Sidhu Moose Wala ଙ୍କ ପରେ ଏବେ ଟାର୍ଗେଟରେ Bollywood ଗାୟକ Mika Singh, ଧମକ ଆସିବା ପରେ ବଢାଇ ଦିଆଗଲା ସିକ୍ଯୁରିଟି

ଜଣାଶୁଣା ପଞ୍ଜାବୀ ଗାୟକ ସିଦ୍ଧୁ ମୁସେବାଲାଙ୍କ ହତ୍ୟା ଘଟଣା ସାରା ଦେଶକୁ ସ୍ତବ୍ଧ କରି ଦେଇଛି । ସିଦ୍ଧୁ ମୁସେବାଲା ନିଜ ଗାଡିରେ ଯାଉଥିବା ବେଳେ ଦୁର୍ବୁର୍ତ୍ତ ମାନେ ବିଚ୍ ରାସ୍ତାରେ ଗୁଳି ମାରି ତାଙ୍କୁ ହତ୍ୟା କରିଛନ୍ତି । ହତ୍ୟା ବେଳେ ସିଦ୍ଧୁ ମୁସେବାଲାଙ୍କ ବୟସ ମାତ୍ର ୨୮ ବର୍ଷ ହୋଇଥିଲା ଓ ସେ ତାଙ୍କ ପିତାମାତାଙ୍କ ଏକମାତ୍ର ସନ୍ତାନ ଥିଲେ । ତାଙ୍କ ଅକାଳ ବିୟୋଗରେ ସିଦ୍ଧୁ ମୁସେବାଲାଙ୍କ ପିତାମାତାଙ୍କ ସମେତ ଫ୍ୟାନ୍ସ ମାନେ ମଧ୍ୟ ଭାଙ୍ଗି ପଡିଛନ୍ତି ।

ସେ ଜଣେ ପ୍ରତିଭାଶାଳୀ ପଞ୍ଜାବୀ ସିଙ୍ଗର ଥିଲେ ଓ ତାଙ୍କର ଫ୍ୟାନ୍ସ ଫଲୋଇଂ ଖୁବ ଅଧିକ ଥିଲା । ତେବେ ସିଦ୍ଧୁ ମୁସେବାଲାଙ୍କ ହତ୍ୟା ପରେ ପଞ୍ଜାବର ବିଭିନ୍ନ ଗାୟକଙ୍କୁ ଧମକ ମିଳିଥିବା ଜଣାପଡିଛି । ଲୋକପ୍ରିୟ ବଲିଉଡ ପଞ୍ଜାବୀ ଗାୟକ ମିକା ସିଂ ହେଉଛନ୍ତି ସିଦ୍ଧୁ ମୁସେବାଲାଙ୍କ ବନ୍ଧୁ । ଯେଉଁଥି ପାଇଁ ସିଦ୍ଧୁ ମୁସେବାଲାଙ୍କ ହତ୍ୟା ପରେ ମିକା ସିଂଙ୍କ ସୁରକ୍ଷା ବଢାଇ ଦିଆ ଯାଇଥିବା ସୂଚନା ମିଳିଛି । ଜାତୀୟ ଗଣମାଧ୍ୟମର ସୂଚନା ଅନୁସାରେ ମିକା ସିଂ ଏବେ ଜୋଧପୁରରେ ନିଜର ଏକ ରିୟାଲିଟି ଶୋ’ର ଶୁଟିଙ୍ଗରେ ବ୍ୟସ୍ତ ଅଛନ୍ତି ।

ସେଠାରେ ଜୋଧପୁର ପୋଲିସ କମିଶନର ମିକା ସିଂ ରହୁଥିବା ହୋଟେଲ ବାହାରେ ଏବଂ ଭିତରେ ପୋଲିସ ସୁରକ୍ଷା ବ୍ୟସସ୍ଥାକୁ କଡା କରାଯାଇଛି ବୋଲି ସୂଚନା ଦେଇଛନ୍ତି । ଜୋଧପୁର ଡିସିପି ଭୁବନ ଭୂଷଣ ଯାଦବ କହିଛନ୍ତି ଯେ ସିଦ୍ଧୁ ମୁସେବାଲାଙ୍କ ହତ୍ୟା ପରେ ମିକା ସିଂମନକ ସୁରକ୍ଷା ବୃଦ୍ଧି କରାଯାଇଛି । ମିକା ଓ ସିଦ୍ଧୁ ଉଭୟ ଭଲ ବନ୍ଧୁ ଅଟନ୍ତି ଏବଂ ତାଙ୍କ ମୃତ୍ୟୁ ପରେ ମିକା ସୋସିଆଲ ମିଡିଆରେ ଶ୍ରଦ୍ଧାଞ୍ଜଳି ଜଣାଇ ପୋଷ୍ଟ ମଧ୍ୟ କରିଛନ୍ତି ।

ମିକାଙ୍କ ସହ ପଞ୍ଜାବର ଅନ୍ୟ ଗୀତିକାର ମାନଙ୍କୁ ମଧ୍ୟ ଗ୍ୟାଙ୍ଗଷ୍ଟାରଙ୍କ ଠାରୁ ଧମକ ମିଳିଥିବା ଶୁଣିବାକୁ ମିଳୁଛି । ସୂଚନା ଅନୁସାରେ ଗତ ଶନିବାର ଦିନ ପଞ୍ଜାବ ସରକାର ସିଦ୍ଧୁ ମୁସେବାଲାଙ୍କ ସିକ୍ଯୁରିଟି ହଟାଇ ଦେଇଥିଲେ, ଯାହାପରେ ରବିବାର ଦିନ ହିଁ ତାଙ୍କୁ ହତ୍ୟା କରାଯାଇଛି । କୁଖ୍ୟାତ ଅପରାଧୀ ଲରେନ୍ସ ବିଶ୍ନୋଇ ଗ୍ୟାଙ୍ଗ ସିଦ୍ଧୁ ମୁସେବାଲାଙ୍କ ହତ୍ୟା କରିଥିବା ସ୍ଵୀକାର କରିଛି । ଲରେନ୍ସ ଏବେ ତିହାର ଜେଲରେ ଥିବାବେଳେ ସେହିଠାରୁ ହିଁ ହତ୍ୟାର ସଂପୂର୍ଣ୍ଣ ଯୋଜନା ହୋଇଥିବା ପୋଲିସ ପ୍ରାଥମିକ ତଦନ୍ତରୁ କହିଛି ।

କାନାଡାରେ ଥିବା ଅନ୍ୟ ଏକ କୁଖ୍ୟାତ ଅପରାଧୀ ଗୋଲ୍ଦି ବ୍ରାରର ନିର୍ଦ୍ଧେଶରେ ଲରେନ୍ସ ଗ୍ୟାଙ୍ଗ ସିଦ୍ଧୁ ମୁସେବାଲାଙ୍କ ହତ୍ୟା କରିଛି । ତେବେ ସିଦ୍ଧୁଙ୍କ ପରେ ବର୍ତ୍ତମାନ ମିକା ସିଂ ଟାର୍ଗେଟରେ ଥିବା ଜଣାପଡିବା ପରେ ତାଙ୍କର ସିକ୍ଯୁରିଟି ବଢାଇ ଦିଆଯାଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।