ବୋହୂକୁ ଫେରି ପାଇ ଖୁସି ବ୍ୟକ୍ତ କଲେ ଶାଶୁ, କହିଲେ ‘ପୁଅ-ବୋହୂଙ୍କ ଖୁସିରେ ମୋ ଖୁସି, ସେମାନେ ଯଦି…’ ଦେଖନ୍ତୁ Video

ବୋହୂକୁ ଫେରି ପାଇବା ପରେ ରାହୁଲ ଓ ତାଙ୍କ ପରିବାର ବହୁତ ଖୁସି ଥିବା କହିଛନ୍ତି । କଲେଜକୁ ପରୀକ୍ଷା ଦେବାକୁ ଯାଇ ସେଠାରୁ କୁଆଡେ ଫେରାର ହୋଇ ଯାଇଥିଲେ ଭଦ୍ରକର ରାହୁଲ ଗୋଛାୟତଙ୍କ ପତ୍ନୀ ହରପ୍ରିୟା । ସେଥିପାଇଁ ସାତଦିନ ହେବ ରାହୁଲଙ୍କ ଘରଲୋକ ଚିନ୍ତାରେ ଥିଲେ । ସେମାନେ ଭଲରେ ଖିଆପିଆ ବି କରୁପାରୁ ନଥିଲେ । ଆଉ ଏବେ ବୋହୂ ଫେରି ଆସିବା ପରେ ରାହୁଲଙ୍କ ମା ନିଜ ଖୁସି ବ୍ୟକ୍ତ କରିଛନ୍ତି । ସେ ନିଜ ବୋହୂକୁ ପାଇ ବେଶ ଖୁସି ଅଛନ୍ତି ବୋଲି କହିଛନ୍ତି ।

ପୁଅ-ବୋହୂ ଉଭୟ ପରସ୍ପରକୁ ଭଲପାଇ ବିବାହ କରିଥିଲେ ଓ ସେମାନଙ୍କ ଖୁସିରେ ସେ ଖୁସି ବୋଲି କହିଛନ୍ତି । ହରପ୍ରିୟା ବିବାହ ପରେ ପାଠ ପଢିବାକୁ ଚାହୁଁଛନ୍ତି ବୋଲି ଘରେ ଜଣାଇବା ପରେ ନିକଟସ୍ଥ ଆଖଣ୍ଡଳମଣି ମହାବିଦ୍ୟାଳୟରେ ତାଙ୍କର ଆଡମିଶନ କରିଥିଲେ ରାହୁଲ । ଏହାପରେ ହରପ୍ରିୟା ପ୍ରତିଦିନ କଲେଜ ଯାଆନ୍ତି ଓ ରାହୁଲ ତାଙ୍କୁ ନେବା ଆଣିବା କରନ୍ତି । କିନ୍ତୁ ହରପ୍ରିୟାଙ୍କ ପରୀକ୍ଷା ଚାଲିଥିବା ବେଳେ ଶେଷ ପରୀକ୍ଷା ଦିନ ତାଙ୍କୁ କେହି କାର୍ ରୀ ଉଠେଇ ନେବା କଥା ସେ ଅଭିଯୋଗ ଆଣିଛନ୍ତି ।

ସେ କଲେଜରୁ ବାହାରୁଥିବା ବେଳେ ଜଣେ ପିଲା ଆସି ତାଙ୍କୁ କହିଥିଲା କି, ରାହୁଲ କାର୍ ନେଇ ଆସିଛି ତୋତେ ବୁଲେଇ ନେବା ପାଇଁ କାର୍ ପାଖକୁ ଚାଲେ । ହରପ୍ରିୟା କାର୍ ପାଖରେ ପହଞ୍ଚିବା ପରେ ତାଙ୍କ ମୁହଁରେ ରୁମାଲ ପକେଇ ତାଙ୍କୁ ବେହୋସ କରି କେଉଁଆଡେ ନେଇ ଯାଇଥିଲେ ସେ ନିଜେ ବି ଜାଣି ନାହାନ୍ତି ।

ହୋସ ଫେରିବା ବେଳକୁ ହରପ୍ରିୟା ଏକ ବନ୍ଦ କୋଠରି ଭିତରେ ଥିଲେ । ତେବେ ସେଠାରୁ ଗତକାଲି ତାଙ୍କୁ ନିଜ ମାମୁଁ ଘର ଲୋକ ଏକ କାର୍ ଯୋଗେ ମନ୍ଦିରକୁ ନେଇକରି ଆସିଥିଲେ । ହରପ୍ରିୟା ବ୍ରାହ୍ମଣ ଘରର ଝିଅ ହୋଇଥିବା ବେଳେ ରାହୁଲ ଖଣ୍ଡାୟତ ଘରର ପୁଅ । ତେଣୁ ହରପ୍ରିୟାଙ୍କ ଘରଲୋକ ହୁଏତ ଏହି ବିବାହରେ ଖୁସି ନଥିଲେ ତେଣୁ ହରପ୍ରିୟାଙ୍କୁ ଆଉ କାହା ସହ ବିବାହ କରିବା ପାଇଁ ଚେଷ୍ଟା କରୁଥିବା କଥା ସନ୍ଦେହ କରିଛନ୍ତି ରାହୁଲଙ୍କ ପରିବାର ।

ହରପ୍ରିୟା କିନ୍ତୁ କହିଛନ୍ତି କି ତାଙ୍କୁ ଜାତି କରେଇବା ପାଇଁ ମାମୁଁ ମାଇଁ ମନ୍ଦିରକୁ ନେଇଥିଲେ । ରାହୁଲଙ୍କ ମା’ଙ୍କ କହିବା ମୁତାବକ ତାଙ୍କ ବନ୍ଧୁବାନ୍ଧବଙ୍କ ସହାୟତାରେ ସେମାନେ ହରପ୍ରିୟାଙ୍କ ଖବର ପାଇ ତାଙ୍କୁ ଉଦ୍ଧାର କରି ଘରକୁ ଫେରାଇ ଆଣିଛନ୍ତି । ତେବେ ଏନେଇ ଆପଣଙ୍କ ମତ କଣ ଆମକୁ କମେଣ୍ଟ କରି ଜଣାନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।