IPL-2022 ରେ ନିଜ ଅନୁଭୂତି ବଖାଣିଲେ ଓଡିଶା କ୍ରିକେଟର Subhranshu Senapati, ଓଡିଶା ବିଷୟରେ ତାଙ୍କୁ କିଛି ଏମିତି କହିଥିଲେ Dhoni

ଚଳିତ ବର୍ଷ ଆଇପିଏଲରେ ଚେନ୍ନାଇ ସୁପର କିଙ୍ଗସ୍ ଦଳରେ ସାମିଲ ହୋଇଥିଲେ ଓଡିଶାର ନମ୍ବର ୱାନ କ୍ରିକେଟର ଶୁଭ୍ରାଂଶୁ ସେନାପତି । ଦୁଇମାସ ଧରି ଚେନ୍ନାଇ ଶିବିରରେ ରହିବା ପରେ ନିଜ ସାଥିରେ ଅନେକ ସ୍ମୃତି ଓ ଅନୁଭୂତି ଶୁଭ୍ରାଂଶୁ ଏବେ ଓଡିଶା ଫେରିଛନ୍ତି । ଚେନ୍ନାଇ ସୁପରକିଙ୍ଗସ୍ ର ସହ ଖେଳାଳି ବିଶେଷ କରି ମହେନ୍ଦ୍ର ସିଂ ଧୋନୀଙ୍କ ସହ ସମୟ ବିତାଇବାକୁ ନେଇ ଶୁଭ୍ରାଂଶୁ ବେଶ ଖୁସି ଥିବା କହିଛନ୍ତି ।

ଖାସ କରି ନେଟରେ ମହେନ୍ଦ୍ର ସିଂ ଧୋନୀଙ୍କ ସହ ଏକାଠି ବ୍ୟାଟିଂ ଅଭ୍ଯାସ କରିବା ତାଙ୍କ ପାଇଁ ମ୍ୟାଜିକ ମୋମେଣ୍ଟ ଥିଲା ବୋଲି ସେ କହିଛନ୍ତି । ବ୍ୟାଟିଂ ଅଭ୍ଯାସ ସମୟରେ ତାଙ୍କ ବ୍ୟାଟିଂ ଶୈଳୀକୁ ନେଇ ଧୋନୀ ମତାମତ ଦେଇଥିଲେ । ଏକ ବିଜ୍ଞାପନ ଶୁଟିଙ୍ଗ ସମୟରେ ମଧ୍ୟ ଧୋନୀଙ୍କ ସହ ତାଙ୍କର ଦେଖା ହୋଇଥିଲା । ଏହି ସମୟରେ ଓଡିଶା ସମ୍ପର୍କରେ ଧୋନୀଙ୍କ ସହ କଥା ହୋଇଥିଲେ ଶୁଭ୍ରାଂଶୁ । ଧୋନୀ କ୍ଲବ ମ୍ଯାଚ ଖେଳିବା ପାଇଁ ଅନେକ ଥର ସମ୍ବଲପୁର, ବାଲେଶ୍ଵର ଓ ବାରିପଦା ଆଦି ଆସିଥିବା କଥା କହିଥିଲେ ।

ଏହାସହ ଶିବଶଙ୍କର ଦାସ ଓ ପ୍ରଭଞ୍ଜନ ମଲ୍ଲିକଙ୍କ ପରି ଖେଳାଳିଙ୍କୁ ମଧ୍ୟ ସେ ମନେପକାଇ ଥିଲେ । ସେହି ସମୟରେ ଓଡିଶା ଇଷ୍ଟ ଷ୍ଟ୍ରଙ୍ଗ ଟିମ୍ ଥିଲା ବୋଲି ଧୋନୀ କହିଥିଲେ । ଏହାସହ ଶୁଭ୍ରାଂଶୁ କହିଛନ୍ତି ଯେ, ଚେନ୍ନାଇ ଶିବିରରେ ରହିଥିବା ବେଳେ ଅଷ୍ଟ୍ରେଲିଆର ପୂର୍ବତନ ଖେଳାଳି ମାଇକ ହସି ତାଙ୍କର ସବୁଠୁ ଅଧିକ ନିକଟତର ଥିଲେ । ସେ ମଧ୍ୟ ବ୍ୟାଟିଂ ଷ୍ଟାଇଲ ଉପରେ ଅନେକ ଟିପ୍ସ ଦେଇଥିବା କହିଛନ୍ତି ।

ଏପରିକି ୱେଷ୍ଟଇଣ୍ଡିଜ କ୍ରିକେଟର ବ୍ରାଭୋ ଟିମ୍ ରେ ବେଶ ମଜାକିଆ ଥିଲେ ବୋଲି ସେ କହିଛନ୍ତି । ଆଇପିଏଲ-୨୦୨୦ ରେ ଚେନ୍ନାଇ ପ୍ଲେ-ଅଫ ରୁ ବାଦ ପଡିଥିବା ବେଳେ ଦଳରେ ଖେଳିବା ପାଇଁ ତାଙ୍କୁ ସୁଯୋଗ ମିଳି ନଥିଲା । ତଥାପି ଅଭ୍ଯାସ ବେଳେ ଓ ଡ୍ରେସିଂ ରୁମ୍ ରୁ ଅନେକ କିଛି ଶିକ୍ଷା କରିଛନ୍ତି ଶୁଭ୍ରାଂଶୁ । ଦଳରେ ଏକ ଫ୍ରେଣ୍ଡଲି ବାତାବରଣ ଥିଲା । ଯେଉଁଥି ପାଇଁ ପ୍ରଥମ କରି ଆଇପିଏଲରେ ବଡ ବଡ ଖେଳାଳିଙ୍କ ସହ ଖେଳିବାକୁ ଯାଇଥିବା ଶୁଭ୍ରାଂଶୁଙ୍କୁ ଏତେ କଷ୍ଟ ହୋଇ ନଥିଲା ଓ ସମସ୍ତଙ୍କ ସହ ଖୁବ ଭଲ ମିଶି ପାରିଥିଲେ ।

ତେବେ ମହେନ୍ଦ୍ର ସିଂ ଧୋନୀଙ୍କୁ ନିଜ ଆଇଡଲ ଭାବେ ମାନନ୍ତି ଶୁଭ୍ରାଂଶୁ । ଆଇପିଏଲରେ ଧୋନୀ, ଜାଡେଜା ସମସ୍ତଙ୍କ ଠାରୁ ସୁନ୍ଦର ଅନୁଭୂତି ନେଇ ସେ ଫେରିଥିବା କଥା ସେ କହିଛନ୍ତି । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।