ଭାଗ୍ୟ ଏକ ବହୁତ ରହସ୍ୟମୟ ବିଷୟ । ଯାହା ବୁଝିବା ସାଧାରଣ ମଣିଷ ପକ୍ଷେ ଅସମ୍ଭବ । କେତେବେଳେ କାହା ଭାଗ୍ୟ କେମିତି ବଦଳିବ କେହି ମଧ୍ୟ କହି ପାରନ୍ତି ନାହିଁ । କେତେବେଳେ ଭାଗ୍ୟ କାହାକୁ ପ୍ରତିକୂଳ ପରିସ୍ଥିତି ଆଡକୁ ନେଇଯାଏ ତା ଆଉ କେତେବେଳେ ଭାବି ନଥିବା ସୌଭାଗ୍ୟ ଆଣିଦିଏ । କେବେ କେବେ ଅଜାଣତରେ ହୋଇଥିବା ଭୁଲ ବି ବଡ ଖୁସି ଆଣିଦିଏ । ଆଜି ଆମେ ଆପଣଙ୍କୁ ଆମେରିକାର ହଷ୍ଟନରେ ଘଟିଥିବା ଏପରି ଏକ ଘଟଣା ବିଷୟରେ ଜଣାଇବାକୁ ଯାଉଛୁ ।
ସେଠାରେ ଜଣେ ମହିଳା ତାଙ୍କର ଜଣେ ବନ୍ଧୁଙ୍କ ଅପେକ୍ଷାରେ ଠିଆ ହୋଇଥିଲେ । ତାଙ୍କ ପାଖରେ ଏକ ଭେଣ୍ଡିଂ ମେସିନ ଟିଏ ଥିଲା । ଯେଉଁଥିରେ ଭୁଲ୍ ରେ ତାଙ୍କ ହାତ ବାଜି ଏକ ବଟନ୍ ଦବି ଯାଇଥିଲା । କିନ୍ତୁ ଏହି ଭୁଲ୍ ବଟନ୍ ମହିଳାଙ୍କ ଭାଗ୍ୟ ଚମକାଇ ଦେଇଛି । ଏହି ଭୁଲ୍ ବଟନ୍ ଦବିବା ଫଳରେ ଉକ୍ତ ମହିଳାଙ୍କ ଭାଗ୍ୟ ସଂପୂର୍ଣ୍ଣ ଭାବେ ବଦଳି ଯାଇଛି । ଏହି ଭୁଲ୍ ସେହି ଯୋଗୁଁ ମହିଳା ଜଣକ 50 ହଜାର ଡଲାର ଅର୍ଥାତ ୩୭ ଲକ୍ଷ ଟଙ୍କାର ଏକ ଲଟେରୀ ଜିତି ଯାଇଥିଲେ ।
ମହିଳା ଜଣକ ମ୍ୟାରିଲ୍ୟାଣ୍ଡର ଲଟେରୀ ଅଧିକାରୀଙ୍କୁ କହିଥିଲେ କି, ସେ ହ୍ୟାଗରଷ୍ଟାଉନରେ ହାଫୱେ ଲିକର୍ସରେ ଏକ ଲଟେରୀ ଭେଣ୍ଡିଂ ମେସିନ ସାମ୍ନାରେ ଛିଡା ହୋଇଥିଲେ । ଏହି ସମୟରେ ଭୁଲବଶତଃ ମେସିନରେ ଏକ ବଟନ୍ ଦବି ଯାଇଥିଲା । ଯାହାଫଳରେ ୨୦ ଡଲାର ସ୍କ୍ରାଚ ଅଫ ଗେମ୍ ବଦଳରେ ୫ ଡଲାର ଡିଲକ୍ସ କ୍ରାସୱାର୍ଡ ଟିକେଟ ବାହାରି ଯାଇଥିଲା । ଏହା ଦେଖି ସେ ବହୁତ ଦୁଃଖୀ ହୋଇ ଯାଇଥିଲେ । କାରଣ ତାଙ୍କୁ ଏଭଳି କ୍ରାସୱାର୍ଡ ଖେଳ ପସନ୍ଦ ନୁହେଁ ।
ତେବେ ସେହି ଟିକେଟ ନେଇ ସେ ଘରକୁ ଚାଲି ଯାଇଥିଲେ ଓ ସେଠାରେ ମ୍ଯାରିଲାଣ୍ଡ ଲଟେରୀ ସ୍ମାର୍ଟଫୋନ ଆପ୍ ରୁ ଏହାକୁ ସ୍କାନ କରିଥିଲେ । ଆଉ ଏହାପରେ ସେ ଖୁବ୍ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ସାଙ୍ଗେ ସାଙ୍ଗେ ଉକ୍ତ ମହିଳାଙ୍କୁ ଏକ ମେସେଜ ଆସିଥିଲା କି, ସେ ୫୦ ହଜାର ଡଲାରର ବିଜେତା ହୋଇ ଯାଇଛନ୍ତି । ଏହିପରି ଭାବେ ଭୁଲବଶତଃ ମହିଳା ଜଣକ ଯେଉଁ ଟିକେଟ ନେଇଥିଲେ ସେଥିରେ ସେ ୩୭ ଲକ୍ଷ ଟଙ୍କାର ଲଟେରୀ ଜିତି ଯାଇଥିଲେ ।
ଏହାକୁ ସିନିଶ୍ଚିତ କରିବା ପାଇଁ ସେ ଲଟେରୀ ଅଫିସ ଯାଇଥିଲେ । ସେଠାରେ ପହଞ୍ଚିବା ପରେ ମହିଳା ସତରେ ୩୭ ଲକ୍ଷ ଟଙ୍କା ଜିତିଥିବା ସୂଚନା ପାଇଥିଲେ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।