ଦୁଇ ସାବିତ୍ରୀଙ୍କ ଗୋଟିଏ ସତ୍ୟବାନ, ପତ୍ନୀଙ୍କୁ ଛାଡି ସ୍ଵାମୀ ଆଉ ଜଣଙ୍କ ସହ ସାବିତ୍ରୀ ପାଳିବା ପରେ ଥାନାର ଦ୍ଵାରସ୍ଥ ହେଲେ ସ୍ତ୍ରୀ, କଣ କହୁଛନ୍ତି ସେ ଦେଖନ୍ତୁ ଏହି Video

ଦୁଇଦିନ ତଳେ ପବିତ୍ର ସାବିତ୍ରୀ ଅମାବାସ୍ୟା ଯାଇଥିବା ବେଳେ ନିଜ ସତ୍ୟବାନଙ୍କୁ ପାଇବା ପାଇଁ ଥାନାରୁ ଥାନା ଦୌଡୁଛନ୍ତି ସାବିତ୍ରୀ । ଡୁମଡୁମାର ରୀନା ସାହୁ ଗତ ୭ ବର୍ଷ ହେବ ବିବାହ କରିଛନ୍ତି । ଉଭୟ ପ୍ରେମ ବିବାହ କରିଥିବା ବେଳେ ବିବାହ ପୂର୍ବରୁ ଦୀର୍ଘ ୯ ବର୍ଷର ପ୍ରେମ ସମ୍ପର୍କ ମଧ୍ୟ ଥିଲା । କିନ୍ତୁ ଗତ ସାତ ମାସ ହେବ ତାଙ୍କ ସ୍ଵାମୀ ଅନ୍ୟ ଜଣେ ମହିଳାଙ୍କ ସହ ଆଫେୟାର ରଖିଥିବା ବେଳେ ନିଜ ଜୀବନ ପ୍ରତି ବିପଦ ଅଛି ଅନୁଭବ କରି ସେ ବାପଘରେ ଆସି ରହୁଛନ୍ତି ।

ତାଙ୍କର ସାଢେ ତିନି ବର୍ଷର ଗୋଟିଏ ପୁଅ ମଧ୍ୟ ଅଛି । ଗୋପୀନାଥପୁରର ବିଦ୍ୟାଳୟରେ ସହ ଶିକ୍ଷୟତ୍ରୀ ଥିବା ରୁନୁବାଳା ନାୟକଙ୍କ ସ୍ଵାମୀ ଓ ରୀନାଙ୍କ ସ୍ଵାମୀ ପିଲାବେଳ ବନ୍ଧୁ । ଯାହାଫଳରେ ଉଭୟ ପରିବାର ମଧ୍ୟରେ ଗତ କିଛି ବର୍ଷ ହେବ ସମ୍ପର୍କ ଗଢି ଉଠିଥିଲା । ରୁନୁବାଳାଙ୍କ ସ୍ବାମୀଙ୍କ ଆର୍ଥିକ ସ୍ଥିତି ସେତେ ଭଲ ନଥିବା ବେଳେ ରୀନା ଏବଂ ତାଙ୍କ ସ୍ଵାମୀଅଙ୍କ ଲାଇଫ ଷ୍ଟାଇଲ ଏକଦମ ଭିନ୍ନ ଥିଲା ଓ ସେମାନେ ଖୁବ ଖୁସିରେ ରହୁଥିଲେ ।

ଯାହାଫଳରେ ରୁନୁବାଳା ଧୀରେ ଧୀରେ ରୀନାଙ୍କ ସହ ବନ୍ଧୁତା ବଢାଇବାକୁ ଚେଷ୍ଟା କରିଥିଲେ ଓ ସେହି ବାହାନାରେ ତାଙ୍କ ସ୍ଵାମୀଙ୍କ ସଷ ମଧ୍ୟ ମିଶିଥିଲେ । ଏହା ପରଠାରୁ ରୀନାଙ୍କ ସ୍ବାମୀ ଓ ରୁନୁବାଳାଙ୍କ ମଧ୍ୟରେ ଆଫେୟାର ଗଢି ଉଠିଥିଲା । ଯାହା ସାମ୍ନାକୁ ଆସିବା ପରେ ଏହାକୁ ବିରୋଧ କରିଥିଲେ ରୀନା । ସେଥିପାଇଁ ତାଙ୍କ ସ୍ଵାମୀ ଓ ଶାଶୁଘର ଲୋକନ ସମେତ ରୁନୁବାଳା ଓ ତାଙ୍କ ଭଉଣୀ ମଧ୍ୟ ରୀନାଙ୍କୁ ମାଡ ମାରିବା ସହ ଜୀବନରେ ମାରିଦେବାକୁ ଧମକ ଦେଇଥିଲେ ।

ରୀନା ଏନେଇ ରଣପୁର ଥାନାରେ ଅଭିଯୋଗ କରିବା ପରେ ମଧ୍ୟ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ନଥିଲା । ତେବେ ସାବିତ୍ରୀ ଦିନ ତାଙ୍କ ସ୍ଵାମୀ କିଛି ସମୟ ପାଇଁ ଆସିଥିଲେ । ରୀନା ମୁଣ୍ଡିଆ ପରେ ସେ ପଳାଇଥିଲେ । ରୀନାଙ୍କ ସହ ତାଙ୍କ ସ୍ଵାମୀ କୌଣସି ଯୋଗାଯୋଗ ରଖି ନାହାନ୍ତି ।

ପରେ ତାଙ୍କ ସ୍ଵାମୀ ରୁନୁବାଳାଙ୍କ ସହ ସୋସିଆଲ ମିଡିଆରେ ଫଟୋ ଛାଡିଥିଲେ, ଯାହାପରେ ସେ ଏବେ ଖଣ୍ଡଗିରି ଥାନାରେ ଆଉ ଏକ ଅଭିଯୋଗ କରିଛନ୍ତି । ତାଙ୍କ ପୁଅ ପାଇଁ ସେ ଭରଣପୋଷଣ ଦାବି କରିବା ସହ ନ୍ୟାୟ ଚାହାନ୍ତି ବୋଲି ରୀନା କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।