“ମିଠା ଖାଅ Rahul, ମୁଁ ପ୍ରମିଜ୍ କରୁଛି କି ମୁଁ ଆଉ…” ମିଠା ଖୁଆ ଖୁଇ ହେଲେ Harapriya ଓ Rahul, ଦେଖନ୍ତୁ କଣ କରିଲେ ରାହୁଲଙ୍କ ବାପା

ସ୍ତ୍ରୀକୁ ପାଖରେ ରାହୁଲ ଯେତିକି ଖୁସି ହେଉଛନ୍ତି ତା’ ଠାରୁ ବେଶୀ ଖୁସି ହେଉଛନ୍ତି ତାଙ୍କ ପରିବାର ପରିବାର ଲୋକେ । ଆପଣ ସେ ଦୃଶ୍ୟ ଦେଖିଥିବେ କି ସ୍ତ୍ରୀ ଅପହରଣ ହେବା ପରେ କେମିତି ଛଟପଟ ହୋଇ କାନ୍ଦୁଥିଲେ ରାହୁଲ । ଆଉ ଆଜି ନିଜ ସ୍ତ୍ରୀଙ୍କୁ ଫେରି ପାଇ ଖୁସିରେ ମିଠା ଖୁଆ ଖୁଇ ହେଉଛନ୍ତି । ସ୍ତ୍ରୀ ଫେରାର ହେବା ପରେ ରାହୁଲ ଯେମିତି ରଡି କରି ହରପ୍ରିୟାଙ୍କ ଫଟୋ ଧରି କାନ୍ଦୁଥିଲେ ତାହା ତାଙ୍କ ପରିବାର ଲୋକେ ବିଲକୁଲ ସହି ପାରୁ ନଥିଲେ ।

କେହି ତାଙ୍କ ସ୍ତ୍ରୀଙ୍କୁ ଫେରାଇ ଆଣିପାରୁ ନଥିଲେ କି କେହି ତାଙ୍କୁ ବୁଝାଇ ପାରୁ ନଥିଲେ । ରାହୁଲଙ୍କ ପତ୍ନୀ କେମିତି ଫେରିବେ ସେନେଇ ସମସ୍ତଙ୍କ ଚିନ୍ତା ବଢି ଯାଇଥିଲା । ଏବେ ଆପଣ ଦେଖି ପାରୁଥିବେ କି ରାହୁଲ ନିଜ ସ୍ତ୍ରୀଙ୍କ ପାଇ କେତେ ଖୁସି ହେଉଛନ୍ତି । ଶ୍ଵଶୁର ମଧ୍ୟ ବୋହୁକୁ ପାଇ ଖୁସିରେ ଆଲିଙ୍ଗନ କରି ପକାଇଛନ୍ତି, ଆଉ ବୋହୁ ଫେରିବା ଖୁସିରେ ଘରକୁ ମିଠା ବି ଆଣିଛନ୍ତି । ଉଭୟ ପୁଅ-ବୋହୁଙ୍କୁ ନିଜ ହାତରେ ମିଠା ଖୁଆଇ ଦେବା ସହ ସେମାନଙ୍କୁ ମଧ୍ୟ ପରସ୍ପରକୁ ମିଠା ଖୁଆଇବା ପାଇଁ କହୁଛନ୍ତି ।

ରାହୁଲଙ୍କ ଜୀବନରେ ଯେମିତି ସବୁ ଖୁସି ଫେରି ଆସିଛି । ହରପ୍ରିୟା ମଧ୍ୟ ସ୍ଵାମୀ ରାହୁଲ ଓ ଶ୍ଵଶୁରଙ୍କୁ ମିଠା ଖୁଆଇ ଦେଇଛନ୍ତି । ଘଟଣା ସମ୍ବନ୍ଧରେ ଏବେ ସାରା ରାଜ୍ୟରେ ଚର୍ଚ୍ଚା ହେଉଛି । ହରପ୍ରିୟା ଫେରାର ହେବା ପରେ ରାହୁଲ କାନ୍ଦି କାନ୍ଦି ପାଗଳପ୍ରାୟ ହୋଇ ପଡିଥିଲେ । ପୁଅର ଅବସ୍ଥା ଦେଖି ସେପଟେ ଘରଲୋକଙ୍କ ଆଖିରୁ ମଧ୍ୟ ନିଦ ହଜି ଯାଇଥିଲା ।

ପରିବାର ସମ୍ପର୍କୀୟଙ୍କ ସହ କଥା ହୋଇ ହରପ୍ରିୟାଙ୍କୁ ଘରକୁ ଫେରାଇ ଆଣିବାକୁ ପ୍ରୟାସ ଜାରି ରଖିଥିଲେ । ହରପ୍ରିୟାଙ୍କ ମାମୁଁ ଘରଲୋକେ ତାଙ୍କୁ ମନ୍ଦିର ନେଇ ଆସୁଥିବା ଖବର ପାଇଁ ସେଠାରେ ଯାଇ ପହଞ୍ଚିଥିଲେ ରାହୁଲ ଓ ହରପ୍ରିୟାଙ୍କୁ ଉଦ୍ଧାର କରି ଘରକୁ ନେଇ ଆସିଥିଲେ । ତେବେ ହରପ୍ରିୟାଙ୍କୁ କିଏ ଅପହରଣ କରିଥିଲା ଓ ସେ କେମିତି ମାମୁଁଘରକୁ ଆସିଲେ ସେନେଇଏ କିଛି ସ୍ପଷ୍ଟ କହିନାହାନ୍ତି ହରପ୍ରିୟା ।

ସେ କାହାକୁ ମଧ୍ୟ ଦୋଷ ଦେଉ ନଥିବା ବେଳେ କିଛି ଜାଣି ନାହାନ୍ତି ବୋଲି କହୁଛନ୍ତି । ସେ ଯାହାବି ହେଉ ରାହୁଲ ନିଜ ପତ୍ନୀଙ୍କୁ ବହୁତ ଅଧିକ ଖୁସି ଅଛନ୍ତି । ରାହୁଲଙ୍କ ଘରଲୋକ ମଧ୍ୟ ହରପ୍ରିୟାଙ୍କୁ ଗ୍ରହଣ କରିଛନ୍ତି ଏହା ସବୁଠାରୁ ବଡ କଥା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।