ମନ ହଉଛି Saif ଙ୍କୁ ଛାଡି Arjun Kapoor ଙ୍କୁ ବାହା ହୋଇଯିବି ଆଉ… ଏକ ସାକ୍ଷାତକାରରେ ନିଜ ହୃଦୟ କଥା ଖୋଲି କହିଦେଲେ Kareena Kapoor Khan

ହିନ୍ଦୀ ସିନେମାର ପାୱାର କପଲ୍ ନାମରେ ଜଣାଶୁଣା କରୀନା କପୁର ଖାନ ଓ ସେଫ ଅଲ୍ଲୀ ଖାନଙ୍କ ଯୋଡିକୁ ତାଙ୍କ ଫ୍ୟାନ୍ସ ବହୁତ ପସନ୍ଦ କରନ୍ତି । ସେମାନଙ୍କ ବିବାହକୁ ୯ ବର୍ଷ ହୋଇ ଯାଇଥିଲେ ମଧ୍ୟ ଆଜି ବି ସେମାନଙ୍କ ମଧ୍ୟରେ ପୂର୍ବ ଭଳି ପ୍ରେମ ଦେଖିବାକୁ ମିଳେ । କିନ୍ତୁ ଥରେ କରୀନା କପୁର ନିଜ ମନ କଥା ପ୍ରକାଶ କରିବା ବେଳେ କହିଥିଲେ କି, ‘ମନ ହେଉଛି କି ମୁଁ ସେଫଙ୍କୁ ଛାଡି ଅର୍ଜୁନଙ୍କୁ ବାହା ହୋଇଯିବି ।’ ତେବେ କରୀନା କପୁରଙ୍କ ମନରେ ଏମିତି କ’ଣ ଥିଲା ଯେ ସେ ଏମିତି କହିଲେ ?

ଆପଣ ସମସ୍ତେ ଜାଣିଥିବେ ସେଫ ଅଲ୍ଲୀ ଖାନ କରୀନାଙ୍କୁ ଦ୍ଵିତୀୟ ବିବାହ କରିଛନ୍ତି । ଏକଦା ବଲିଉଡ ଇଣ୍ଡଷ୍ଟ୍ରିର ଲୋକପ୍ରିୟ ଅଭିନେତ୍ରୀ ଥିବା ଅମୃତା ସିଂଙ୍କୁ ସେଫ ପ୍ରଥମେ ବିବାହ କରିଥିଲେ । ସେମାନଙ୍କର ଇବ୍ରାହିମ ଅଲ୍ଲୀ ଖାନ ଏବଂ ସାରା ଅଲ୍ଲୀ ଖାନ ଦୁଇ ସନ୍ତାନ ମଧ୍ୟ ଅଛନ୍ତି । କିନ୍ତୁ ୨୦୦୪ ରେ ସେଫ ଓ ଅମୃତାଙ୍କ ଛାଡପତ୍ର ହେବାର କିଛି ସମୟ ପରେ ଅଭିନେତା କରୀନା କପୁରଙ୍କୁ ନିଜ ହୃଦୟ ଦେଇ ବସିଥିଲେ ।

ଫିଲ୍ମ ‘ଟଶନ’ ର ସୁଟି॰ ସମୟରୁ ସେମାନଙ୍କ ମଧ୍ୟରେ ଘନିଷ୍ଠତା ବଢିଥିଲା ଓ ସେବେଠାରୁ ସେମାନେ ପରସ୍ପରକୁ ଡେଟ୍ କରିବା ଆରମ୍ଭ କରି ଦେଇଥିଲେ । କରୀନା ଓ ସେଫଙ୍କ ମଧ୍ୟରେ ପ୍ରାୟ ୧୦ ବର୍ଷର ବୟସ ବ୍ଯବଧାନ ରହିଥିଲେ ମଧ୍ୟ ୫ ବର୍ଷ ପର୍ଯ୍ୟନ୍ତ ଡେଟ୍ କରିବା ପରେ ୨୦୧୨ ରେ ସେମାନେ ବିବାହ କରି ନେଇଥିଲେ । ୨୦୧୬ରେ ସେଫ ଓ କରୀନା ନିଜର ପ୍ରଥମ ପୁଅ ତେମୁରର ପିତାମାତା ବନିଥିଲେ । ସେହିପରି ୨୦୧୬ରେ ସେମାନେ ନିଜର ଦ୍ଵିତୀୟ ପୁଅ ଜାହାଙ୍ଗୀରର ସ୍ଵାଗତ କରିଥିଲେ ।

ତେବେ କରୀନା ଏକ ଇଣ୍ଟରଭ୍ୟୁରେ ଚକିତ କରିଦେବା ଭଳି ଖୁଲାସ କରିଥିଲେ । ଏହି କଥା ଫିଲ୍ମ ‘କି ଆଣ୍ଡ କା’ ସମୟର ଅଟେ । ଏହି ଫିଲ୍ମରେ କରୀନା ଅର୍ଜୁନ କପୁରଙ୍କ ସହ କାମ କରିଥିଲେ । ଫିଲ୍ମରେ ଦୁହିଁଙ୍କର ଜବରଦସ୍ତ କେମିଷ୍ଟ୍ରି ସମସ୍ତଙ୍କୁ ପସନ୍ଦ ଆସିଥିଲା । ଦୁହେଁ ଏହି ଫିଲ୍ମରେ ପତି-ପତ୍ନୀ ଭୂମିକାରେ ଅଭିନୟ କରିଥିଲେ । ଏହି ଫିଲ୍ମରେ କରୀନା ଜଣେ ୱାର୍କିଙ୍ଗ ୱମ୍ୟାନ ଭୂମିକାରେ ନଜର ଆସିଥିଲେ ।

ସେହିପରି ଅର୍ଜୁନ କପୁର ଏହି ଫିଲ୍ମରେ ସମସ୍ତ ଘରୋଇ କାମ କରୁଥିବାର ଦେଖିବାକୁ ମିଳିଥିଲା । ସାକ୍ଷାତକାରରେ କରୀନା କପୁରଙ୍କୁ ନିଜ ଅନସ୍କ୍ରିନ ସ୍ଵାମୀଙ୍କ ସହ ଅସଲ ସ୍ଵାମୀ ସେଫ ଅଲ୍ଲୀଙ୍କ ତୁଳନା କରି ପ୍ରଶ୍ନ କରା ଯାଇଥିଲା । ପ୍ରେମରେ କିଛି ଲୋକ ତ ନିଜ ପାର୍ଟନରଙ୍କୁ ବଦଳି ଦିଅନ୍ତି । କରୀନା କପୁର ଏହାର ଉତ୍ତରରେ କହିଥିଲେ କି, ‘ଅର୍ଜୁନଙ୍କୁ ଏତେ ପରିଶ୍ରମ କରୁଥିବା ଦେଖି ଲାଗୁଛି କି ମୁଁ ସେଫଙ୍କୁ ଛାଡି ଅର୍ଜୁନଙ୍କୁ ବିବାହ କରିନେବି ।”

କିନ୍ତୁ ଏହାପରେ କରୀନା କହିଥିଲେ କି ସେଫ ଓ ଅର୍ଜୁନଙ୍କ ତୁଳନା କରିବା ହିଁ ଭୁଲ୍ ଅଟେ । କାରଣ ସେମାନଙ୍କ ତୁଳନା କରାଯାଇ ପାରେନା । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍ କୁ ଲାଇକ କରନ୍ତୁ ।