏବେ ନିଜେ ଗିରଫ ହେଲେ, ଏହି ଲେଡି ସିଙ୍ଘମଙ୍କ ସତ ସାମ୍ନାକୁ ଆସିଲା ପରେ ପୋଲିସ ବିଭାଗ ବି ହେଲା ଆଶ୍ଚର୍ଯ୍ୟ

ଭାବି ସ୍ଵାମୀଙ୍କୁ ଗିରଫ କରି ଚର୍ଚ୍ଚାରେ ଥିବା ଆସାମର ଲେଡି ସିଙ୍ଘମ ଏବେ ନିଜେ ଗିରଫ ହୋଇଛନ୍ତି । ତାଙ୍କ କାହାଣୀ କୌଣସି ଫିଲ୍ମର କାହାଣୀ ଠାରୁ କିଛି କମ୍ ନୁହେଁ । ନିଜ କାର୍ଯ୍ୟଦକ୍ଷତା ପାଇଁ କିଛି ମାସ ଧରି ଖୁବ ଚର୍ଚ୍ଚାରେ ରହି ଆସୁଥିଲେ ଏହି ମହିଳା ପୋଲିସ ଅଧିକାରୀ । କିନ୍ତୁ ଏବେ ସେ ନିଜେ ପୋଲିସ ଦ୍ଵାରା ଗିରଫ ହୋଇଥିବା ଶୁଣିବାକୁ ମିଳିଛି । ସେ ହେଉଛନ୍ତି ଆସାମର ଲେଡି ଭାବେ ପରିଚିତ ରାଜ୍ୟ ପୋଲିସର ସବଇନ୍ସପେକ୍ଟର ଜୁନମଣି ରାଭା ।

ଦିନେ ଠକେଇ ଓ ଦୁର୍ନୀତି ମାମଲାରେ ଭାବି ସ୍ଵାମୀଙ୍କୁ ଗିରଫ କରି ଚର୍ଚ୍ଚାରେ ଥିଲେ । ଭାବି ସ୍ଵାମୀଙ୍କୁ ଗିରଫ କରି ଜେଲ ହାୱା ଖୁଆଇଥିବା ଜୁନମଣି ଏବେ ନିଜେ ଗିରଫ ହୋଇଛନ୍ତି । ସେ ତାଙ୍କ ପୂର୍ବତନ ପ୍ରେମିକଙ୍କ ସହ ଏକାଧିକ ଭ୍ରଷ୍ଟାଚାର କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ । ଏହି ମାମଲାଟି ଏକଦମ ଫିଲ୍ମ ଷ୍ଟାଇଲ ହୋଇଥିବାରୁ ସାରା ଦେଶରେ ଚର୍ଚ୍ଚାର ବିଷୟ ପାଲଟିଛି । ଠକେଇ ମାମଲାରେ ସେ ନିଜ ଭାବିସ୍ଵାମୀଙ୍କୁ ଗିରଫ କରି ଖୁବ ପ୍ରଶଂସା ସାଉଁଟି ଥିଲେ ।

କିନ୍ତୁ ଏହା ପଛରେ ଆଉ କିଛି ସତ ଥିବା ଜଣାପଡିବା ପରେ ପୁରା ପୋଲିସ ଡିପାର୍ଟମେଣ୍ଟର ଆଶ୍ଚର୍ଯ୍ୟର ସୀମା ନଥିଲା । କାରଣ ଭାବିସ୍ଵାମୀଙ୍କୁ ଗିରଫ କରିଥିବା ଏହି ଇନ୍ସପେକ୍ଟର ନିଜେ ହିଁ ଏହି ଠକେଇର ମୁଖ୍ୟ ଚରିତ୍ର ଥିଲେ । ସେ ନିଜ ପ୍ରେମିକ କଥା ଭାବିସ୍ଵାମୀଙ୍କ ସହ ମିଶି ଦୁର୍ନୀତି ଓ ଠକେଇରେ ସାମିଲ ଥିବା ଜଣାପଡିବା ଏବେ ସବୁଠୁ ବଡ ଖବର ପାଲଟିଛି । ଜୁନମଣି ଗତ ଏକ ବର୍ଷ ଧରି ରାଣା ପୋଗାଙ୍କ ସହ ଘନିଷ୍ଠ ସମ୍ପର୍କରେ ଥିଲେ ।

ଗତବର୍ଷ ଅକ୍ଟୋବରରେ ସେମାନେ ବିବାହ କରିବାକୁ ନିଷ୍ପତ୍ତି ନେବା ଶ ନିର୍ବନ୍ଧ ମଧ୍ୟ ହୋଇଥିଲା । ରାଣା ନିଜକୁ ତୈଳ ଓ ପ୍ରାକୃତିକ ଗ୍ଯାସ ନିଗମର ଜନସମ୍ପର୍କ ଅଧିକାରୀ ବୋଲି ପରିଚୟ ଦେଉଥିଲା । ମିଛ ପଦବୀର ସୁଯୋଗ ନେଇ ଲୋକଙ୍କୁ ଚାକିରି ଯୋଗାଇ ଦେବ କହି ସେ ଟଙ୍କା ଲୁଟୁଥିଲା । ଏଥିରେ ତାଙ୍କୁ ସବଇନ୍ସପେକ୍ଟର ଜୁନମଣି ରାଭା ନିଜେ ସହଯୋଗ କରୁଥିଲେ । ଏପରି ଭାବେ ଦୁହେଁ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ବେଳେ ଚୋର ଘର ସବୁବେଳେ ଅନ୍ଧାର ରୁହେନାହିଁ ପରି ସେମାନେ ଧରା ପଡିଥିଲେ ।

ଏନେଇ ଦୁଇ ଠିକାଦାର ଜୁନମଣିଙ୍କ ନାଁରେ ଅଭିଯୋଗ ଦେବାପରେ ସତ ସାମ୍ନାକୁ ଆସିଥିଲା । ଏହାକୁ ଆଧାର କରି ଜୁନମଣିଙ୍କୁ ଲଗାତାର ଦୁଇଦିନ ଜେରା କରାଯିବା ପରେ ସେ ସବୁ ସତ ଓଗାଳି ଦେଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।