ଘର ନୁହେଁ ତ କ୍ଷୁଦ୍ର ପୃଥିବୀ ! ଯାହା ଚାହିଁବ ତାହା ମିଳିବ ତାହା ବି ସବୁ କିଛି ମାଗଣାରେ, 78 ବର୍ଷୀୟା ମହିଳା ନିଜର ଏମିତି କମାଲ ପାଇଁ ପାଇଲେ ପଦ୍ମଶ୍ରୀ ସମ୍ମାନ

ଇଏ ଏମିତି ଜଣେ ମଣିଷ ଯିଏ କେବେବି ଜିନିଷପତ୍ର କିଣିବାକୁ ବଜାରକୁ ଯାଆନ୍ତି ନାହିଁ । ଏପରିକି ଘରର ବର୍ଜ୍ୟବସ୍ତୁ ଓ ଅଳିଆ ଆବର୍ଜନା କେବେବି ବାହାରେ ଫିଙ୍ଗନ୍ତି ନାହିଁ । ତାଙ୍କ ଘରେ ପାଣି ଟୋପାଏ ବି ନଷ୍ଟ ହେବାର ଦେଖାଯାଏ ନାହିଁ । ତାଙ୍କ ରହଣି ଚଳଣି ଦେଖିଲେ ଆପଣ ତାଙ୍କୁ ନିଶ୍ଚୟ କୋଟିପତି ବୋଲି କହିବେ । ତେବେ ଲୋକଙ୍କୁ ଆଶ୍ଚର୍ଯ୍ୟ କରିଦେବା ଭଳି ଏହି ଘରର ମାଲିକାଣୀ ହେଉଛନ୍ତି ପଦ୍ମଶ୍ରୀ ଜନକ ପାଲଟାଙ୍କର । ତାଙ୍କ ଘରେ ଅନେକ ଇଲେକ୍ଟ୍ରିକ ସରଞ୍ଜାମ ଥିଲେ ମଧ୍ୟ ମାସକୁ ମାସ ଆମ ଭଳି ଇଲେକ୍ଟ୍ରିକ ବିଲ୍ ବି ଆସୁନି ।

ଘରେ ଏକାଧିକ ବିଦ୍ୟୁତ ବଲବ ଜଳୁଛି ଆଉ ବିନ୍ଦାସ ବୁଲୁଛି ଫ୍ୟାନ, ଏସି ଆଉ ପାଣି ପମ୍ପ । ଜନକ ପାଲଟା ନିଜ ଘର ପାଇଁ ସବୁ ସୁବିଧା ନିଜେ ହିଁ କରିଛନ୍ତି । ମଧ୍ୟପ୍ରଦେଶର ଇନ୍ଦୋରରେ ଥିବା ଏହି ମହିଳାଙ୍କୁ ନିତିଦନିଆ ବ୍ୟବହାର ପାଇଁ ବାହାରକୁ ଯିବାକୁ ପଡେନି କି କାହାରିକୁ ଟଙ୍କାଟିଏ ବି ଦେବାକୁ ପଡେନି । ଗତ 11 ବର୍ଷ ଧରି ଏହି ୭୮ ବର୍ଷୀୟା ମହିଳା ଜନକ ପାଲଟା ଏମିତି ଜୀବନ କାଟି ଆସୁଛନ୍ତି । ଘରର କିଛି ବି ଜିନିଷକୁ ନେଇ କୌଣସି ଟେନସନ ନାହିଁ କି କାହା ଉପରେ ନିର୍ଭର କରିବାକୁ ପଡିବାକୁ ବି ପଡୁନି ।

ଜନକ ପ୍ରକୃତି ବହିର୍ଭୂତ କୌଣସି କାମ କରନ୍ତି ନାହିଁ । ନିଜ ବ୍ୟକ୍ତିଗତ ଆବଶ୍ୟକତା ପାଇଁ ତାଙ୍କୁ ନିଜ ଘର ପରିସର ବାହାରକୁ ଯିବାର ଆବଶ୍ୟକତା ପଡେନାହିଁ । ତାଙ୍କ ଘର ଏପରି ଢଙ୍ଗରେ ପ୍ରସ୍ତୁତ ହୋଇଛି ଯେ ଆପଣ ଚଳିବା ପାଇଁ ସେଠାରେ ଯାହା ଚାହିଁବେ ତାହା ପାଇବେ । ଏ ସବୁ କାର୍ଯ୍ୟ ପାଇଁ ଜନକ ସୋଲାର ସିଷ୍ଟମ ବା ସୌରଶକ୍ତିକୁ ବ୍ୟବହାର କରନ୍ତି । ତାଙ୍କ ଘରେ ସୋଲାର କୁକର ଲାଗିଛି ଯେଉଁଥିରେ ସେ ପାଣି ଗରମ କରିବା ସହ ରୋଷେଇ ବାସ କାମ ମଧ୍ୟ ସୁରୁଖୁରୁରେ କରନ୍ତି ।

ପୁରୁଣା ପେପର ଜାଲି ବୈଜ୍ଞାନିକ ପଦ୍ଧତିରେ ସେ ବିଦ୍ୟୁତ ସୃଷ୍ଟି କରନ୍ତି । ଘର ସଲଗ୍ନ ସ୍ଥାନରେ ସେ ଏକ ୱିଣ୍ଡମିଲ ବ ପବନକଳ ସ୍ଥାପନ କରିଛନ୍ତି । ଯାହା ମାଧ୍ୟମରେ ତାଙ୍କ ଘରକୁ ନିରନ୍ତର ବିଦ୍ୟୁତ ଶକ୍ତି ଆସୁଛି । ଘରର ବର୍ଜ୍ୟବସ୍ତୁ ଓ ଅବ୍ୟବହୃତ ପାଣି ପାର୍ଶ୍ଵବର୍ତ୍ତୀ ଜମିରେ ମିଶୁଛି । ଏହି ଉର୍ବର ଭୁଇଁରେ ଏକର ଏକର ସ୍ଥାନରେ ସେ ଚାଷବାସ ମଧ୍ୟ କରନ୍ତି । ଘର ପାଇଁ ପନିପରିବା ଓ ଫଳମୂଳ ଏହିଠାରୁ ସେ ସଂଗ୍ରହ କରନ୍ତି ।

ଏହି ପରିବେଶରୁ ମିଳୁଥିବା ପଦାର୍ଥରୁ ସେ ଦାନ୍ତଘଷା ପେଷ୍ଟ ଓ ଦେହଲଗା ସାବୁନ ମଧ୍ୟ ସେ ପ୍ରସ୍ତୁତ କରନ୍ତି । ଏଭଳି କାମ ପାଇଁ ଶ୍ରୀମତୀ ଜନକ ପାଲଟା କୌଣସି ପେଷାଦାର ସଂସ୍ଥାରୁ ପ୍ରଶିକ୍ଷଣ ନେଇ ନାହାନ୍ତି ସତ ହେଲେ ଗ୍ରାମୀଣ ଭାରତର କୋଣ ଅନୁକୋଣ ବୁଲି ସେ ଏହିସବୁ ଶିକ୍ଷା ଓ ଅଭିଜ୍ଞାତା ହାସଲ କରିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।