ଓଡିଶାକୁ ପୁଣି ଥରେ ବାତ୍ୟା ଡର ! ଆସନ୍ତା 29 ରେ ଆଣ୍ଡାମନ ସାଗରରେ ସୃଷ୍ଟି ହେବାକୁ ଯାଉଛି ଏକ ବଡ ଲଘୁଚାପ ଯାହା ଘନୀଭୂତ ହେଇ ନେବ ବାତ୍ୟାର ରୂପ, ଦେଖନ୍ତୁ କଣ କହୁଛନ୍ତି ପାଣିପାଗ ବିଶେଷଜ୍ଞ

ଡର ବଢାଇଲାଣି ୨୯ ଲଘୁଚାପ । ଆଣ୍ଡାମନ ସାଗରରେ ବାତ୍ୟା ଆଶଙ୍କା ଏଡାଇ ହେବନାହିଁ । ଆସନ୍ତା ସପ୍ତାହ ତଥା ନଭେମ୍ବର ୨୯ ତାରିଖରେ ଆଣ୍ଡାମନ ସାଗରରେ ସୃଷ୍ଟି ହେବ ଲଘୁଚାପ । ସମ୍ଭାବ୍ୟ ଲଘୁଚାପ ସ୍ଥଳଭାଗ ଅତିକ୍ରମ କରିବା ପୂର୍ବରୁ ଶକ୍ତିଶାଳୀ ହୋଇ ବାତ୍ୟାରେ ପରିଣତ ହେବ । ଏହା ଓଡିଶାରୁ ବାଂଲାଦେଶ ମଧ୍ୟରେ ଯେକୌଣସି ସ୍ଥାନରେ ସ୍ଥଳଭାଗ ଅତିକ୍ରମ କରିପାରେ ବୋଲି ଆଶଙ୍କା କରାଯାଉଛି ।

ଏଭଳି ପୂର୍ବାନୁମାନ କରିଛନ୍ତି ଆମେରିକାର ପାଣିପାଗ ସଂସ୍ଥା ଆକ୍ୟୁ ୱେଦରର ବିଜ୍ଞାନୀ ଜେସନ ନିକୋଲ୍ସ । ଏହାର ପ୍ରଭାବରେ ଆନ୍ଧ୍ରପ୍ରଦେଶ, ତାମିଲନାଡୁ, କେରଳ, କର୍ଣ୍ଣାଟକ ଓ ଶ୍ରୀଲଙ୍କାରେ ପ୍ରବଳ ବର୍ଷ ସହ ବନ୍ୟାର ମଶଯ ସମ୍ଭାବନା ରହିଛି । ତେବେ ବାତ୍ୟା ନେଇ ଭାରତୀୟ ପାଣିପାଗ ପକ୍ଷରୁ ଏବେ ଯାଏଁ କୌଣସି ସୂଚନା ଦିଆଯାଇ ନାହିଁ । ଆଇଏମଡ଼ି ର ରିପୋର୍ଟ ଅନୁସାରେ ଲଘୁଚାପ ଅବପାତର ଆକାର ନେଇ ଆହୁରି ଘନୀଭୂତ ହେବ ।

ତେବେ ଲଘୁଚାପ ସୃଷ୍ଟି ହେବା ପରେ ହିଁ ସଂପୂର୍ଣ୍ଣ ସ୍ପଷ୍ଟ ହେବ ବୋଲି ଭାରତୀୟ ପାଣିପାଗ ବିଭାଗ କହିଛି । ଏହାର ପ୍ରଭାବରେ ଉପକୂଳ ଓଡିଶାରେ ୨ ରୁ ୩ ତାରିଖରୁ ବର୍ଷାର ପରିମାଣ ବଢିବ । ଆସନ୍ତା ୨୯ ତାରିଖ ଦିନ ଏହି ଲଘୁଚାପ ସୃଷ୍ଟି ହେବା ପରେ ଡିସେମ୍ବର ୨ ତାରିଖ ପର୍ଯ୍ୟନ୍ତ ଏହା ଉତ୍ତର-ପଶ୍ଚିମ ଦିଗରେ ଗତି କରିବ । ଏହାପରେ ଲଘୁଚାପଟି ଉତ୍ତର-ପୂର୍ବ ଦିଗକୁ ମୋଡ ବଦଳାଇବ ବୋଲି କୁହାଯାଉଛି ।

ଏହା ଉପକୂଳ ନିକଟରେ ଦିଗ ପରିବର୍ତ୍ତନ କରୁଛି କିମ୍ବା ଉପକୂଳ ଠାରୁ ସାମାନ୍ଯ ଦୂରରେ ଦିଗ ପରିବର୍ତ୍ତନ କରୁଛି ଏହା ଏବେ ଠିକ ଭାବେ ସ୍ପଷ୍ଟ ହୋଇ ପାରୁନାହିଁ । ଆସନ୍ତା ୨୪ ରୁ ୩୬ ଘଣ୍ଟା ମଧ୍ୟରେ ଏହା ସ୍ପଷ୍ଟ ହୋଇଯିବ । ତେବେ ଏହା ଯୋଗୁଁ ଓଡିଶା ଟାର୍ଗେଟରେ ରହିବ ବୋଲି ଆଶଙ୍କା କରାଯାଉଛି । ତେଣୁ ଏହାର ପ୍ରଭାବରେ ୨ ଏବଂ ୩ ତାରିଖ ବେଳକୁ ଓଡିଶାରେ ବର୍ଷାର ପରିମାଣ ଧୀରେ ଧୀରେ ବୃଦ୍ଧି ପାଇବ ବୋଲି ଆକଳନ କରାଯାଉଛି ।

ତେବେ ୩ ତାରିଖରୁ ୫ ତାରିଖ ମଧ୍ୟରେ ଏହା ବାତ୍ୟାର ରୂପ ନେଇପାରେ ଏବଂ ଏହାର ପ୍ରବାବରେ ଉପକୂଳବର୍ତ୍ତୀ ଓଡିଶା ଅଧିକ କ୍ଷତିଗ୍ରସ୍ତ ହୋଇପାରେ ବୋଲି ପାଣିପାଗ ବିଜ୍ଞାନୀ ମାନେ ଆକଳନ କରୁଛନ୍ତି । ଯଦି ଏହି ଲଘୁଚାପ ସ୍ଥଳଭାଗ ପାଖାପାଖି ଦିଗ ପରିବର୍ତ୍ତନ କରେ ତେବେ ଓଡିଶା ଉପରେ ଏହାର ପ୍ରଭାବ ଖୁବ ଅଧିକ ରହିବ ବୋଲି କୁହାଯାଉଛି । ତେବେ ଏହା ସ୍ଥଳଭାଗର କେତେ ପାଖରୁ ଦିଗ ପରିବର୍ତ୍ତନ କରିବ ଏହା ଆସନ୍ତା ୩୦ ତାରିଖ ସୁଦ୍ଧା ସ୍ପଷ୍ଟ ହୋଇଯିବ । ଆମ ପୋଷ୍ଟ ଅନ୍ୟମାନଙ୍କ ସହ ଶେୟାର କରନ୍ତୁ ଓ ଆଗକୁ ଆମ ସହ ରହିବା ପାଇଁ ଆମ ପେଜ୍କୁ ଲାଇକ କରନ୍ତୁ ।