କେଉଁ ଦିନ ଯାହା ମାନସିକ କରିବେ ସବୁ ମନୋସ୍କାମନା ପୂର୍ଣ୍ଣ ହେବ, ଏହା ସହିତ ପଢନ୍ତୁ ଆଜିର 20 ଟି Anuchinta

ଆଜି ଆମେ ଆପଣଙ୍କୁ ଜୀବନଶୈଳୀ ସହ ଜଡିତ କିଛି ବାସ୍ତୁ ଟିପ୍ସ ଦେବୁ । ଯାହାକୁ ଯଦି ଆପଣ ନିଜ ଜୀବନରେ ଆପଣାଇବେ ତେବେ ଆପଣଙ୍କ ଜୀବନରେ ସୁଖ ସମୃଦ୍ଧି ଚାଲି ଆସିବ । ଏଥିପାଇଁ ଆପଣଙ୍କୁ ବିଶେଷ କିଛି କରିବାକୁ ପଡିବ ନାହିଁ । ଆପଣ କେବଳ ନିଜର ସବୁଦିନ କାର୍ଯ୍ୟରେ କିଛି ପରିବର୍ତ୍ତନ କରନ୍ତୁ । ଦେଖିବେ ଆପଣଙ୍କ ଜୀବନ ପୂରାପୂରି ବଦଳି ଯିବ । ଆପଣଙ୍କ ସବୁ କ୍ଷେତ୍ରରେ ସଫଳତା ମିଳିବ ।

·     ଯଦି ଠାକୁର ପୂଜା କରିବା ସମୟରେ ଅତିଥି ଆସି ଯାଆନ୍ତି କିମ୍ବା ଝିଟିପିଟି ଶବ୍ଦ କରେ ତେବେ ସେହି ସମୟରେ ଯଦି ଆପଣ କିଛି ମାନସିକ କରିବେ ତେବେ ତାହା ନିଶ୍ଚିତ ରୂପରେ ପୂର୍ଣ ହେବ ।

·     ଦୀପ ଜାଳିବା ସମୟରେ ଦୀପ ତଳେ ଅରୁଆ ଚାଉଳ କିମ୍ବା ଦୁବ ରଖି ଦେବେ ତେବେ ଏହା ଶୁଭ ହୋଇଥାଏ ।

·     ଠାକୁର ପୂଜା କରିବା ସମୟରେ ଯଦି ଛୋଟ ପିଲା କାନ୍ଦନ୍ତି ତେବେ ଏହା ଅଶୁଭ ହୋଇଥାଏ । ସେହି ସମୟରେ ଠାକୁର ଘରର କାନ୍ଥରେ ହଳଦୀ ଲଗାନ୍ତୁ ।

·     ମାଙ୍କଡ ଫଳ ଖାଇ ଘରର ମୁଖ୍ୟ ଦ୍ଵାରରେ କିମ୍ବା ଘର ଉପରେ ପକାଇ ଦିଏ ତେବେ ବୁଝି ଯାଅନ୍ତୁ କି ଆପଣଙ୍କ ଶୁଭ ସମୟ ଆରମ୍ଭ ହୋଇଗଲା ।

·     ଯଦି ବାରମ୍ବାର ଅସୁବିଧାରେ ପଡ଼ୁଛନ୍ତି ତେବେ ବେଦ ଜାଣିଥିବା ବ୍ରାହ୍ମଣଙ୍କୁ ସୁନା ଦାନ କରନ୍ତୁ ଦେଖିବେ ଆପଣଙ୍କ ସବୁ ଅସୁବିଧା ଦୂର ହୋଇଯିବ ।

·     ରାତିରେ ମୁଣ୍ଡ କୁଣ୍ଡାଇବା ଓ ଦାନ୍ତରେ ନଖ ଛିଣ୍ଡାଇବା ଅଶୁଭ ହୋଇଥାଏ ।

·     ସେହିଭଳି ରାତିରେ ଘରେ ଝାଡୁ ମାରିବା ଉଚିତ ନୁହେଁ ଓ ଅଳିଆ ବାହାରେ ବି ପକାନ୍ତୁ ନାହିଁ ।

·     ପିଲାମାନଙ୍କର ପାଠ ପଢା ମନେ ରହୁ ନାହିଁ ତେବେ ସେମାନଙ୍କୁ ସବୁଦିନ କଂସା ପାତ୍ରରେ ପାଣି ପିଇବାକୁ ଦିଅନ୍ତୁ । ସ୍ମରଣ ଶକ୍ତି ବୁଦ୍ଧି ହେବ ।

·     ପାଖରେ କେବେ ବି ଛିଣ୍ଡି ଯାଇ ଥିବା ମନି ପର୍ସ ରଖନ୍ତୁ ନାହିଁ । ଟଙ୍କା ମୋଦୀ ପର୍ସରେ ରଖନ୍ତୁ ନାହିଁ ।

·     ଜୋତା ଚପଲ ପିନ୍ଧି କେବେ ବି ରୋଷେଇ ଘରେ, ମନ୍ଦିରକୁ, ଟଙ୍କା ରଖୁଥିବା ସ୍ଥାନକୁ, ଭଣ୍ଡାର ଘରକୁ ଯାଆନ୍ତୁ ନାହିଁ ।

·     ଘରେ ଯଦି କୌଣସି ସମସ୍ୟା ଆସୁଛି ତେବେ ଘରେ ଥିବା ପାଣି ପିଉଥିବା ପାଣିକୁ ଘରେ ଛିଞ୍ଚି ଦିଅନ୍ତୁ ।

·     ଖାଇବା ସମୟରେ ତଳେ ଲୁଣ ପକାନ୍ତୁ ନାହିଁ । ଲୁଣ ହାତ ଡ୍ରେସରେ ପୋଛିବା ବି ଉଚିତ ନୁହେଁ ।

·     ବିଛଣାରୁ ଉଠିବା ପରେ କେବେ ବି ବିଛଣାକୁ ଅସଜଡା ରଖନ୍ତୁ ନାହିଁ । ଏହା ଦ୍ଵାରା ଶନି ଓ ରାହୁଙ୍କ କ୍ରୁ ଦ୍ରୁଷ୍ଟି ଆପଣଙ୍କ ଉପରେ ପଡିଥାଏ ।

·     ଯଦି କାହାର ଚିଡିଚିଡା ସ୍ଵଭାବ କିମ୍ବା ଟିକେ ଟିକେ କଥାରେ ରାଗିବା ଅଭ୍ୟାସ ଅଛି ତେବେ ଆପଣ ଦିନକୁ ପାଞ୍ଚ ଥର ଗୋଡ ଧୋଇଲେ ଏହା ଦୂର ହୋଇଯିବ ।

·     ଧଳା ରଙ୍ଗର ଛିଡା ହୋଇଥିବା ଗଣେଶ ମୂର୍ତ୍ତି ଘରର ପୂର୍ବ ଦିଗରେ ରଖନ୍ତୁ ଦେଖିବେ ଆପଣଙ୍କର ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ ହୋଇଯିବ ।

·     କେବେ ବି ଖାଇବା ଅଧା ଛାଡନ୍ତୁ ନାହିଁ ଓ ଅଇଁଠା ଖାଦ୍ୟ ବି ରଖନ୍ତୁ ନାହିଁ ।