କେସ୍ ପରେ କେସ୍ ଦେଇ ଆଗେଇଛନ୍ତି Varsha କିନ୍ତୁ ଏବେବି ପଛଘୁଞ୍ଚା ଦେଉଛନ୍ତି Anubhav, ଦେଖନ୍ତୁ କଣ କହିଲେ ଏହି Advocate

ଷ୍ଟାର ଦମ୍ପତ୍ତି ବର୍ଷା ଓ ଅନୁଭବଙ୍କ ପାରିବାରିକ କଳି ଏବେ ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି । ଉଭୟ ପରସ୍ପରଙ୍କ ଉପରେ ବିଭିନ୍ନ ପ୍ରକାର ଆରୋପ ଲଗାଉଥିବା ବେଳେ କିଏ ସତ କହୁଛି ଆଉ କିଏ ମିଛ କହୁଛି ଜାଣିବା କଷ୍ଟକର ହୋଇପଡୁଛି । ଅନୁଭବ ଆରମ୍ଭରୁ ଡିଭୋର୍ସ ନେବାକୁ ଚାହୁଁଥିବା ବେଳେ ବର୍ଷା କିନ୍ତୁ ତାଙ୍କ ସ୍ଵାମୀଙ୍କ ସହ ସ୍ଵାମୀଙ୍କ ଘରେ ରହିବାକୁ ଚାହାନ୍ତି ବୋଲି ଜିଦ୍ ଧରି ବସିଛନ୍ତି । ଏନେଇ ଆଡଭୋକେଟ ଖୁବ ସ୍ପଷ୍ଟ ଭାବେ ଉଭୟଙ୍କ ମାମଲାକୁ ବର୍ଣ୍ଣନା କରିଛନ୍ତି ।

ତାଙ୍କ କହିବା ଅନୁଯାୟୀ ଅନୁଭବ ଆରମ୍ଭରୁ ତାଙ୍କ ଗ୍ରାଉଣ୍ଡରେ କ୍ଲିୟର ଅଛନ୍ତି କି ସେ ବର୍ଷାଙ୍କ ଠାରୁ ଡିଭୋର୍ସ ଚାହାନ୍ତି । କାରଣ ବିବାହକୁ କିଛି ବର୍ଷ ବିତି ଯାଇଥିଲେ ମଧ୍ୟ ସେ ସ୍ବାମୀର ଅଧିକାର ପାଇ ନାହାନ୍ତି ବୋଲି ନିଜ ପିଟିସନରେ ଲେଖିଛନ୍ତି । ସେଥିପାଇଁ ସେ ବର୍ଷାଙ୍କ ସହ ସମ୍ପର୍କ ରଖିବାକୁ ଚାହୁଁ ନାହାନ୍ତି ବୋଲି ସ୍ପଷ୍ଟ ଭାବେ କହି ଆସୁଛନ୍ତି । ସେପଟେ ବର୍ଷା କିନ୍ତୁ ତାଙ୍କୁ ସ୍ଵାମୀଙ୍କ ସହ ରହିବାକୁ ଦିଆଯାଉ ବୋଲି ଆରମ୍ଭରୁ ନିଜ ପିଟିସନରେ ଲେଖିଛନ୍ତି ।

ଏଥିପାଇଁ ସେ ଅନୁଭବଙ୍କ ଦିଲ୍ଲୀ ବାନ୍ଧବୀଙ୍କୁ ଦାୟୀ କରିଛନ୍ତି । ତେବେ ବର୍ଷା ସ୍ଵାମୀଙ୍କ ସହ ରହିବାକୁ ଚାହୁଁଥିବା ବେଳେ ସେପଟେ ତାଙ୍କ ଉପରେ ଘରୋଇ ହିଂସା ମାମଲା ମଧ୍ୟ ଦେଇଛନ୍ତି । ଯାହା ତାଙ୍କ ଉଦ୍ଦେଶ୍ୟ ଏବଂ ସେ କରିଥିବା ପିଟିସନ ସହ ଖାପ ଖାଉନି । ସେପଟେ ଅନୁଭବ ଗୋଟିଏ ପରେ ଭିଡିଓ କରି ନିଜ ଦୁଃଖ ସମସ୍ତଙ୍କ ସାମ୍ନାକୁ ଆଣୁଛନ୍ତି ।

ଆଜିକାଲି ପୁରୁଷ ମାନେ ମଧ୍ୟ ଅତ୍ୟାଚାରର ଶିକାର ହେଉଥିବା ଓ ଆତ୍ମହତ୍ୟା କରୁଥିବା ନେଇ ଅନେକ ଉଦାହରଣ ରହିଛି । ତେଣୁ ଅନୁଭବଙ୍କ ମାମଲାକୁ ମଧ୍ୟ ଅଣଦେଖା କରି ହେବନାହିଁ । ବର୍ଷା ପ୍ରକୃତରେ କଣ ଚାହୁଁଛନ୍ତି ତାହା ସ୍ପଷ୍ଟ ଜଣା ପଡୁନାହିଁ । ଅନୁଭବ ଏବେ ଯାଏଁ ନିଜ ପିଟିସନରେ ଦୃଢ ଅଛନ୍ତି କି ସେ ବର୍ଷାଙ୍କ ଠାରୁ ଡିଭୋର୍ସ ଚାହାନ୍ତି ।

ଏ ମାମଲା ଦୁହେଁ ପରସ୍ପର ଯେତେ ଶୀଘ୍ର ସମାଧାନ କରିବେ ଉଭୟଙ୍କ ପାଇଁ ଠିକ ହେବ । ନଚେତ ଦୁଇଜଣ ଏମିତି କୋର୍ଟକଚେରୀ ମାମଲାରେ ଛନ୍ଦି ହୋଇ ପେଷି ହେଉଥିବେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।