ଅନ୍ଧାର ରାତିରେ ଭୂତ ମାରୁଛି ଟ୍ଯୁବୱେଲ ! ଭିଡିଓ ଭାଇରାଲ ହେବା ପରେ ହେତୁବାଦୀ ଏହାକୁ ନେଇ ଦେଲେ ଭୟଙ୍କର ତଥ୍ୟ

ଭୂତପ୍ରେତ ନାଁ ଶୁଣିଲେ ସମସ୍ତଙ୍କ ମନରେ ଭୟ ପଶିଯାଏ । ମଣିଷଙ୍କ ବିଶ୍ବାସରେ ଭୂତପ୍ରେତ ରହିଥିଲେ ସୁଦ୍ଧା ବିଜ୍ଞାନ କିନ୍ତୁ ଏହାକୁ ମାନେ ନାହିଁ । କିନ୍ତୁ ବେଳେବେଳେ କିଛି ଏମିତି ଦୃଶ୍ୟ ଦେଖିବାକୁ ପଡେ ଯାହା ଭୂତପ୍ରେତ ଉପରେ ବିଶ୍ବାସ ନ କରିବା ଲୋକ ମନରେ ମଧ୍ୟ ଭୟ ସୃଷ୍ଟି କରେ । ଏହିପରି ଏକ ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି । ଯାହା ଦେଖିବା ଲୋକକୁ ଭୟ ଯେତିକି ଲାଗୁଛି ଅବିଶ୍ଵାସ ମଧ୍ୟ ସେତିକି ହେଉଛି ।

ଶୂନଶାନ ରାତିରେ ଗଛପତ୍ର ଶାନ୍ତ ଅଛନ୍ତି ଓ ସବୁଆଡେ ଅନ୍ଧକାରର ଛାୟା ବିଛେଇ ହୋଇ ରହିଛି । ଦିଶୁଛି ଗୋଟିଏ କଦଳୀ ଗଛ ଓ ତା’ ପାଖକୁ ଲାଗିକି ରହିଛି ଏକ ପୁରୁଣା ଟ୍ଯୁବୱେଲ । ଆଖପାଖରେ କେହି କୁଆଡେ ନାହାନ୍ତି । କିନ୍ତୁ ଟ୍ଯୁବୱେଲର ହ୍ୟାଣ୍ଡେଲ ମନକୁ ମନ ବାଡେଇ ହେଉଛି ଆଉ ବିକଟାଳ ଶବ୍ଦ ମଧ୍ୟ ବାହାରୁଛି ।

ଯାହାକୁ ଦେଖି ସମସ୍ତେ ଭୂତ ଭିଡିଓ ଏହା କରୁଥିବା ବୋଲି କହୁଥିବା ବେଳେ ଆଉ କିଛି ଲୋକ ଭିଡିଓ ଟିକୁ ଫେକ୍ ବୋଲି କହୁଛନ୍ତି । ହେତୁବାଦୀଙ୍କ ମତରେ ଆତ୍ମା ହେଉଛି ଏକ କାଳ୍ପନିକ ଜିନିଷ ଓ ଏହାର ସତ୍ତା ନାହିଁ । ବିଜ୍ଞାନ ଆତ୍ମାକୁ ବିଶ୍ବାସ କରେ ନାହିଁ । ତେଣୁ କୌଣସି ଆତ୍ମା ଏହି ଟ୍ଯୁବୱେଲ ହ୍ୟାଣ୍ଡେଲକୁ ପିଟୁଛି ବୋଲିସ ସ୍ପଷ୍ଟ ଭାବେ କୁହା ଯାଇପାରିବ ନାହିଁ ବୋଲି ହେତୁବାଦୀ କହୁଛନ୍ତି ।

ପୂର୍ବରୁ ମଧ୍ୟ କିଛି ଫେକ୍ ଭିଡିଓ ସାମ୍ନାକୁ ଆସିଛି ଯାହା ଲୋକମାନେ ନିଜେ ବନେଇ ଭୂତ ବୋଲି କହି ଲୋକଙ୍କ ମନରେ ଭୟ ସୃଷ୍ଟି କରିଛନ୍ତି । ତେଣୁ ଏହି ଭିଡିଓ ଉପରେ ତଦନ୍ତ କଲେ ଏହା ଫେକ୍ କି ନାହିଁ ତାହା ଜଣା ପଡିଯିବ । ଯାହାବି ହେଉ ମନର ଭ୍ରମ କୁହା ଯାଉଥିବା ଭୂତପ୍ରେତଙ୍କ ସମ୍ବନ୍ଧରେ ଏଭଳି ଭିଡିଓ ଦେଖିଲେ ଆମକୁ ମନରୁ ଦୁର୍ବଳ ଓ ଭୟାଳୁ କରି ଦେଇଥାଏ ।

ଭିଡିଓରେ ଟ୍ଯୁବୱେଲଏ ହ୍ୟାଣ୍ଡେଲ ଆପେ ଆପେ ଉପର ତଳ ହେଉଛି କିନ୍ତୁ ପାଣି ବାହାରୁନି । ପାଣି ବାହାରିବା ଜାଗାରେ ଏକ ଛୋଟ ବଲବ ଜଳୁଛି । କିଛି ୟୁଜର୍ସ କହୁଛନ୍ତି କି ଲୋକଙ୍କୁ ଭୁଆଁ ବୁଲାଇବା ପାଇଁ ଏଭଳି ଭିଡିଓ ଇଫେକ୍ଟ ଦେଇ ସୃଷ୍ଟି କରାଯାଉଛି ।

ଆଉ କେହି କହୁଛନ୍ତି ଭୂତପ୍ରେତ ଲୁହାକୁ ଡରନ୍ତି ଓ ସ୍ପର୍ଶ କରନ୍ତିନି । ଆମେ ଏପରି ଏକ ଯୁଗ ଦେଇ କରୁଛୁ ଯେଉଁଠି ପୁରୁଣା ବିଶ୍ବାସ ଓ ବିଜ୍ଞାନ ଏକାସାଙ୍ଗେ ଅବସ୍ଥାନ କରୁଛନ୍ତି । କେହି ଏହାକୁ ଅନ୍ଧବିଶ୍ଵାସ କହଠିବା ବେଳେ ଆଉ କେହି ଏହାକୁ ସତ କହି ସଂପୂର୍ଣ୍ଣ ଟାଳି ଦେଉଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।