ହେ ଭଗବାନ ! Bollywood ରେ ପୁଣି ଖେଳିଗଲା ଶୋକର ଛାୟା, ଦୁନିଆକୁ ଅଲବିଦା କରିଦେଲେ ଏହି ମହାନ ସିଙ୍ଗର…

ବଲିଉଡ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳିଯାଇଛି । ବଲିଉଡର ଦିଗଜ ଗାୟକଙ୍କୁ ହରାଇ ଏବେ ବଲିଉଡ ଦୁନିଆ ଓ ବଲିଉଡ ସଙ୍ଗୀତ ପ୍ରେମୀମାନେ ମ୍ରିୟମାଣ ହୋଇ ପଡିଛନ୍ତି । କାରଣ ସବୁଦିନ ପାଇଁ ଦୁନିଆରୁ ବିଦାୟ ନେଇ ଯାଇଛନ୍ତି ମହାନ ବଲିଉଡ ସିଙ୍ଗର କେ.କେ ତଥା କ୍ରୀଷ୍ଣାକୁମାର କୁନାଥ । ଯାହାକି ଅନେକଙ୍କ ପାଇଁ ବିଶ୍ବାସ କରିବା ମଧ୍ୟ କଷ୍ଟକର ହୋଇପଡିଛି । କେକେ ଙ୍କୁ ବଲିଉଡରେ ଭଏସ ଅଫ ଲଭ ବୋଲି କୁହାଯାଏ ।

୯୦ ଦଶକରେ କେକେ ରୋମାଣ୍ଟିକ ଗୀତର ନୂଆ ଟ୍ରେଣ୍ଡ ଆରମ୍ଭ କରିଥିଲେ । ବଲିଉଡ ସଙ୍ଗୀତ ପ୍ରେମୀଙ୍କ ସେ ଅନେକ ହୃଦୟସ୍ପର୍ଶୀ ହିଟ୍ ସଙ୍ଗୀତ ଭେଟି ଦେଇଛନ୍ତି । ଯାହା ସମସ୍ତ ବଲିଉଡ ସଙ୍ଗୀତ ପ୍ରେମୀଙ୍କ ମନରେ ଚିରଦିନ ପର୍ଯ୍ୟନ୍ତ ଅମର ହୋଇ ରହିବ । କେକେ ଙ୍କ କଣ୍ଠରେ ସତେ ଯେମିତି ଜାଦୁ ଥିଲା । ସେ ଯେକୌଣସି ଗୀତରେ କଣ୍ଠଦାନ କରୁଥିଲେ ତାହା ଶ୍ରୋତାମାନଙ୍କୁ ଖୁବ ପସନ୍ଦ ହେଉଥିଲା । ଖାସ କରି ଯୁବପିଢିଙ୍କୁ କେକେ ଙ୍କ ଗୀତ ଓ କଣ୍ଠ ଖୁବ ପସନ୍ଦ । ସେଥିପାଇଁ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ମଧ୍ୟ ଅଛନ୍ତି ।

ତାଙ୍କ ମୃତ୍ୟୁ ଖବର ସାମ୍ନାକୁ ଆସିବା ପରେ ସୋସିଆଲ ମିଡିଆରେ ସମସ୍ତେ ଦୁଃଖ ଓ ସମବେଦନା ପ୍ରକାଶ କରୁଥିବାର ଦେଖିବାକୁ ମିଳିଛି । କେକେ ଙ୍କୁ ସମସ୍ତେ ପ୍ରଶଂସା କରୁଛନ୍ତି ସେ ସବୁଦିନ ପାଇଁ ତାଙ୍କ ଗୀତ ମାଧ୍ୟମରେ ଅମର ରହିବେ ବୋଲି କହୁଛନ୍ତି ।

ସୂଚନା ଅନୁଯାୟୀ ଗତକାଲି ତଥା ମଙ୍ଗଳବାର ଦିନ କେକେ କଲିକତାର ନଜରୁଲ ମଞ୍ଚ ଗୁରଦାସ କଲେଜ ଫେଷ୍ଟିଭାଲରେ ଗୀତ ଗାଉଥିଲେ ଓ ବିପୁଳ ମାତ୍ରାରେ ଯୁବପିଢି ତାଙ୍କ ଷ୍ଟେଜ ଶୋ’କୁ ଉପଭୋଗ କରୁଥିଲେ ଓ କେକେ ଙ୍କ ସହ ଗୀତ ମଧ୍ୟ ଗାଉଥିଲେ । କେକେ ଫୁଲ୍ ଜୋସ୍ ରେ ଗୀତ ଗାଉଥିବା ସମୟର ଭିଡିଓ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ତେବେ ଷ୍ଟେଜରେ ଗୀତ ଗାଉଥିବା ବେଳେ କେକେ ହଠାତ ଅସୁସ୍ଥ ହୋଇ ପଡିଥିଲେ ଓ ସେଠାରୁ ତାଙ୍କୁ କଲିକତାର ସି.କେ ବିର୍ଲା ହସ୍ପିଟାଲରେ ଭର୍ତ୍ତି କରା ଯାଇଥିଲା ।

ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ମୃତ୍ୟୁବେଳେ କେକେ ଙ୍କ ବୟସ ମାତ୍ର ୫୩ ବର୍ଷ ହୋଇଥିଲା । ଏତେ କମ ବୟସରେ କେକେ ଙ୍କ ଅଚାନକ ମୃତ୍ୟୁ ବଲିଉଡ ସଙ୍ଗୀତ ଜଗତରେ ଶୋକର ଛାୟା ଖେଳାଇ ଦେଇଛି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।